ଦୋଳି ପାଇଁ ଗଛ ନାହିଁ

ପୁରୀ ଅଫିସ, ୧୩ା୬: ଗୁରୁବାର ସଜବାଜ ଓ ଶୁକ୍ରବାର ପହିଲି ରଜ। ଓଡ଼ିଶାର ମହାନ ଗଣପର୍ବ ‘ରଜ’କୁ ନେଇ ସବୁଠି ଏବେ ଚଳଚଞ୍ଚଳ। ବର୍ଷକରେ ଥରେ ଆସୁଥିବା ତିନିଦିନିଆ ରଜପର୍ବକୁ ସ୍ବାଗତ ଜଣାଇବା ପାଇଁ ସମସ୍ତେ ପ୍ରସ୍ତୁତ। ଏହି ପର୍ବର ଖାସ୍‌ ଆକର୍ଷଣ ପୋଡ଼ପିଠା ଆଉ ରଜପାନ ଖାଇ ଦୋଳିର ମଜା ନେବେ କୁମାରୀ। ହେଲେ ପୁରୀ ଜିଲା କୁମାରୀମାନଙ୍କ ପାଇଁ ରଜ ଦୋଳି ଖେଳିବାର ସ୍ବପ୍ନ ଏକପ୍ରକାର ମଉଳି ଯାଇଛି। ଫନୀ ଭାଙ୍ଗିଦେଇଛି ବହୁ ବଡ ବଡ ଗଛ। ପ୍ରତିବର୍ଷ ରଜଦୋଳି ଲାଗୁଥିବା କେତେକ ନିର୍ଦ୍ଦିଷ୍ଟ ଗଛର ଡାଳ ବି ଭାଙ୍ଗିପଡ଼ିଛି। ତେଣୁ ରଜରେ କୁମାରୀମାନେ ପାନ ଖାଇ ପାଟି ନାଲି କରିବେ ସିନା, ହେଲେ ଶୁଣିବାକୁ ମିଳି ନ ପାରେ ରଜଦୋଳି ଗୀତ ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ.।’ ସାଧାରଣତଃ କୁମାରୀମାନେ ରଜକୁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ସେମାନେ ରଜ ତିନିଦିନ ଯାକ କୌଣସି କାମ କରନ୍ତି ନାହିଁ। ପୋଡ଼ପିଠା ଆଉ ରଜ ପାନଖାଇ ଦୋଳିରେ ମଜା ନେଇଥାନ୍ତି। ରଜରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ସୃଷ୍ଟି ହୁଏ। ତେବେ ସହର ଅପେକ୍ଷା ଗଁ। ରେ ରଜ ପର୍ବ ଧୁମ୍‌ଧାମରେ ପାଳନ କରାଯାଏ। ଗଁ। ର ଆମ୍ବତୋଟା ହେଉ କିମ୍ବା ଅନ୍ୟ କୌଣସି ବଡ଼ ବଡ଼ ଗଛ ଡାଳରେ ଦୋଳି ଲଗାଯାଇଥାଏ। ଗୋଟିଏ ଜାଗାରେ ବହୁ ସଂଖ୍ୟକ କୁମାରୀ ଏକାଠି ହୋଇ ଦୋଳି ଖେଳନ୍ତି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇପଡ଼େ। ଉପକୂଳବର୍ତ୍ତୀ ପୁରୀ ଜିଲାରେ ରଜ ପର୍ବ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଏ। କେତେକ ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୁଏ। ଏଥିରେ ଝିଅ, ବୋହୂଙ୍କ ସମେତ ଯୁବକମାନେ ମଧ୍ୟ ଭାଗ ନେଇଥାନ୍ତି। ହେଲେ ଏଥର ପୁରୀ ଜିଲାରେ ରଜ ପର୍ବର ଚମକ ସେମିତି ଅନୁଭୂତ ହେଉନାହିଁ। ବାତ୍ୟାରେ ଜିଲାର ପ୍ରାୟ ସବୁ ଅଞ୍ଚଳ ପ୍ରଭାବିତ ହୋଇଛି। ଅନେକ ଲୋକ ବାସହରା ହୋଇପଡ଼ିଥିବାବେଳେ କେତେଜଣଙ୍କ ଆର୍ଥିକ ମେରୁଦଣ୍ଡ ଦୋଲିଯାଇଛି। ଅନ୍ୟପଟେ ରଜର ଖାସ୍‌ ଆକର୍ଷଣ ଦୋଳି ବନ୍ଧାଯିବାକୁ ବଡ ବଡ ଗଛ ବି ନାହିଁ। ବ୍ରହ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଚାକୁଣ୍ଡା ଗଛ ଏବଂ ବ୍ରହ୍ମଗିରି ପଞ୍ଚୁଦୋଳ ପଡ଼ିଆରେ ଥିବା ବରଗଛରେ ପ୍ରତିବର୍ଷ ରଜ ସମୟରେ ଦୋଳି ବନ୍ଧାଯାଏ। ଏଥିରେ ସ୍ଥାନୀୟ ଅଞ୍ଚଳର କୁମାରୀମାନେ ଦୋଳି ଖେଳିଥାନ୍ତି। ହେଲେ ଫନୀରେ ଏହି ଦୁଇଟି ଗଛ ଭାଙ୍ଗିଯାଇଛି। ସେହିପରି କୋଣାର୍କସ୍ଥିତ ମା’ ଭଗବତୀ ପୀଠ ପରିସରରେ ଥିବା ପୁରାତନ ବରଗଛରେ ଏକାଧିକ ଦୋଳି ବନ୍ଧାଯାଏ। ମାତ୍ର ବାତ୍ୟା ଏହାକୁ ଧରାଶାୟୀ କରିଦେଇଛି। ସାକ୍ଷୀଗୋପାଳ ବକୁଳ ବନ ପରିସର ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ଥିବା ଚାକୁଣ୍ଡା ଓ ବଉଳ ଗଛରେ ପ୍ରତିବର୍ଷ ଦୋଳି ଲାଗିଥାଏ। ବହୁ ପିଲା ଆସି ଦୋଳି ଖେଳିଥାନ୍ତି। କାକଟପୁର ଦେଉଳି ମଠ ପରିସରସ୍ଥ ଏକ ବଡ଼ ଆମ୍ବଗଛ ଡାଳରେ ମଠ ପକ୍ଷରୁ ଦୋଳି ବନ୍ଧା ଯାଇଥାଏ। ମଙ୍ଗଳା ମନ୍ଦିର ଏବଂ ମଠକୁ ବୁଲିବାକୁ ଆସୁଥିବା ଯୁବତୀ କିଶୋରୀ ଏବଂ ଆଖପାଖ ଗଁ। ର ପିଲାମାନେ ଏଠାରେ ଦୋଳି ଖେଳିଥାନ୍ତି। ବାତ୍ୟାରେ ଯଦିଓ ଗଛଟି ରକ୍ଷା ପାଇଯାଇଛି କିନ୍ତୁ ତାର ସବୁ ଡାଳ ଭାଙ୍ଗିପଡ଼ିଛି। ଏଥର କେଉଁଠି ଦୋଳି ବନ୍ଧାଯିବ ସେନେଇ ଚିନ୍ତିତ ଥିବା କୁହନ୍ତି ମଠ ପରିଚାଳକ ତଥା ପୂଜକ ମିତୁରଞ୍ଜନ ଦୀକ୍ଷିତ୍‌। କାକଟପୁର ବାଜପୁର ଗଁ। ଲୋକ ପ୍ରତିବର୍ଷ ରଜରେ ପ୍ରାଚୀ ନଦୀ ପଠାସ୍ଥିତ ଏକ ବୃହତ୍‌ ଓସ୍ତ ଗଛରେ ଦୋଳି ଲଗାଇଥାନ୍ତି। ଫନୀରେ ଏହି ଗଛଟି ଉପୁଡ଼ି ପଡ଼ିିଛି। ଏଥିଯୋଗୁ ଅନେକ କୁମାରୀଙ୍କ ମନରେ ନିରାଶା ଛାଇଯାଇଛି। ଏ ସମ୍ପର୍କରେ ବାଜପୁରର ଲିପିକା ସାହୁ କହିଛନ୍ତି, ନଦୀପଠା ଓସ୍ତ ଗଛରେ ପ୍ରତିବର୍ଷ ଆମେ ଦୋଳି ଖେଳୁଥିଲୁ। ଏଥର ବାତ୍ୟାରେ ଗଛଟି ଉପୁଡି ପଡ଼ିଛି। ଆଖପାଖରେ ଦୋଳି ଲଗାଇବା ଲାଗି ସେମିତି ବଡ ଗଛ ନାହିଁ। ତେଣୁ ଏଥର ରଜଦୋଳିରୁ ବଞ୍ଚତ୍ତ ହେବାକୁ ପଡ଼ିବ ଭାବି ଦୁଃଖ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri