ଦୋହଲିଗଲା ଖାଉଟିଙ୍କ ଆତ୍ମବିଶ୍ୱାସ

 

ନୂଆଦିଲ୍ଲୀ,୬।୬: କରୋନା ପାଇଁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ଏହି ମହାମାରୀ ଖାଉଟିଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିବା ଜଣାପଡିଛି। ଏଥିଲାଗି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି।
ଖାଉଟିଙ୍କ ଆତ୍ମବିଶ୍ୱାସ ଖସିଥିବାରୁ କରେଣ୍ଟ ସିଚୁଏଶନ ଇଣ୍ଡେକ୍ସ(ସିଏସ୍‌ଆଇ) ରେକର୍ଡ ନିମ୍ନ ସ୍ତରରେ ରହିଛି। ସେହିଭଳି ଫ୍ୟୁଚର ଏକ୍ସପେକ୍ଟେଶନ ଇଣ୍ଡେକ୍ସ (ଏଫ୍‌ଇଆଇ) ଐତିହାସିକ ନିମ୍ନ ସ୍ତରକୁ ଖସିଛି। ଫଳରେ ସ୍ଥିତି ନୈରାଶ୍ୟଜନକ ରହିଥିବା ଆର୍‌ବିଆଇ ଏହାର କଞ୍ଜ୍ୟୁମର କନ୍‌ଫିଡେନ୍ସ ସର୍ଭେରେ ପ୍ରକାଶ କରିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ଖସିବ। ଆସନ୍ତା ଆର୍ଥତ୍କ ବର୍ଷ ଉନ୍ନତ ସ୍ଥିତିରେ ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ୭.୨% ରହିବ ବୋଲି ଆର୍‌ବିଆଇର ପ୍ରଫେସନାଲ ଫୋରକାଷ୍ଟରମାନେ ପୂର୍ବାନୁମାନ କରିଛନ୍ତି।
ରିୟଲ ପ୍ରାଇଭେଟ ଫାଇନାଲ କଞ୍ଜମ୍ପସନ ଏକ୍ସପେଣ୍ଡିଚର(ପିଏଫ୍‌ସିଇ) ୦.୫% ଖସିବା ନେଇ ଆକଳନ କରାଯାଇଛି। ଏହା ୨୦୨୦-୨୧ରେ ୬.୯% ରହିବ ବୋଲି କୁହାଯାଇଛି। ଗ୍ରସ୍‌ ଫିକ୍ସଡ କ୍ୟାପିଟାଲ ଇନ୍‌ଫରମେଶନ( ଜିଏଫ୍‌ସିଏଫ୍‌ରେ) ନକାରାତ୍ମକ ଅଭିବୃଦ୍ଧି ସହ ୬.୪% ରହିବ। ୨୦୨୧-୨୨ରେ ଏହା ୫.୬% ରହିପାରେ। ରିୟଲ ଗ୍ରସ୍‌ ଭାଲ୍ୟୁ ଆଡେଡ୍‌ ୧.୭% ଖସିବ ବୋଲି ଆକଳନ ହୋଇଛି। ୨୦୨୦-୨୧ରେ ଏହା ୬.୮% ରହିପାରେ। ଦେଶର ଆର୍ଥତ୍କ ସ୍ଥିତି, ନିଯୁକ୍ତି ଆଶା ଏବଂ ପାରିପାରିକ ଆୟକୁ ନେଇ ଲୋକଙ୍କ ମଧ୍ୟରେ ନିରାଶା ରହିଛି। ଅସୁବିଧା ସ୍ଥିତି ଲାଗି ରହିବ ବୋଲି ଲୋକମାନେ ଆଶଙ୍କା ରହିଛନ୍ତି। କେବଳ ଅତ୍ୟାବଶ୍ୟକ ଖର୍ଚ୍ଚକୁ ଛାଡି ଦେଲେ ଲୋକମାନେ ଅନ୍ୟ କୌଣସି ଖର୍ଚ୍ଚ କରୁ ନାହାନ୍ତି। ଆସନ୍ତା ବର୍ଷ ସ୍ଥିତରେ ଉନ୍ନତି ଆସିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆର୍‌ବିଆଇର ଏହି ସର୍ଭେରେ ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ,ମୁମ୍ବାଇ, ପାଟନା ଭଳି ସହରକୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri