ଦୋଳପୂର୍ଣ୍ଣିମାରେ ପୁଣି ଏକ ପରମ୍ପରାରେ ବ୍ୟତିକ୍ରମ

ପୁରୁଣା ଭୁବନେଶ୍ୱର, ୧୨ା୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିରରେ ଥରକୁ ଥର ପରମ୍ପରା ଭଙ୍ଗ ହେବା ନେଇ ଜନ ଅସନ୍ତୋଷ ଦେଖାଦେଇଛି। ସୋମବାର ଦୋଳପୂର୍ଣ୍ଣିମାରେ ପୁଣି ଏକ ପରମ୍ପରାରେ ବ୍ୟତିକ୍ରମ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାତଃରୁ ଶ୍ରୀଜୀଉମାନଙ୍କର ଯଥାରୀତି ନୀତି ସମ୍ପନ୍ନ ପରେ ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଥିବା ଦୁଇଟି ମଣ୍ଡପକୁ ଯାତ୍ରା କରିଥିଲେ। ଗୋଟିଏ ଦୋଳବେଦିରେ ଶ୍ରୀଲିଙ୍ଗରାଜ, ମା’ପାର୍ବତୀ ଏବଂ ଋଙ୍କୁଣା ଦେବୀ ଅବସ୍ଥାନ କରିଥିବାବେଳେ ଅନ୍ୟ ଦୋଳବେଦିରେ ପ୍ରଭୁ ବାସୁଦେବ ଅବସ୍ଥାନ କରିଥିଲେ। ମନ୍ଦିରରେ ବେଢାପରେ ପୂଜାର୍ଚ୍ଚନା ସାରି ସେବକମାନେ ଦିଅଁଙ୍କ ଆଜ୍ଞା ଅନୁଯାୟୀ ଶ୍ରୀଜୀଉଙ୍କୁ ଆଜ୍ଞା ପ୍ରସାଦ ଦେବା ପରେ ସେବକମାନେ ଏହି ବିଜେ କରାଇଥିଲେ। ଦୋଳବେଦିରେ ଡ଼ୋରୀ ଲାଗିବା ପରେ ଉଭୟ ଦୋଳବେଦିରେ ସକାଳଧୂପ କରାଯାଇଥିଲା। ମନ୍ଦିରରେ ଦ୍ୱିପ୍ରହର ଏବଂ ସନ୍ଧ୍ୟା ଧୂପ ସରିବା ପରେ ଉଭୟ ଦୋଳବେଦିରେ ଦ୍ୱିପ୍ରହର ଏବଂ ସନ୍ଧ୍ୟା ଧୂପ ହୋଇଥିଲା। ପରେ ଶ୍ରୀଜୀଉମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରମ୍ପରା ମୁତାବକ ମନ୍ଦିରରେ ଶ୍ରୀଲିଙ୍ଗରାଜ ଏବଂ ଦୋଳଗୋବିନ୍ଦଙ୍କ ମଧ୍ୟରେ ବଚନିକା ହୋଇଥିଲା। ଉଭୟଙ୍କ ପକ୍ଷରୁ ଦୁଇଜଣ ସେବାୟତ ସଚ୍ଚିକାନ୍ତ ପୂଜାପଣ୍ଡା ଏବଂ ରମାକାନ୍ତ ପୂଜାପଣ୍ଡା ମଧ୍ୟରେ ବଚନିକା ହୋଇଥିଲା। ଏହି ଅବସରରେ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ରଥକାର୍ଯ୍ୟ ସମ୍ପାଦନ ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥାଏ। ମାତ୍ର ଚଳିତବର୍ଷ ଏହି ବିଳମ୍ବିତ ରାତ୍ରିର କାର୍ଯ୍ୟକ୍ରମରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ନ ରହି କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ପଠାଇଥିଲେ ଯାହା ପରମ୍ପରାରେ ବ୍ୟତିକ୍ରମ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରେ ଏହା ବ୍ୟତିକ୍ରମ ନୁହେଁ ଆଗରୁ ମଧ୍ୟ ଅନ୍ୟ ଅଧିକାରୀଙ୍କ ଅନୁପସ୍ଥିତିରେ ବଚନିକା ହେବା ନଜିର ରହିଛି। ଅପରପକ୍ଷେ ମୋର ଶାରୀରିକ ଅସୁସ୍ଥତା ଏବଂ ନିଷ୍ଠା ବ୍ୟତିରେକ ଉପସ୍ଥିତ ରହିବାରୁ ବଞ୍ଚତ୍ତ ହୋଇଥିଲି। ତେବେ ନିଷ୍ଠାରେ ଥିବା ମନ୍ଦିର କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri