Posted inଖେଳ

ଦେଓଧର ଟ୍ରଫି: ଭାରତ ବି’ ଚାମ୍ପିୟନ ଯାଦବ, ନଦୀମଙ୍କ ପ୍ରଭାବୀ ପ୍ରଦର୍ଶନ

ରାଞ୍ଚି,୪।୧୧ (ପି.ଟି.)- ପାର୍ଥିବ ପଟେଲଙ୍କ ନେତୃତ୍ୱାଧୀନ ଭାରତ ବି’ ଏଥର ଦେଓଧର ଟ୍ରଫି ହାସଲ କରିଛି। କେଦାର ଯାଦବଙ୍କ ୮୬ ରନର ଅର୍ଦ୍ଧଶତକୀୟ ଇନିଂସ ଓ ପରେ ସ୍ପିନର ଶାହବାଜ ନଦୀମଙ୍କ ୪ ଉଇକେଟ ସଫଳତା ସହାୟତାରେ ଭାରତ ବି’ ୫୧ ରନରେ ଭାରତ ସି’କୁ ପରାସ୍ତ କରି ଚାମ୍ପିୟନ ହୋଇଛି। ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏଶନ (ଜେଏସ୍‌ସିଏ) ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ସୋମବାର ଖେଳାଯାଇଥିବା ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବି’ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବି’ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୮୩ ରନ ସଂଗ୍ରହ କରିଥିଲା। ଜବାବରେ ତାରକା ଖଚିତ ଭାରତ ସି’ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିଜୟ ଲକ୍ଷ୍ୟଠାରୁ ଦୂରରେ ରହିଯାଇଥିଲା। ଫଳରେ ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୩୨ ରନରେ ସୀମିତ ରହି ପରାସ୍ତ ହେବା ସହ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି।
୨୮୪ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଭାରତ ସି’ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ମାତ୍ର ୧ ରନ କରି ଶୁବମନ ମହମ୍ମଦ ସିରାଜଙ୍କ ବଲ୍‌ରେ ଯଶସ୍ବୀ ଜୟସୁଆଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ପ୍ରିୟମ ଗର୍ଗ ୫୪ ରନ କରି ସ୍ଥିତି ସମ୍ଭାଳିଥିଲେ। ମୟଙ୍କ ୨୮ ରନକରି ନଦୀମଙ୍କ ବଲ୍‌ରେ କ୍ରିଷ୍ଣାପ୍ପା ଗୋଥାମଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ପ୍ରିୟମ ଗର୍ଗ ୭୭ଟି ବଲ ଖେଳି ୮ ଚୌକା ଓ ୧ ଛକା ସହ ୭୪ ରନକରି ସିରାଜଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଅକ୍ଷର ପଟେଲ ୩୮, ମୟଙ୍କ ମାର୍କଣ୍ଡେ ୨୭ ରନ କରି ଆଉଟ ହୋଇଥିବା ବେଳେ ଜଲଜ ସାକସେନା ୩୭ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବାକି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବିରାଟ ସିଂ ୬, ସୂର୍ଯ୍ୟକୁମାର ଯାଦବ ୩, ଦୀନେଶ କାର୍ତ୍ତିକ ୩, ଦିଓ୍ବେଶ ପଠାନିଆ ୬ ରନକରି ଆଉଟ ହୋଇଥିବା ବେଳେ ଇଶାନ ପୋରେଲ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ବି’ ତରଫରୁ ନଦୀମ ସର୍ବାଧିକ ୪, ସିରାଜ ୨, ରୁଷ କାଲାରିଆ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବି’ ତରଫରୁ କେଦାର ଯାଦବ ସର୍ବାଧିକ ୮୬ ରନ (୯୪ ବଲ, ୪ ଚୌକା, ୪ ଛକା) ସଂଗ୍ରହ କରିଥିଲେ। ସେହିପରି ଜୟସୁଆଲ ୭୯ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୧ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର ୩୩ ବଲରୁ ୪ ଚୌକା ଓ ୨ ଛକା ସହ ୪୫, ନିତିଶ ରାଣା ୨୦, ପାର୍ଥିବ ୧୪, ବାବା ଅପରାଜିତ ୧୩ ରନ କରି ଆଉଟ ହୋଇଥିବା ବେଳେ ଗୋଥାମ ୩୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ସି’ ତରଫରୁ ଇଶାନ ପୋରେଲ ସର୍ବାଧିକ ୫, ସାକସେନା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ବି’ ୫୦ ଓଭରରେ ୨୮୩/୭
(କେଦାର- ୮୬, ଜୟସୁଆଲ- ୫୪, ଶଙ୍କର- ୪୫, ଗୋଥାମ-୩୫*, ରାଣା- ୨୦, ପୋରେଲ- ୫/୪୩)।
ଭାରତ ସି’ ୫୦ ଓଭରରେ ୨୩୨/୯
(ଗର୍ଗ- ୭୪, ଅକ୍ଷର- ୩୮, ସାକସେନା- ୩୭*, ଅଗ୍ରଓ୍ବାଲ- ୨୮, ମାର୍କଣ୍ଡେ- ୨୭, ନଦୀମ- ୪/୩୨, ସିରାଜ- ୨/୪୩)।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri