Posted inଖେଳ

ଦେଶ ଲାଗି ଖେଳି ପାରିବିନି ବୋଲି କେତେକ କହୁଥିଲେ: ବୁମ୍‌ରା

ନୂଆଦିଲ୍ଲୀ,୨୭।୪(ପି.ଟି): ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବେ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ନିଜର ସ୍ବତନ୍ତ୍ର ପରିୟ ସୃଷ୍ଟି କରିଛନ୍ତି। ତେବେ ନିଜର ବିଚିତ୍ର ବୋଲିଂ ଆକ୍ସନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଏହି ଅସାଧାରଣ ବୋଲିଂ ଆକ୍ସନ ପାଇଁ ଲୋକେ ତାଙ୍କୁ ଭାରତ ତରଫରୁ ଖେଳିପାରିବେ ନାହିଁ ବୋଲି କହୁଥିଲେ ବୋଲି ସେ କହିଛନ୍ତି। ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ ସେସନରେ ଅଂଶଗ୍ରହଣ କରି ବୁମ୍‌ରା ଏହା କହିଛନ୍ତି।
ନିଜର ବିଚିତ୍ର ତଥା ଆଇ ଆର୍ମ ବୋଲିଂ ଆକ୍ସନ ନେଇ ଯୁବରାଜ ତାଙ୍କୁ ପ୍ରଶ୍ନ ପଚାରିଥିଲେ। ଦୀର୍ଘ ଦିନ ଧରି ଦେଶ ପାଇଁ ଖେଳିପାରିବି ନାହିଁ ବୋଲି କେତେକ କହୁଥିଲେ। ଦେଶ ପାଇଁ ଖେଳିବାର ମୁଁ ଅନ୍ତିମ ବ୍ୟକ୍ତି ହେବି ବୋଲି କେତେକ ବିଚାର କରୁଥିବା କଥା ସେ ଯୁବିଙ୍କୁ ଉତ୍ତର ଦେଇ କହିଛନ୍ତି। ଗୋଟିଏ କିମ୍ବା ଦୁଇଟି ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବି ବୋଲି ସେମାନେ କହୁଥିଲେ। କାରଣ ଏହି ଆକ୍ସନ ଦେହ ପାଇଁ ପିଡାଦାୟକ ହେବ ବୋଲି କେତେକ ଭାବୁଥିଲେ। ତେବେ ଏହି ଆକ୍ସନକୁ ବଜାୟ ରଖି ଧିରେ ଧିରେ ଉନ୍ନତି କରିଥିଲି ୨୬ ବର୍ଷୀୟ ବୁମ୍‌ରା କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦମ୍‌ଦାର ପ୍ରଦର୍ଶନ କରିବା ପରେ ସେ ୨୦୧୬ରେ ଭାରତ ପାଇଁ ପଦାର୍ପଣ କରିଥିଲେ।
ସ୍ବତନ୍ତ୍ର ଭାବେ କୌଣସି ପ୍ରଶିକ୍ଷଣ ନେଇ ନ ଥିଲି। ଟିଭି ଦେଖି ଯାହା ଶିଖିଥିଲି। ଜଣେ ଟେନିସ ବଲ ବୋଲରଙ୍କ ଆକ୍ସନକୁ ନକଲ କରିବାକୁ ପ୍ରୟାସ କରିଥିଲି। ତେବେ ଏହି ପ୍ରକାର ଆକ୍ସନ କେବେ ଆରମ୍ଭ ହେଲା ତାହା ଜାଣି ନ ଥିଲି। ୧୯ ବର୍ଷରୁ କମ୍‌ ପର୍ଯ୍ୟନ୍ତ ମୋର ଭିନ୍ନ ଆକ୍ସନ ଥିଲା। ତେବେ ଏଥିରେ ପରିବର୍ତ୍ତନ ଆସିଥିଲା। କିନ୍ତୁ ଯେତେବେଳେ ଏହି ଅସାଧାରଣ ଆକ୍ସନରେ ବୋଲିଂ କରିବା ଆରମ୍ଭ କରିଥିଲି, ଏହାର ପରିବର୍ତ୍ତନ ପାଇଁ କେହି ମୋତେ କହି ନ ଥିଲେ ବୋଲି ବୁମ୍‌ରା କହିଛନ୍ତି। ବୁମରା ଏପର୍ଯ୍ୟନ୍ତ ୬୪ ଦିନିକିଆ, ୫୦ ଟି୨୦ ଓ ୧୪ଟି ଟେଷ୍ଟ ଖେଳିଛନ୍ତି। ୨୦୧୮ ଜାନୁୟାରୀରେ ସେ ଟେଷ୍ଟ ପଦାର୍ପଣ କରିଥିଲେ। ଏବେ ସେ ଟେଷ୍ଟରେ ମଧ୍ୟ ନିୟମିତ ସଦସ୍ୟ ବନିଯାଇଛନ୍ତି। ଟେଷ୍ଟ ଫର୍ମାଟ ସବୁଠାରୁ ଶ୍ରେଷ୍ଠ। ବୁମ୍‌ରା ଦିନେ ବିଶ୍ୱର ଏକ ନମ୍ବର ବୋଲର ହେବେ ବୋଲି ଯୁବରାଜ ପୂର୍ବାନୁମାନ କରି ଏଭଳି କଥା ତାଙ୍କୁ କହିଥିଲେ। ବୁମ୍‌ରା ୨୦୧୭ରେ ଟି୨୦ ର଼୍ୟାଙ୍କିଙ୍ଗ୍‌ର ବୋଲିଂ ତାଲିକାରେ ୧ ନମ୍ବର ସ୍ଥାନ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri