ଦ୍ୱିତୀୟ ଶ୍ରୀକ୍ଷେତ୍ରକୁ ଅଣଦେଖା

ସରକାରୀ ମାନ୍ୟତା ମିଳି ନ ଥିଲେ ମଧ୍ୟ ଉତ୍ତର ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ବାରିପଦା ସହରକୁ ଲୋକେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହନ୍ତି। ହରିବଳଦେବ ଜୀଉ ମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁରୀ ଶ୍ରୀମନ୍ଦିର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି। ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ଏଭଳି ପରମ୍ପରା ହରିବଳଦେବ ଜୀଉ ମନ୍ଦିରର ସ୍ବାତନ୍ତ୍ର୍ୟ ବହନ କରିଛି। କୁହାଯାଏ, ୧୫୭୫ରେ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜ ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପରିଚାଳନା ଲାଗି ୪ ହଜାରରୁ ଊଦ୍ଧର୍‌ବ ଏକର ଜମି ଖଞ୍ଜି ଦେଇଥିଲେ। ଜମିରୁ ଉପଲବ୍ଧ ଆୟ ଅର୍ଥରେ ଠାକୁରଙ୍କ ପୂଜାନୀତି ଓ ପରମ୍ପରା ପାଳନ ସହ ମନ୍ଦିରର ରକ୍ଷଣାବେକ୍ଷଣ ଲାଗି ଯୋଜନା ହୋଇଥିଲା। ଦେଶ ସ୍ବାଧୀନ ହେବା ପରେ ଗଡ଼ଜାତ ରାଜ୍ୟ ମୟୂରଭଞ୍ଜ ଓଡ଼ିଶା ସହ ମିଶିବାରୁ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ହାତକୁ ଯାଇଥିଲା। କିନ୍ତୁ ଠାକୁରଙ୍କ ନାମରେ ଥିବା ଜମିରୁ ଅଧିକାଂଶ କାଳକ୍ରମେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଥିବାରୁ ମନ୍ଦିର ପରିଚାଳନାରେ ସମସ୍ୟା ମୁଣ୍ଡ ଟେକିଛି। ଆବଶ୍ୟକ ପାଣ୍ଠି ଅଭାବରୁ ଦିନେ ଦିନେ ଠାକୁରଙ୍କୁ ଭୋଗ ଲାଗି ମଧ୍ୟ ହୋଇପାରୁ ନାହିଁ। କେବଳ ସେତିକି ନୁହେଁ ଜବରଦଖଲ ଜମି ମୁକୁଳାଇବା ପାଇଁ ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ପାଣ୍ଠି ଅଭାବରୁ ରଥଯାତ୍ରା ସମେତ ଠାକୁରଙ୍କ ଅନ୍ୟ ପରମ୍ପରା ପାଳନ ପାଇଁ ଜନସାଧାରଣଙ୍କ ସହାୟତାଙ୍କୁ ଭରସା କରିବାକୁ ପଡୁଛି। ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦେବା ସାଙ୍ଗକୁ ସେବାୟତଙ୍କ ଦରମା ବୃଦ୍ଧି ଓ ଠାକୁରଙ୍କ ସମ୍ପତ୍ତି ପୁନରୁଦ୍ଧାର ଆଦି ଦାବି ନେଇ ସେବାୟତମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଆସିଥିବା ବେଳେ ହରିବଳଦେବ ଜୀଉ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ। ସେତେବେଳେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଏସବୁ ଦାବି ସମ୍ପର୍କରେ ଅବଗତ କରାଇଥିଲେ। ଭୁବନେଶ୍ୱର ଆସି ଆଲୋଚନା କରି ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ମଧ୍ୟରେ ସରକାର କିଛି ନ କରିବାରୁ ସେବାୟତମାନେ ଏହାର ପ୍ରତିବାଦରେ ଦୁଇ ଦୁଇ ଥର ବାରିପଦାରୁ ଭୁବନେଶ୍ୱର ପଦଯାତ୍ରା ଆରମ୍ଭ କରିବା ସହ ଆଲୋଚନା କରିଥିଲେ ବି ତାହା ଫଳପ୍ରଦ ହୋଇପାରି ନାହିଁ। ପ୍ରଶାସନ ଓ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପାଳନ ନ କରିବା ସେବାୟତଙ୍କ ସମେତ ଜିଲାବାସୀଙ୍କୁ କ୍ଷୁବ୍ଧ କରିଛି। ରାଜ୍ୟ ସରକାର ସଂସ୍କୃତିର ସୁରକ୍ଷା ଓ ବିକାଶ ଦିଗରେ ବିଭିନ୍ନ ମନ୍ଦିରକୁ ଅନୁଦାନ ଦେଉଥିବା ବେଳେ ବାରିପଦା ମନ୍ଦିରକୁ ଅଣଦେଖା କରିବା ଚିନ୍ତାଜନକ ବୋଲି ସହରବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି।...

ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି।...

ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ...

ଚାପର ପରୀକ୍ଷା

ଜଟିଳ ସ୍ଥିତି ଦେଇ ଗତି କରୁଥିବା ଭାରତ-ବାଂଲାଦେଶ ସମ୍ପର୍କକୁ ସୁଧାରିବା ଲାଗି ଚେଷ୍ଟା କରାଯାଉଛି। ଉଭୟ ପକ୍ଷର ସଂସ୍ଥା, ସୁରକ୍ଷା ଏଜେନ୍ସି ଏବଂ ଦାୟିତ୍ୱରେ ଥିବା...

ରବିଚାଷ ପାଇଁ ଅନିଶ୍ଚିତତାରେ ଚାଷୀ: ଉଠାଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ଅଭିଯୋଗ

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗ୍ରାମର ଚାଷୀ ଅରବିନ୍ଦ ମିଶ୍ର। ତାଙ୍କ ଚାଷଜମିରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ବୋରିଂ ଖୋଳାଯିବା ସହିତ...

ବରଗଡ଼ ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ମଥୁରାନଗରୀ ପାଲଟିଥାଏ। ଏଠାରେ କଂସ ରାଜୁତି ଚାଲିଥାଏ ଏବଂ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଥାଏ। ଏହା ପୌରାଣିକ...

ନିର୍ବନ୍ଧ -ବିବାହକୁ ନେଇ କନଫର୍ମ କଲେ ପ୍ରିୟଙ୍କା ଗାନ୍ଧୀ, ପୁଅ, ବୋହୂଙ୍କ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୩।୧: କଂଗ୍ରେସ ମହାସଚିବ ଏବଂ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶେଷରେ ତାଙ୍କ ପୁଅ ରେହାନଙ୍କ ନିର୍ବନ୍ଧ ଏବଂ ବିବାହକୁ ନିଶ୍ଚିତ କରିଛନ୍ତି। ପ୍ରିୟଙ୍କା...

ମାନବିକତାର ନିଦର୍ଶନ ଦେଖାଇଲେ ଖବରଦାତା: ଅଙ୍ଗଦାନ ପାଇଁ ନେଲେ ଶପଥ

ଭବାନୀପାଟଣା/ଥୁଆମୂଳ ରାମପୁର,୩ା୧ (ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି):ମୃତ୍ୟୁ ପରେ ପରାର୍ଥେ ନିଜକୁ ଉତ୍ସର୍ଗ କରିବା ଭଳି ମାନବିକତାର ନିଦର୍ଶନ ଦେଖାଇଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri