Posted inଖେଳ

ଦେଶର ଡୋପ ଟେଷ୍ଟ ଲାବ୍‌ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୩।୮(ପି.ଟି.): ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଶୁକ୍ରବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ)କୁ ଭର୍ତ୍ସନା କରି ଦେଶରେ ଥିବା ଏକମାତ୍ର ଓ୍ବାଡା ସ୍ବୀକୃତି ପ୍ରାପ୍ତ ଡୋପ ଟେଷ୍ଟିଂ ଲାବ୍‌କୁ ସସ୍‌ପେଣ୍ଡ କରିଛି। ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡ ଲାବରେଟୋରି ସ୍ତରୀୟ ହୋଇ ନ ଥିବାରୁ ଦିଲ୍ଲୀସ୍ଥିତ ଲାବକୁ ୬ ମାସ ପାଇଁ ବାସନ୍ଦ କରାଯାଇଛି। ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ଏହାକୁ ବିରୋଧ କରି ୨୧ ଦିନ ମଧ୍ୟରେ ଅପିଲ କରିପାରିବ। ବାସନ୍ଦାଦେଶ ସତ୍ତ୍ୱେ ନାଡା ଖେଳାଳିଙ୍କ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରିପାରିବ। କିନ୍ତୁ ଏହାକୁ ଦେଶ ବାହାରେ ଥିବା ଓ୍ବାଡା ସ୍ବୀକୃତି ପ୍ରାପ୍ତ ଲାବ୍‌ରେ ଟେଷ୍ଟ କରାଇବାକୁ ପଡ଼ିବ। ଜାତୀୟ ଡୋପ ଟେଷ୍ଟ ଲାବ୍‌ (ଏନ୍‌ଡିଟିଏଲ)କୁ ୨୦୦୮ରେ ଓ୍ବାଡା ସ୍ବୀକୃତି ମିଳିଥିଲା। ଆମକୁ ଏବେ ଟଙ୍କା ବଦଳରେ ଡଲାରରେ ଖର୍ଚ୍ଚ କରିବାକୁ ପଡ଼ିବ। ଚିନ୍ତାର ମୁଖ୍ୟ କଥା ହେଲା ଅତିରିକ୍ତ ଟଙ୍କା କିଏ ବିହନ କରିବ। ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ଏ ନେଇ ଟଙ୍କା ଖର୍ଚ୍ଚ କଲା ଭଳି ସ୍ଥିତିରେ ନାହିଁ। ନାଡାର ତ୍ରୁଟି ପାଇଁ ଆମେ କେଉଁ କାରଣରୁ ଟଙ୍କା ଦେବୁ ବୋଲି ପ୍ରଶ୍ନ କରିଛନ୍ତି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ମୁଖ୍ୟ ନରିନ୍ଦର ବାତ୍ରା। ବାରମ୍ବାର ଚେତାଇବା ସତ୍ତ୍ୱେ ନାଡା ଏଭଳି ଭୁଲ କରିଛି। ଏହି ସମସ୍ୟା ଗଲା ବର୍ଷେ ହେଲା ଲାଗି ରହିଛି। ପୂର୍ବରୁ ଓ୍ବାଡା ଏନ୍‌ଡିଟିଏଲର ଟେଷ୍ଟିଂ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲା। ଏହାସତ୍ତ୍ୱେ ନାଡା ମ୍ୟାନେଜ କରିବାରେ ଫେଲ ହୋଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ନାଡା ଡିରେକ୍ଟର ଜେନେରାଲ ନବୀନ ଅଗ୍ରଓ୍ବାଲ କୌଣସି ମତ ରଖିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri