Posted inଫୁରସତ

ଦୃଷ୍ଟିହୀନ କରିପାରେ ଫୋନ୍‌ର ନୀଳରଶ୍ମି!

ସ୍ମାର୍ଟଫୋନ୍‌ରେ ଅନବରତ ବ୍ୟସ୍ତ ରହିବା ଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଏହାର ଆହୁରି ଅନେକ କୁପରିଣାମ ଥିଲେ ମଧ୍ୟ ଆଖିକୁ ସବୁଠୁ ଅଧିକ ହାନି ପହଞ୍ଚିଥାଏ। ବୈଜ୍ଞାନିକଙ୍କ ମତରେ, ସ୍ମାର୍ଟଫୋନ୍‌ରୁ ବିଚ୍ଛୁରିତ ହେଉଥିବା ନୀଳ ରଶ୍ମି ଯୋଗୁ ଦୃଷ୍ଟିଶକ୍ତି ବି ଚାଲିଯାଇପାରେ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଆଖିର ରେଟିନାରେ ମହଜୁଦ୍‌ ଗୁରୁତ୍ୱପୂର୍ଣ୍ଣ ମଲିକ୍ୟୁଲ୍‌କୁ ସ୍ମାର୍ଟଫୋନ୍‌ କିମ୍ବା ଡିଜିଟାଲ୍‌ ଉପକରଣରୁ ବାହାରୁଥିବା ରଶ୍ମି ଘାତକ କୋଶିକାରେ ପରିବର୍ତ୍ତନ କରିପାରେ। ୟୁନିଭର୍ସିଟି ଅଫ୍‌ ଟୋଲେଡୋରେ ଏହି ଗବେଷଣା କରାଯାଇଛି। ଏଥିରୁ ଜଣାପଡ଼ିଛି, ସ୍ମାର୍ଟଫୋନ୍‌ କିମ୍ବା ଟାବ୍‌ ଭଳି ଡିଜିଟାଲ୍‌ ଉପକରଣରୁ ନିର୍ଗତ ନୀଳ ରଶ୍ମି ଦୃଷ୍ଟିହୀନ କରିଦେଇପାରେ। ବୈଜ୍ଞାନିକଙ୍କ ମତରେ, ମାକ୍ୟୁଲାର୍‌ ଡିଜେନେରେସନ୍‌ ଏକ ଚକ୍ଷୁ ରୋଗ, ଯେଉଁଥିରେ ଆଖିର ରଶ୍ମି ଚାଲିଗଲେ ଫେରିବା ଅସମ୍ଭବ। ଏହି ରୋଗ ଅତିକମ୍‌ରେ ୫୦ରୁ ୬୦ ବର୍ଷ ବୟସରୁ ଆରମ୍ଭ ହୋଇଥାଏ। ଏଥିରେ ରେଟିନାରେ ଥିବା ଫଟୋରିସେପ୍ଟର ସେଲ୍‌ ନଷ୍ଟ ହୋଇଯାଏ। ଏହି କୋଶିକା ମସ୍ତିଷ୍କକୁ ସଙ୍କେତ ପ୍ରେରଣ କରିଥାଏ। କିନ୍ତୁ ଡିଜିଟାଲ୍‌ ଉପକରଣରୁ ନିର୍ଗତ ନୀଳ ରଶ୍ମି ଏହାକୁ ନିମିଷକେ ନଷ୍ଟ କରିଦିଏ। ବର୍ତ୍ତମାନ ସମୟରେ ଏହି ରୋଗ ବୟସ୍କଙ୍କ ତୁଳନାରେ ଯୁବପିଢ଼ି ଏବଂ ଛୋଟ ପିଲାଙ୍କଠାରେ ଅଧିକ ଦେଖିବାକୁ ମିଳିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri