ଦେଶ ବିଦେଶରେ କ୍ରିସ୍‌ମାସ୍‌

*କ୍ରିସ୍‌ମାସ୍‌ ଅବସରରେ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଭୟଙ୍କର ମୁଖାପିନ୍ଧା ବ୍ୟକ୍ତିମାନେ ବୁଲୁଥିବାର ନଜର ଆସନ୍ତି। ଏହି ବ୍ୟକ୍ତିମାନେ ବିଭିନ୍ନ ପ୍ରାଙ୍କ୍‌ ଦ୍ୱାରା ଛୋଟ ଛୁଆ ତଥା ବଡମାନଙ୍କୁ ଡରାଇଥାନ୍ତି।
*ଭେନିଜୁଏଲାର ରାଜଧାନୀ କାରାକାସ୍‌ର ଜନସାଧାରଣ ଏହି ଅବସରରେ ସ୍କେଟିଙ୍ଗ୍‌ କରି ଚର୍ଚ୍ଚ ଯାଇଥାନ୍ତି।
*ଆୟର୍ଲାଣ୍ଡରେ କ୍ରିସ୍‌ମାସ୍‌ ଅବସରରେ ଏକ ବିରାଟ ବିରାଡି ବୁଲିଥିବାର ଲୋକବିଶ୍ୱାସ ରହିଛି। ଏହି ବିରାଡି ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ନୂଆ ପୋଷାକ ଭେଟିଦେଉଥିବାର ବିଶ୍ୱାସ ରହିଥିବା ବେଳେ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଗିଳି ଦେଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି।
*ୟୁକ୍ରେନ୍‌ରେ ଏହି ଅବସରରେ କ୍ରିସ୍‌ମାସ୍‌ ଟ୍ରିରେ ବୁଢ଼ିଆଣୀ ଜାଲ ଭଳି ଦିଶୁଥିବା ଡେକୋରେଟିଭ ଜିନିଷ ଝୁଲେଇବାର ପ୍ରଥା ରହିଛି। ଏଠାରେ ବୁଢ଼ିଆଣୀ ଜାଲକୁ ଶୁଭ ବୋଲି ଗ୍ରହଣ କରାଯାଏ।
*କ୍ରିସ୍‌ମାସ୍‌ ଅବସରରେ ଜର୍ମାନୀରେ କ୍ରିସ୍‌ମାସ୍‌ ଟ୍ରିରେ ଆଚାର ଲୁଚେଇବାର ପ୍ରଥା ରହିଛି। ଯେଉଁ ଛୋଟପିଲା ଏହି ଆଚାରକୁ ଖୋଜି ବାହାର କରିବ ତାକୁ କିଛି ଉପହାର ଦେବାର ଏକ ନିଆରା ପ୍ରଥା ରହିଛି।
*ନେଦରଲାଣ୍ଡରେ ଛୋଟପିଲାମାନେ ନିଜ ଜୋତାକୁ ରାତିରେ ନିଆଁ ପାଖରେ ରଖି ଶୋଇଯାନ୍ତି ଏହି ବିଶ୍ୱାସରେ କି ସକାଳୁ ଏହି ଜୋତାରେ ତାଙ୍କ ପାଇଁ କୌଣସି ଉପହାର ଭରି ହୋଇ ରହିଥିବ।
*ଇଟାଲୀରେ କ୍ରିସ୍‌ମାସ୍‌୍‌ ଅବସରରେ ‘ବେଫାନା’ ନାମକ ଜଣେ ବୃଦ୍ଧା ଘରଘର ବୁଲି ଛୋଟଛୁଆଙ୍କ ମୋଜା ଭିତରେ କ୍ୟାଣ୍ଡି ଏବଂ କିଛି ଉପହାର ରଖିଥାନ୍ତି ବୋଲି ବିଶ୍ୱାସ ରହିଛି।
*ଦକ୍ଷିଣଆଫ୍ରିକାରେ ଏହି ଅବସରରେ ଶୂକରେ ଏକ ପ୍ରକାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ଅତିଥିଙ୍କୁ ପରଷା ଯାଏ। ଏହି ଶୂକଗୁଡିକୁ ପାଇନ୍‌ ଗଛ କିମ୍ବା କ୍ରିସ୍‌ମାସ୍‌ ଟ୍ରିରୁ ସଂଗ୍ରହ କରାଯାଏ।
*ଲୋକବିଶ୍ୱାସ ରହିଛି ଯେ ନରଓ୍ବେରେ ଏହି ଅବସରରେ ଅନିଷ୍ଟକାରୀ ଆତ୍ମା ଘୂରିବୁଲନ୍ତି ଏବଂ ଏହି ଆତ୍ମା ଝାଡୁକୁ ନିଜର ପରିବହନ ଭାବେ ବ୍ୟବହାର କରିଥାନ୍ତି। ତେଣୁ ଏହି ଅବସରରେ ନରଓ୍ବେବାସୀ ନିଜ ଘରର ଝାଡୁକୁ ଲୁଚେଇ ଦେଇଥାନ୍ତି।
*ସ୍ପେନ୍‌ରେ ଏହି ଅବସରରେ କାଠରେ କଣ୍ଢେଇ ପ୍ରସ୍ତୁତ କରାଯାଇଥାଏ ଯାହାକୁ ‘ତିଓଦେ ନାଦାଲ’ ବୋଲି କୁହାଯାଏ। କାଠଗଣ୍ଡିରେ କାଠର ଗୋଡ, ନାଲି ଟୋପି ପରିହିତ ଏହି କଣ୍ଢେଇକୁ ଛୋଟଛୁଆମାନେ କ୍ରିସ୍‌ମାସ୍‌ ପୂର୍ବରୁ ଖାଦ୍ୟ, ପାନୀୟ ଦେବା ସହ ତାକୁ ଗରମ ପୋଷାକ ଘୋଡେଇ ରଖିଥାନ୍ତି। କ୍ରିସ୍‌ମାସ୍‌୍‌ ସନ୍ଧ୍ୟାରେ ପିଲାମାନେ ପାରମ୍ପରିକ ଗୀତ ବୋଲି ଏହି କଣ୍ଢେଇକୁ କାଠରେ ବାଡେଇଥାନ୍ତି। ଏହି ବିଶ୍ୱାସରେ କି ଏହି କାଠ କଣ୍ଢେଇ ସେମାନଙ୍କୁ କୌଣସି ଉପହାର ପ୍ରଦାନ କରିବ।
*ସ୍ବିଡେନ୍‌ରେ ଏହି ଅବସରରେ କୁଟା ଏବଂ ନାଲି ରିବନରେ ବଡ ବଡ ଛେଳି ପ୍ରସ୍ତୁତ କରାଯାଏ। ଏହାକୁ ପାରମ୍ପରିକ ଭାଷାରେ ‘ୟୁଲ୍‌ଗୋଟ୍‌’ ବୋଲି କୁହାଯାଏ। କ୍ରିସ୍‌ମାସ୍‌ ଅବସରରେ ଏହି ଛେଳିର ପୂତ୍ତଳିକାକୁ ଦାହ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri