ଧନଦାତ୍ରୀଙ୍କ ଧରାବତରଣକୁ ଅପେକ୍ଷା

ଢେଙ୍କାନାଳ ଅଫିସ, ୧୦।୧୦ – ଧରାବତରଣ କରିବେ ଧନଦାତ୍ରୀ। ପରମ୍ପରା ଏବଂ ଐତିହ୍ୟକୁ ଜାବୁଡ଼ି ଧରିଥିବା ଏହି ମହାଜାଗତିକ ପର୍ବର ସାକ୍ଷୀ ରହିବେ ହଜାର ହଜାର ଶ୍ରଦ୍ଧାଳୁ। ପୂଜାକୁ ଆଉ ମାତ୍ର ୩ଦିନ ବାକି ଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଆଉ ଏସବୁ ଭିତରେ ମା’ଙ୍କ ଅପେକ୍ଷାରେ ଏକାକାର ହୋଇପଡ଼ିଛନ୍ତି ସହରବାସୀ। ଚଳିତ ବର୍ଷ ଜବାହରଚୌକ ପୂଜା ପ୍ରତିଷ୍ଠାନ ୭୫ବର୍ଷ ଏବଂ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ବଜାର ୫୦ବର୍ଷ ପୂର୍ତ୍ତି ପାଳନ କରିବ। ଏହାକୁ ଆହୁରି ଖାସ୍‌ କରିବାକୁ ପୂଜା କମିଟି ଦିନରାତି ଏକ୍‌ କରିଦେଇଛନ୍ତି। ଏ ବର୍ଷ ୩୮ ପୂଜା ମଣ୍ଡପରେ ମା’ଙ୍କ ଆବାହନ କରାଯାଉଛି। ୧୩ ତାରିଖ ରାତିରୁ ପୂଜା ଆରମ୍ଭ ହୋଇ ୨୩ ତାରିଖ ଯାଏ ଚାଲିବ। ୨୪ରେ ଭସାଣି ପାଇଁ ନିଷ୍ପତ୍ତି ହୋଇଛି।


ପୂଜାରେ ସାଜସଜ୍ଜାକୁ ନେଇ ଚାଲିଛି ପ୍ରତିଯୋଗିତା। ଐତିହ୍ୟ, ସଂସ୍କୃତି, ପୌରାଣିକ କଥାବସ୍ତୁ ଆଧାରରେ ଅଧିକାଂଶ ପୂଜା ମଣ୍ଡପରେ ସାଜସଜ୍ଜା ଚାଲିଛି। ତଦନୁଯାୟୀ ମା’ଙ୍କ ମୃଣ୍ମୟୀ ପ୍ରତିମା ମଧ୍ୟ ପ୍ରସ୍ତୁତ କରାଯାଉଛି। ମିନାବଜାର, କୈବଲ୍ୟ ବଜାର, ଗଣେଶ ବଜାର ପୂଜାମଣ୍ଡପରେ ମା’ଙ୍କ ଚାନ୍ଦିମେଢ଼ ଆକର୍ଷଣ ସାଜିବ। ଲକ୍ଷ୍ମୀ ବଜାରରେ ମା’ଙ୍କର ଅଳଙ୍କାର ସାଙ୍ଗକୁ ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ କଳାକୁଞ୍ଜ ମୁଖ୍ୟ ଆକର୍ଷଣ ପାଲଟିବ। ଜବାହରଚୌକ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ପେଣ୍ଡାଲରେ ସ୍ବର୍ଣ୍ଣ ମନ୍ଦିରରେ ବିଜେ ହେବେ ସ୍ବର୍ଣ୍ଣଲକ୍ଷ୍ମୀ। ଆନନ୍ଦ ବଜାରରେ ରାଜମହଲ ମଧ୍ୟରେ ମା’ଙ୍କ ଆବିର୍ଭାବକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି। ବାଜିଚୌକ ପୂଜା ମଣ୍ଡପରେ ହିରଣ୍ୟ କଶ୍ୟପୁ ବଧ ଦୃଶ୍ୟ ପ୍ରଦର୍ଶିତ ହେବ। ମହାବୀର ବଜାର ପକ୍ଷରୁ ଲକ୍ଷ୍ମୀଙ୍କ ମାନଭଞ୍ଜନକୁ ମଣ୍ଡପରେ ସ୍ଥାନିତ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସାରି ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଅଭିମାନିନୀ ଲକ୍ଷ୍ମୀଙ୍କୁ ମାନଭଞ୍ଜନ କରୁଥିବା ଦୃଶ୍ୟ ଚଳିତବର୍ଷ ପ୍ରମୁଖ ଆକର୍ଷଣ ସାଜିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ମୂର୍ତ୍ତିକୁ ବାଦ୍‌ ଦେଲେ ସାଜସଜ୍ଜା, ତୋରଣକୁ ମଧ୍ୟ ପ୍ରତି ପୂଜା କମିଟି ଅଗ୍ରାଧିକାର ଦେଉଛନ୍ତି। ଗଣେଶ ବଜାର ପକ୍ଷରୁ କେରଳର ମ୍ୟାକ୍ସିକମ୍‌ ଘାସରେ ତୋରଣ ପ୍ରସ୍ତୁତ କରାଯିବ। କାଞ୍ଚନ ବଜାରରେ ମନ୍ଦିର ସଦୃଶ ତୋରଣ ଶୋଭା ପାଇବ। ସେହିପରି ଅତ୍ୟାଧୁନିକ ରଙ୍ଗିନ ଆଲୋକମାଳରେ ସହରକୁ ଆଲୋକିତ କରିବାକୁ ପ୍ରୟାସ ଜାରି ରହିଛି। ପୂଜା ଅବସରରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମଥର ପାଇଁ ସରସମେଳାର ଆୟୋଜନ କରାଯାଉଛି। ଏହାକୁ ନେଇ ମଧ୍ୟ ପ୍ରସ୍ତୁତି ପାଖାପାଖି ସରିଲାଣି।
ଅନ୍ୟପଟେ ପୂଜା ଉତ୍ସବ ଜମି ଆସୁଥିବାବେଳେ ବର୍ଷା ସବୁକିଛି ବିଗାଡ଼ିଦେବା ଆଶଙ୍କା ସୃଷ୍ଟି କରିଛି। ତୁହାକୁ ତୁହା ବର୍ଷା ଯୋଗୁ କାମରେ ବାଧା ସୃଷ୍ଟି ହେଉଛି। ତଥାପି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ କାରିଗରମାନେ ଦିନରାତି କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri