ଦୋକାନ ସମ୍ମୁଖରେ ମଦ କଳାବଜାର

ଅନୁଗୋଳ ଅଫିସ, ୨୬।୫

ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଅନୁଗୋଳରେ ତାହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସହରର ଜଣେ ମଦ ବ୍ୟବସାୟୀ ଅନ୍‌ଲାଇନ୍‌ରେ ମଦ ବିକିବା ପରିବର୍ତ୍ତେ ସିଧାସଳଖ ଟୋକନ କାଟି ଦୋକାନରୁ ଲୋକଙ୍କୁ ମଦ ବିକିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କି ଉକ୍ତ ଦୋକାନରୁ ସରକାରୀ ଦରରେ ମଦ କିଣି କେତେଜଣ ଦଲାଲ ସେଠାରେ କଳାବଜାର କରିଥିବା ଆଲୋଚନା ହେଉଛି। ତେବେ ଏପରି ବେଆଇନ କାର୍ଯ୍ୟ ସତ୍ତ୍ୱେ ପ୍ରଶାସନ କି ପୋଲିସ ସେଠାରେ ନ ପହଞ୍ଚିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅଭିଯୋଗରୁ ପ୍ରକାଶ ଯେ, ମଦ ଦୋକାନ ଗୁଡ଼ିକ ଖୋଲାଯାଇ ଅନ୍‌ଲାଇନ୍‌ରେ ବିକ୍ରି କରିବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲା। କେହି ବି କାଉଣ୍ଟରରେ ସିଧାସଳଖ ଗ୍ରାହକଙ୍କୁ ମଦ ନ ଦେବାକୁ କୁହାଯାଇଥିଲା। ଅନୁଗୋଳ ଗାନ୍ଧୀମାର୍ଗ ଓ ତାଳଚେରରେ ଥିବା ମଦ ଦୋକାନ ଖୋଲିବାକୁ ଜଣେ ବ୍ୟବସାୟୀଙ୍କୁ ଅନୁମତି ମିଳିଥିଲା। ଅବକାରୀ ବିଭାଗର ଅଧିକାରୀମାନେ ଉକ୍ତ ଦୋକାନରେ ଥିବା ମଦର ପରିମାଣ ଓ ଷ୍ଟକ୍‌ ରେଜିଷ୍ଟର ମଧ୍ୟ ଯାଞ୍ଚ କରିଥିଲେ। ପରେ କୋଭିଡ୍‌ ଚାର୍ଜ ଅଲଗା ଲଗାଇ ହୋମ୍‌ ଡେଲିଭରି ପାଇଁ ଅନୁମତି ଦେଇଥିଲେ। ଏଥିପାଇଁ ଦୋକାନ ଆଗରେ ଫୋନ୍‌ ନମ୍ବର ଲଗାଯାଇଥିଲା। କିନ୍ତୁ ଉକ୍ତ ନିର୍ଦ୍ଦେଶର ଅବମାନନା କରାଯାଇ ଶର୍ଟର ଟେକି ଦୋକାନ ମ୍ୟାନେଜର ସିଧାସଳଖ ଗ୍ରାହକଙ୍କୁ ମଦ ବିକ୍ରି ଆରମ୍ଭ କରିଥିଲେ। ଏହି ସମୟରେ କେତେଜଣ ଦଲାଲ ୯୫୦ ଟଙ୍କାରେ ମଦ କିଣି ୧୨ଶହ ଟଙ୍କାରେ ତାହାକୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ସାମାଜିକ ଦୂରତା ନ ରଖି ଶହ ଶହ ଲୋକ ମଦ ବୋହି ନେଇଥିଲେ। ଘଟଣା ସମ୍ପର୍କରେ ଅବକାରୀ ଏସ୍‌ପି କ୍ରିଷ୍ଣା ନାୟକ କହିଛନ୍ତି, ସରକାର ରଖିଥିବା ସର୍ତ୍ତରେ ବ୍ୟବସାୟୀ ଜଣଙ୍କ ରାଜି ହେବାରୁ ତାଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା। ଦୋକାନ ଆଗରେ ପୋଲିସ ମୁତୟନ କରିବାକୁ ଅନୁଗୋଳ ଏସ୍‌ପିଙ୍କୁ ଅବଗତ କରାଯାଇଥିଲା। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, କେଉଁ ଜାଗାରେ ମଦ ଦୋକାନ ଖୋଲିଛି ଆମ ନିକଟରେ ସୂଚନା ନାହିଁ। ତଥାପି ଘଟଣାର ଅନୁଧ୍ୟାନ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ବାଇକକୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ୨ ଜଣଙ୍କ ଜୀବନ

ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri