ଧରାପଡ଼ିଲା ପାକ୍‌ର ଆଣବିକ ଚୋରା କାରବାର

ଓ୍ବାଶିଂଟନ,୧୮ା୧ : ପାକିସ୍ତାନ ତା’ର ଆଣବିକ ଚୋରା କାରବାର ଏବଂ ବେଆଇନ ଭାବେ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ହାସଲ କରିବା କାର୍ଯ୍ୟ ଜାରି ରଖିଥିବା ପୁଣିଥରେ ପଦାକୁ ଆସିଛି। ନିଜ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିର କୌଣସି ଭିତ୍ତିଭୂମି ନ ଥିବା ସତ୍ତ୍ୱେ ଇସ୍‌ଲାମାବାଦ ଚୋରାରେ ଅନ୍ୟ ଦେଶରୁ ଏହି ଜ୍ଞାନକୌଶଳ ହାସଲ କରି ଅଣୁଅସ୍ତ୍ର ଓ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର କ୍ଷମତା ହାସଲ କରିପାରିଛି। ପୁଣିଥରେ ଏହି ଚୋରା କାରବାର ବେଳେ ରାଓ୍ବଲପିଣ୍ଡିର ଏକ କମ୍ପାନୀ ସହ ସମ୍ପୃକ୍ତ ୫ ଜଣ ଧରାପଡିଛନ୍ତି। ଗିରଫ ୫ ଜଣଙ୍କ ବିରୋଧରେ ବେଆଇନ କାରବାର ନେଇ ମାମଲା ରୁଜୁ ହୋଇଛି। ବିଜ୍‌ନେସ୍‌ ଓ୍ବାଲର୍‌ଡ ନାମକ କମ୍ପାନୀ ପାକିସ୍ତାନର ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଆମେରିକୀୟ ଜ୍ଞାନକୌଶଳ ଚୋରା କାରବାରରେ ସମ୍ପୃକ୍ତ ଥିବା ଜଣାପଡିଛି।
ଆମେରିକା ନ୍ୟାୟିକ ବିଭାଗ ଅନୁଯାୟୀ, ଧରାପଡ଼ିଥିବା ୫ ଜଣ ଅଭିଯୁକ୍ତ କାନାଡ଼ା, ହଂକଂ, ବ୍ରିଟେନରେ ରହି ଆଗୁଆ କମ୍ପାନୀଗୁଡ଼ିକର ଏକ ଅନ୍ତର୍ଜାତୀୟ ପ୍ରୋକ୍ୟୁରମେଣ୍ଟ ନେଟଓ୍ବର୍କ ଚଳାଇଥିଲେ। ଏହି ସଂସ୍ଥା ଆଡଭାନ୍ସଡ୍‌ ଇଞ୍ଜିନିୟରିଂ ରିସର୍ଚ୍ଚ ଅର୍ଗାନାଇଜେଶନ (ଏଇଆର୍‌ଓ) ଏବଂ ପାକିସ୍ତାନୀ ଆଣବିକ ଶକ୍ତି କମିଶନ (ପିଏଇସି) ପାଇଁ ଆମେରିକୀୟ ସାମଗ୍ରୀ ସଂଗ୍ରହ କରୁଥିଲା। ସଂଘୀୟ ଆଇନର ଉଲ୍ଲଂଘନ କରାଯାଇ ବିନା ରପ୍ତାନୀ ଲାଇସେନ୍ସରେ ଉକ୍ତ ସଂସ୍ଥା ବିଭିନ୍ନ କମ୍ପାନୀକୁ ସାମଗ୍ରୀ ପଠାଉଥିଲା। ବର୍ଷ ବର୍ଷ ଧରି ଆମେରିକାର ମୂଳ ସାମଗ୍ରୀ ଅନ୍ୟ ଦେଶରେ ଥିବା କମ୍ପାନୀଗୁଡ଼ିକୁ ଚୋରା ଚାଲାଣ ହୋଇଆସୁଥିଲା। ଉକ୍ତ ସଂସ୍ଥାର ପାକିସ୍ତାନ ଅସ୍ତ୍ର କାର୍ଯ୍ୟକ୍ରମ ସହ ସମ୍ପର୍କ ରହିଥିବା ଜଣାପଡିବା ପରେ ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ଆମେରିକା ବ୍ୟବସାୟରେ ଏଭଳି ତ୍ରୁଟିପୂର୍ଣ୍ଣ କାରବାର ଚାଲିଥିବା ଏହା ଏକ ଉଦାହରଣ ବୋଲି ଏହାର ଜାତୀୟ ସୁରକ୍ଷାର ସହକାରୀ ଆଟର୍ନି ଜେନେରାଲ ଜନ୍‌ ସି. ଡେମର୍‌ସ କହିଛନ୍ତି। ଦେଶର ରପ୍ତାନୀ ନିୟନ୍ତ୍ରଣ ଓ କଟକଣା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଆଣବିକ ଚୋରା କାରବାରରେ ସମ୍ପୃକ୍ତ ଥାଇ ଗିରଫ ହୋଇଥିବା ୫ ଜଣ ହେଲେ ପାକିିସ୍ତାନର ମହମ୍ମଦ କମରନ୍‌ ଓ୍ବାଲି (୪୧),କାନାଡାର ମହମ୍ମଦ ଅହସାନ ଓ୍ବାଲି(୪୮) ଓ ହାଜି ଓ୍ବାଲି ମହମ୍ମଦ ଶେଖ (୮୨), ହଂକଂର ଅଶ୍ରଫ ଖାନ ମହମ୍ମଦ ଏବଂ ବ୍ରିଟେନ୍‌ର ଏସେକ୍ସରେ ରହୁଥିବା ଅହମଦ ଓ୍ବାହିଦ(୫୨)। ସେମାନଙ୍କ ବିରୋଧରେ ଅନ୍ତର୍ଜାତୀୟ ଜରୁରୀ ଅର୍ଥନୀତି କ୍ଷମତା ଆଇନ ଏବଂ ରପ୍ତାନି ନିୟନ୍ତ୍ରଣ ସଂସ୍କାର ଆଇନ ଉଲ୍ଲଂଘନ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଛି। ପାକିସ୍ତାନର ଆଣବିକ ଚୋରା କାରବାର ଧରାପଡିଥିବାରୁ ଭାରତର ସୁରକ୍ଷା ପ୍ରତି ବିପଦ ରହିଥିବା ସୂଚନା ମିଳିଛି।
ନ୍ୟାୟିକ ବିଭାଗର ସୂଚନା ଅନୁଯାୟୀ, ଉଭୟ ଏଇଆର୍‌ଓ ଏବଂ ପିଏଇସି ବାଣିଜ୍ୟ ବିଭାଗର ସଂସ୍ଥା ତାଲିକାରେ ଅଛନ୍ତି। ତେବେ ସେମାନଙ୍କ କାର୍ଯ୍ୟକଳାପ ଆମେରିକା ସୁରକ୍ଷା ଓ ବହିର୍ବ୍ୟାପାର ନୀତି ସ୍ବାର୍ଥର ବିରୋଧରେ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri