Posted inଜାତୀୟ

ଦୈନିକ ଆତ୍ମହତ୍ୟା କରୁଛନ୍ତି ୩୫ ବେକାର

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦେଶରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ୨୦୧୮ରେ ଦୈନିକ ହାରାହାରି ୩୫ ଜଣ ବେରୋଜଗାରୀ ଓ ୩୬ଜଣ ଆତ୍ମନିଯୁକ୍ତି ପାଇଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିବର୍ଷ ମୋଟ ୨୬,୦୮୫ ଜଣ ବେରୋଜଗାରୀ ଓ ଆତ୍ମନିଯୁକ୍ତ ବ୍ୟକ୍ତି ଜୀବନ ହାରିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାପଡିଛି। ସେହିବର୍ଷ ୧୨,୯୩୬ ଜଣ ବେରୋଜଗାରୀ ଓ ୧୩,୧୪୯ ଜଣ ଆତ୍ମନିଯୁକ୍ତ ଆତ୍ମହତ୍ୟା କରିଥିବାବେଳେ ଚାଷୀ ଆତ୍ମହତ୍ୟା ସଂଖ୍ୟା ଥିଲା ୧୦,୩୪୯।
ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୮ରେ ଦେଶରେ ମୋଟ ୧,୩୪,୫୧୬ ଜଣ ଆତ୍ମହତ୍ୟା କରିଥିଲେ, ଯାହାକି ପୂର୍ବବର୍ଷ ତୁଳନାରେ ୩.୬ ପ୍ରତିଶତ ଅଧିକ ଥିଲା। ସେହିପରି ପ୍ରତି ୧ ଲକ୍ଷ ଲୋକସଂଖ୍ୟାରେ ଆତ୍ମହତ୍ୟା ହାର ୨୦୧୭ ତୁଳନାରେ ୨୦୧୮ରେ ୦.୩ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିବର୍ଷ ମୋଟ ୪୨,୩୯୧ ଜଣ ମହିଳା ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କ ମଧ୍ୟରେ ଗୃହିଣୀ ଥିଲେ ୨୨,୯୩୭ ଜଣ ଅର୍ଥାତ୍‌ ୫୪.୧ ପ୍ରତିଶତ। ସରକାରୀ କର୍ମଚାରୀଙ୍କ ଆତ୍ମହତ୍ୟା ୧.୩ ପ୍ରତିଶତ (୧୭୦୭) ହୋଇଥିବାବେଳେ ଘରୋଇ ସେକ୍ଟର କର୍ମଚାରୀଙ୍କ ଆତ୍ମହତ୍ୟା ହାର ଥିଲା ୬.୧ପ୍ରତିଶତ (୮୨୪୬)। ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ୨୦୨୨ ଜଣ ଆତ୍ମହତ୍ୟା କରିଥିଲେ। ଛାତ୍ରୀଛାତ୍ର ଓ ବେରୋଜଗାରୀଙ୍କ ଆତ୍ମହତ୍ୟା ହାର ଥିଲା ଯଥାକ୍ରମେ ୭.୬ ଓ ୯.୬ ପ୍ରତିଶତ। ଅର୍ଥାତ୍‌ ୨୦୧୮ରେ ୧୦,୧୫୯ ଜଣ ଛାତ୍ରୀଛାତ୍ର ଓ ୧୨,୯୩୬ ଜଣ ବେରୋଜଗାରୀ ଜୀବନ ହାରିଥିଲେ। ଆତ୍ମନିଯୁକ୍ତଙ୍କ ଆତ୍ମହତ୍ୟା ହାର ୯.୮ ପ୍ରତିଶତ (୧୩,୧୪୯) ଥିଲା।
୨୦୧୮ରେ କୃଷି ସେକ୍ଟରରେ ସମୁଦାୟ ୧୦,୩୪୯ ଜଣ ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କ ମଧ୍ୟରୁ ୫୭୬୩ ଜଣ କୃଷକ ଓ ୪୫୮୬ ଜଣ କୃଷି ଶ୍ରମିକ ବୋଲି ଜଣାପଡିଛି। ମୋଟ ଆତ୍ମହତ୍ୟାରେ ସେମାନଙ୍କ ହାର ୭.୭ ପ୍ରତିଶତ ବୋଲି ଏନ୍‌ସିଆର୍‌ବି ରିପୋର୍ଟରେ କୁହାଯାଇଛି। ରାଜ୍ୟ ଅନୁଯାୟୀ ଦେଖିଲେ ମହାରାଷ୍ଟ୍ରରେ ସର୍ବାଧିକ ୧୭,୯୭୨ ଜଣ ଆତ୍ମହତ୍ୟା କରିଥିବାବେଳେ ଏହା ପଛକୁ ରହିଛି ତାମିଲନାଡୁ (୧୩,୮୯୬), ପଶ୍ଚିମବଙ୍ଗ (୧୩,୨୫୫), ମଧ୍ୟପ୍ରଦେଶ (୧୧,୭୭୫), କର୍ନାଟକ (୧୧,୫୬୧)। ମୋଟ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୦.୯ ପ୍ରତିଶତ ଏହି ୫ ରାଜ୍ୟର ବୋଲି ରିପୋର୍ଟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri