Posted inଜାତୀୟ

ଦେଶର ସର୍ବାଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ନୁହେଁ ବରଂ ଉତ୍ତର ପ୍ରଦେଶର ୮, ହରିୟାଣାର ୨ ସହର ରହିଛି

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସମଗ୍ର ଦେଶରେ ଚିନ୍ତାର ବିଷୟ ପାଲଟିଛି। ସୋମବାର ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କାରଣ ରାଜଧାନୀର କିଛି ସହରରେ ବାୟୁର ଗୁଣବତ୍ତା ଗମ୍ଭୀରରୁ ଖସି ଖରାପରେ ପହଞ୍ଚିଥିବା ନେଇ AQI ରୁ ଜଣାପଡ଼ିଛି। ତେବେ ଦିଲ୍ଲୀର ପ୍ରଦୂଷଣ ଯୋଗୁ ଯେଉଁ ଅସୁବିଧା ସୃଷ୍ଟି ହେଉଛି ତାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। କେବଳ ଦିଲ୍ଲୀ ନୁହେଁ ବରଂ ଉତ୍ତରପ୍ରଦେଶର କିଛି ସହରର ଅବସ୍ଥା ମଧ୍ୟ ଖରାପ୍‌ ରହିଛି। ସେହିପରି ବାୟୁର ଖରାପ ଗୁଣବତ୍ତାରେ ହରିୟାଣାର କିଛି ସହର ମଧ୍ୟ ପଛରେ ନାହାନ୍ତି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟକୁ ବିଶ୍ଳେଷଣ କରି ଡାଟା ଇଣ୍ଟଲିଜେନ୍ସ ୟୁନିଟ ଏକ ରିପୋର୍ଟ ତିଆରି କରିଛି। ଯେଉଁଥିରେ ରାଜଧାନୀ ଦିଲ୍ଲୀ ଭାରତର ଟପ୍‌ ଟେନ୍‌ ପ୍ରଦୂଷିତ ସହରର ପ୍ରକାଶ ପାଇଥିବା ତାଲିକାରୁ ବାଦ୍‌ ପଡ଼ିଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାରେ(ନଭେମ୍ବର ୩ ସନ୍ଧ୍ୟା ୪ଟାରୁ ନଭେମ୍ବର ୪ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ) ହରିୟାଣାର ଜିନ୍ଦ୍‌ ସହରର ଲୋକେ ସବୁଠାରୁ ବିଶାକ୍ତ ନିଃଶ୍ୱାସ ନେଇଛନ୍ତି। ସେହି ସମୟରେ ଜିନ୍ଦରେ ବାୟୁର ଗୁଣବତ୍ତା ହାରାହାରି AQI ୪୪୮ ରହିଥିଲା। ସେହିପରି ସୋମବାର ପ୍ରଦୂଷଣରେ ପ୍ରାୟ ୧୫ଟି ସହରର ହାରାହାରି AQI ୪୦୦ରୁ ଊର୍ଦ୍ଧ୍ୱରେ ରହିଥିଲା। ତେବେ ଏହି ୧୫ଟି ସହର ମଧ୍ୟରୁ କେବଳ ୯ଟି ଉତ୍ତରପ୍ରଦେଶ ଓ ୫ଟି ହରିୟାଣାର ସହର ରହିଛି। ଏହି ଅଧ୍ୟୟନରେ ଦିଲ୍ଲୀକୁ ଏକ ସହର ଭାବେ ଗଣାଯାଇଥିଲା। ତେବେ ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ହରିୟାଣାର ଜିନ୍ଦ୍‌ ପରେ ଉତ୍ତରପ୍ରଦେଶର ବାଗପତ ସହର ରହିଛି। ଯାହାର ବାୟୁର ଗୁଣବତ୍ତା ୪୪୦ ରେକର୍ଡ କରାଯାଇଛି। ସେହିପରି ଗାଜିଆବାଦରେ ୪୪୦, ହାପୁଡ ୪୩୬, ଲକ୍ଷ୍ନୌ ୪୩୫, ମୁରଦାବାଦ ୪୩୪, ନୋଏଡା ୪୩୦,ଗ୍ରେଟର ନୋଏଡା,୪୨୮ ଓ କାନପୁରରେ ୪୨୭ ଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ହରିୟାଣା ସିରସାରେ AQI ୪୨୬ ରହିଥିବା ସୂଚନା ମିଳିଛି। ତେବେ ପ୍ରଦୂଷଣ ମାମଲାରେ ବହୁଥର ଦିଲ୍ଲୀର ଆଖପାଖ ସହର ତାକୁ ପଛରେ ପକାଇ ଦେଇଛନ୍ତି। ଡାଟା ଇଣ୍ଟଲିଜେନ୍ସ ୟୁନିଟ ରିପୋର୍ଟ ଅନୁସାରେ ଦୀପାବଳିର ପୂର୍ବ ସପ୍ତାହରୁ ଉତ୍ତରପ୍ରଦେଶ ଓ ହରିୟାଣାର ଜନସାଧାରଣ ଦିଲ୍ଲୀରୁ ଅଧିକ ବିଶାକ୍ତ ନିଃଶ୍ୱାସ ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri