ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଜାରି ରହିଛି। ଏହି ଅବସରରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ନିଜର ନାଗରିକତ୍ୱ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ସ୍ତ୍ରୀ ସବିତା କୋବିନ୍ଦଙ୍କ ସହିତ ପ୍ରେସିଡେଣ୍ଟ୍ ଇଷ୍ଟେଟ୍ ସ୍ଥିତ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଭୋଟ ଦେଇଛନ୍ତି।

