ବଜେଟରେ ମିଳିପାରେ ଟିକସ ରିହାତି

ନୂଆଦିଲ୍ଲୀ,୧୯-୧: ଫେବୃୟାରୀ ପହିଲାରେ ସାଧାରଣ ବଜେଟ ଆସିବାକୁ ଥିବା ବେଳେ ଏଥିରେ ବିଭିନ୍ନ ଟିକସ ରିହାତି ମିଳିପାରେ ବୋଲି ବଜାର ବିଶେଷଜ୍ଞ ମତ ରଖିଛନ୍ତି। ବେତନଭୋଗୀ ଏବଂ କର୍ପୋରେଟ ଏହି ବଜେଟକୁ ନେଇ ଅନେକ ଆଶାବାଦୀ ଅଛନ୍ତି। ମାତ୍ର ବଜେଟରେ ସାଲାରୀକ୍ଲାସ ବା ବେତନଭୋଗୀ ଶ୍ରେଣୀଙ୍କୁ ଅଧିକ ଫାଇଦା ମିଳିବ ବୋଲି ବଜାର ବିଶେଷଜ୍ଞ ଆଶାବାଦୀ। ୨୦ରୁ ୩୦% ଟିକସ ସ୍ଲାବରେ ରହିଥିବା ଟିକସଦାତାଙ୍କ ଲାଗି ସ୍ବତନ୍ତ୍ର ସ୍କିମ ଆସିପାରେ। ଏହା ଉପରେ ଫ୍ଲାଟ୍‌ ଟିକସ ହାର ଲାଗୁ କରାଯାଇପାରେ। ଏହାବାଦ ବାସଗୃହ ଋଣ ଉପରେ ପ୍ରଦାନ କରାଯାଉଥିବା ସୁଧ କ୍ଷେତ୍ରରେ ରିହାତି ସୀମା ବଢିବା ନେଇ ଆଲୋଚନା କରାଯାଉଛି।
ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ୨୦ରୁ ୩୦% ଟିକସ ପ୍ରଦାନ କରୁଥିବା ଟିକସଦାତାଙ୍କ ଲାଗି ୧୫ରୁ ୧୮% ଫ୍ଲାଟ ଟିକସ ହାର ଲାଗୁ କରାଯାଇପାରେ। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସ ମୁକ୍ତ ରହିଛି। ୨.୫ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ବର୍ତ୍ତମାନ ୫% ଟିକସ ଲାଗୁ ହେଉଛି। ସେହିଭଳି ୫ରୁ ୧୦ ଲକ୍ଷ ଟଙ୍କା ଉପରେ ୨୦%, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆୟ ଉପରେ ୩୦% ଟିକସ ହାର ଲାଗୁ ହେଉଛି। ସେହିଭଳି ଟିକସ ଯୁକ୍ତ ଆୟ ଉପରେ ଅଲଗା ୪% ସେସ୍‌ ମଧ୍ୟ ଲାଗୁ କରାଯାଉଛି। ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଆୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସୁପରରିଚ ବର୍ଗରେ ରଖାଯାଇଥିବା ବେଳେ ସେମାନଙ୍କ ଉପରେ ସରଚାର୍ଜ ମଧ୍ୟ ଲାଗୁ ହୋଇଥାଏ। ଏହାବାଦ ୮୦ସିରେ ରିହାତି ସୀମା, ବାସଗୃହ ଋଣ ମୂଳ ଅର୍ଥ ଉପରେ ଅଧିକ ରିହାତି ଏବଂ ବାସଗୃହ ଋଣ ଟିକସ ଉପରେ ପ୍ରଦାନ କରାଯାଉଥିବା ରିହାତି ମଧ୍ୟ ପ୍ରଦାନ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri