ଦୟା ଓ୍ବେଷ୍ଟ କେନାଲର ସୌନ୍ଦର୍ଯ୍ୟକରଣ ବାଟବଣା

କଟକରୋଡ୍‌,୨୦।।୮(ଡି.ଏନ୍‌.ଏ.): ଦଳ ଓ ଅଳିଆ ଆବର୍ଜନାରେ ବାରମ୍ବାର ପୋତି ହୋଇପଡୁଛି କଟକ ଜିଲା ବାରଙ୍ଗ ନିକଟରୁ ଭୁବନେଶ୍ୱର ସହର ଓ ଉପକଣ୍ଠ ମଧ୍ୟରେ ଯାଇଥିବା ଦୟା ଓ୍ବେଷ୍ଟ ଶାଖା କେନାଲ। ଚାଷୀଙ୍କ ଜମିକୁ ପାଣି ସୁବିଧା ସହ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ଜଳସମ୍ପଦ ବିଭାଗ ବାରମ୍ବାର ବୈଠକ ଡାକୁଥିଲେ ମଧ୍ୟ ଫଳଶୂନ ହୋଇଛି। ଅନ୍ୟପକ୍ଷରେ ଦଳ ସଫେଇ ପାଇଁ ଗତ ୩ବର୍ଷ ମଧ୍ୟରେ ୭୮ଲକ୍ଷ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ପରିସ୍ଥିତି ଯଥା ପୂର୍ବଂ ତଥା ପର।
ସୂଚନା ଅନୁଯାୟୀ, ବାରଙ୍ଗ ଅଞ୍ଚଳରୁ ଜଟଣୀ ନିର୍ବାଚନ ମଣ୍ଡଳୀ ଅଧୀନ ରଥିପୁର ପର୍ଯ୍ୟନ୍ତ ପ୍ରାୟ ୩୪କି.ମି. ବ୍ୟାପୀ ଦୟା ଓ୍ବେଷ୍ଟ କେନାଲ କ୍ରମାଗତ ଭାବରେ ଦଳରେ ପୋତି ହେବା ସହ ପରିତ୍ୟକ୍ତ ହୋଇପଡ଼ିଛି। ଫଳରେ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ସହ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନରେ ଥିବା ୭ ଓ୍ବାର୍ଡର କେନାଲ ନିକଟରେ ରହୁଥିବା ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଏହାର ପୁନରୁଦ୍ଧାର ପାଇଁ ୨୦୦୫ ଏପ୍ରିଲରେ ଜଳ ସମ୍ପଦ ବିଭାଗ ସହ ଅନ୍ୟ ବିଭାଗ ଅଧିକାରୀ ଓ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଏବଂ ଜଟଣୀ ନିର୍ବାଚନମଣ୍ଡଳୀର ଲୋକ ପ୍ରତିନିଧିଙ୍କୁ ନିଆଯାଇ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବିଭିନ୍ନ କାରଣ ନେଇ ଅନୁପଯୋଗୀ ହୋଇପଡ଼ିଥିବା କେନାଲ ପାଣି କିଭଳି ବ୍ୟବହାର ହେବ ଓ କେନାଲ ଶେଷମୁଣ୍ଡର ଚାଷୀ ବିଶୁଦ୍ଧ ପାଣି ଜମିକୁ ମଡାଇବେ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଫଳରେ ୨୦୧୫ରେ ଦଳ ସଫେଇ ବାବଦରେ ୪୫ଲକ୍ଷ, ୨୦୧୬ରେ ୧୩ଲକ୍ଷ ଖର୍ଚ୍ଚ ହୋଇଥିବାବେଳେ ୨୦୧୯ ଚଳିତ ମାସରେ ପୁନର୍ବାର ଟେଣ୍ଡର ମାଧ୍ୟମରେ ୨୦ଲକ୍ଷ ଟଙ୍କା ବ୍ୟୟରେ ଦଳ ସଫେଇ ଚାଲିଥିବା ପ୍ରାଚୀ ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ପଟେ ଲକ୍ଷାଧିକ ଟଙ୍କା ସଫେଇ ବାବଦରେ କ୍ରମାଗତ ଭାବେ ଖର୍ଚ୍ଚ ହେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ନ ହେବା ସହ କେନାଲ ମଧ୍ୟକୁ କେତେକ ସ୍ଥାନରେ ସ୍ବେରେଜ ସାଙ୍ଗକୁ ଡ୍ରେନ ସଂଯୋଗ ନେଇ ଜଳସମ୍ପଦ ବିଭାଗ ଚିନ୍ତାରେ ପଡିଛି। ଅନ୍ୟପକ୍ଷରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ଯୋଗୁ କେନାଲ ସୌନ୍ଦର୍ଯ୍ୟକରଣ ସହ ଜଳ ପ୍ରବାହିତ ହୋଇପାରୁ ନାହିଁ। ଏ ନେଇ ଧରିତ୍ରୀରେ କ୍ରମାଗତ ଖବର ପ୍ରକାଶ ପରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପ୍ରାଚୀ ଡିଭିଜନର ଯନ୍ତ୍ରୀ କେନାଲକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ୨୦୧୬ ଜାନୁୟାରୀରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଥିଲେ। ଚିଠିରେ ମୁଖ୍ୟତଃ ଚକେଇସିଆଣିରୁ ଗ୍ୟାରେଜ ଛକ ପର୍ଯ୍ୟନ୍ତ ୨୧କି.ମି. ଲମ୍ବାରୁ ୧୫କି.ମି. କେନାଲ ମଧ୍ୟରେ ଥିବା ଜବରଦଖଲ ଉଚ୍ଛେଦ, କେନାଲକୁ ଛଡାଯାଇଥିବା ସ୍ବେରେଜ ଓ ଡ୍ରେନ ପାଣି ବନ୍ଦ ପାଇଁ ପଦକ୍ଷେପ ନେବା, କେନାଲ କଡରେ ପକାଯାଉଥିବା ଆବର୍ଜନା ବନ୍ଦ କରିବା ଆଦି ଦର୍ଶାଇଥିଲେ। ତେବେ ଏ ନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ପୁନର୍ବାର ଜୁଲାଇରେ ଚିଠି ଲେଖାଯାଇଥିବା ତତ୍‌କାଳୀନ ପ୍ରାଚୀ ଡିଭିଜନ ନିର୍ବାହୀଯନ୍ତ୍ରୀ ସୁରେଶ ଚନ୍ଦ୍ର ଦଳାଇ ସୂଚନା ଦେଇଥିଲେ। ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ବିଏମ୍‌ସି କେବଳ ଚିଠି ପାଇ ଚୁପ ବସିବା ଫଳରେ କେନାଲର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପାଣି ପ୍ରଦୂଷିତ ହେଉଛି। ଏହାଦ୍ୱାରା ଆଖପାଖ ଅଞ୍ଚଳର ଭୂତଳ ଜଳସ୍ତର ଦୂଷିତ ହେବା ଆଶଙ୍କା ରହିଛି। ଏ ନେଇ ବିଏମ୍‌ସି ଅତିରିକ୍ତ ଆୟୁକ୍ତ ସୁରଥଚନ୍ଦ୍ର ମଲ୍ଲିକ କହିଥିଲେ, ପ୍ରାଚୀ ଡିଭିଜନର ବିଭିନ୍ନ ଘଟଣା ବାବଦରେ ବିଏମ୍‌ସିକୁ ଚିଠି ଦେଇଥିବା ବାବଦରେ ମୁଁ ଅବଗତ ନୁହେଁ। ପୁରୁଣା ଫାଇଲ ଦେଖିବା ପରେ ଯଦି ଚିଠି ମିଳିଥାଏ, ତେବେ କମିଶନରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।
ଉପରୋକ୍ତ ଘଟଣାକ୍ରମକୁ ଲକ୍ଷ୍ୟ କଲେ ବାସ୍ତବରେ କେନାଲ ପୁନରୁଦ୍ଧାର ଓ ଚାଷୀଙ୍କ ପାଣି ସମସ୍ୟା ତୁଟାଇବାରେ ଦୁଇ ବିଭାଗ କେତେ ତତ୍ପର ତାହା ସ୍ପଷ୍ଟ ହୋଇଛି। କେନାଲ ମଧ୍ୟରେ ଶୁଦ୍ଧ ପାଣି ପ୍ରବାହିତ ହେଲେ ଜଟଣୀ ଶେଷମୁଣ୍ଡର ଚାଷୀ ପ୍ରାୟ ୧୦୦ କ୍ୟୁସେକ ପାଣି ଦୈନିକ ପାଇବେ ବୋଲି ଡିଭିଜନର ଜଣେ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ, କଟକ ତାଳଦଣ୍ଡା ଓ ଦୟା ଓ୍ବେଷ୍ଟ ଶାଖା କେନାଲ ବାବଦରେ ଜଳ ସମ୍ପଦ ବିଭାଗରେ ଗତ ଜୁଲାଇରେ ୨ଥର ବୈଠକ ହୋଇଥିଲା। କେନାଲକୁ ଡ୍ରେନ ସହ ସ୍ବେରେଜ ପାଣି କଡ଼ାଯିବା ବାବଦରେ ବିଏମ୍‌ସି ଏକ ପଦକ୍ଷେପ ନେଇଛି, ସେନେଇ ବିଭାଗକୁ ଅବଗତ କରାଯିବା ପାଇଁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ଚଳିତ ମାସ ଶେଷରେ ୪ବିଧାୟକଙ୍କ ସହ ଜଳ ସମ୍ପଦ ବିଭାଗ, ବିଏମ୍‌ସି, ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କୁ ନେଇ ଆଉ ଏକ ବୈଠକ ହେବାର ଯୋଜନା ରହିଛି। ଏ ବିଷୟରେ ପ୍ରାଚୀ ଡିଭିଜନ ନିର୍ବାହୀଯନ୍ତ୍ରୀ ବିଘ୍ନରାଜ ପୁରୋହିତ କୁହନ୍ତି, କେନାଲରେ ବର୍ଷା ପାଣି ଜମୁଥିବାରୁ ବାରମ୍ବାର ଦଳ ସୃଷ୍ଟି ହେଉଛି। କେନାଲର ସୌନ୍ଦର୍ଯ୍ୟ ବାବଦରେ ଏକ ଡିପିଆର (ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯିବ।

ପ୍ରଶାନ୍ତ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri