ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ

କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା ଏଭଳି ଏକ ଜଳପ୍ରପାତ ସମସ୍ତଙ୍କ ଆଢୁଆଳରେ ରହିଯାଇଥିବାରୁ ଏହାର ବିକାଶ ଦାବି ହେଉଛି ା ଖଣିଖାଦାନ ଭରା ଯୋଡା ବ୍ଲକର ବଲାଣୀ ଅଞ୍ଚଳରେ ଝିକରା ନାଳରେ ରହିଛି ଏକ ମନୋରମ ଜଳପ୍ରପାତ ା ଏହାର ନାମ ଝିକରା ଜଳପ୍ରପାତ ା ଏହା ଜିଲା ମୁଖ୍ୟାଳୟ ଠାରୁ ପ୍ରାୟ ୯୦ କି.ମି. ଦୂରରେ ରହିଥିବା ଜଣାପଡିଛି। ଏହାର ବିକାଶ କରାଗଲେ ଏହା ଓଡିଶା ତଥା ଝାଡ଼ଖଣ୍ଡ ରାଜ୍ୟର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି ସ୍ଥାନୀୟ ଲୋକ ମତବ୍ୟକ୍ତ କରୁଛନ୍ତି। ଝାଡ଼ଖଣ୍ଡ ସୀମା ମେଘର ପାହାଡ କୁହାଯାଉଥିବା କିରିବୁରୁ (ମେଘାହାତିପୁର) ନିକଟରେ ଏହି ସ୍ଥାନଟି ରହିଥିବାରୁ ଏହାର ବିକାଶ ହେଲେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ବଲାଣୀ ପାହାଡରୁ ବାହାରି ଏହି ନାଳଟି ପ୍ରାୟ ୨ କି.ମି. ଦୂରରେ କାରୋ ନଦୀରେ ମିଶିଛି ା ପାହାଡ ଉପରେ ଏହି ନାଳକୁ ସଂରକ୍ଷଣ କରି ବଲାଣୀ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇଆସୁଛି ା ଏହି ନାଳର ପାଣି ବହୁ ଉପରୁ ପାହାଡରୁ ଖସିବା ବେଳେ ତଳେ ପାହାଡ ଓ ପଥରରେ ପିଟି ହୋଇ ଜଳକଣା ବିଛୁରିତ ହୋଇ କୁହୁଡିଆ ପରିବେଶ ସୃଷ୍ଟି କରିଥାଏ। ଏହା ଉପରେ ସୂର୍ଯ୍ୟାଲୋକ ପଡିଲେ ଭାସମାନ ଇନ୍ଦ୍ରଧନୁ ମଧ୍ୟ ପରିଲକ୍ଷିତ ହୋଇଥାଏ, ଯାହାକି ଜଙ୍ଗଲ ପରିବେଶ ତଥା ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଅଧିକ ମନୋରାମ କରିଥାଏ। ଏହି ପାହାଡ ଉପରେ ଲୌହ ଖଣି ଥିବାରୁ ଏହି ପାଣି ଅନେକ ସମୟରେ ପ୍ରଦୂଷିତ ହୋଇଥାଏ ା ଖଣିଖାଦାନ ପାଇଁ ଏହାର ବିକାଶ କରାଯାଉ ନ ଥିବା ଅଭିଯୋଗ ହେଉଛି ା ଏହି ସ୍ଥାନକୁ ଭଲ ରାସ୍ତା ନ ଥିବାରୁ ପର୍ଯ୍ୟଟକମାନେ ସେହି ସ୍ଥାନକୁ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ଜଳପ୍ରବାହ ଅଧିକ ଥିବାରୁ କୁଳୁକୁଳୁ ହୋଇ ବୋହିଯାଉଥିବା ଝରଣା ଓ ଜଳପ୍ରପାତ ସୌନ୍ଦର୍ଯ୍ୟ ପରିବର୍ଦ୍ଧିତ କରିଥାଏ। ପାହାଡ ଓ ସବୁଜ ବନାନୀ ପରିବେଷ୍ଟିତ ଏହି ସ୍ଥାନରେ ପାଖାପାଖି ୫୦ ଫୁଟ ଉପରୁ ଜଳ ତଳକୁ ଖସୁଥିବା ଜଳର ଦୃଶ୍ୟ ଅତ୍ୟନ୍ତ ମନୋରମ। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏବଂ ଏହାର ବିକାଶ କରାଯାଉ ନ ଥିବାରୁ ଏହା ଲୋକଲୋଚନକୁ ଆସିପାରୁନାହିଁ ବୋଲି ସ୍ଥାନୀୟ ଅଧିବାସୀ ସୁବାଶିଷ ନନ୍ଦ କହିଛନ୍ତି। ପର୍ଯ୍ୟଟନ ଅଧିକାରୀ ରମେଶ ନାୟକ କହିଛନ୍ତି ଯେ ଏହି ସ୍ଥାନକୁ ଅନୁଧ୍ୟାନ କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯାଇପାରିବ ା ଅନ୍ୟ ପକ୍ଷରେ ଖଣି କମ୍ପାନୀମାନେ ଜଙ୍ଗଲ ଓ ପରିବେଶ ନଷ୍ଟ କରି ଲାଭବାନ ହେଉଥିବା ବେଳେ ଏଭଳି କେନ୍ଦ୍ରଗୁଡିକର ବିକାଶ, ସେଗୁଡ଼ିକର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମ ବା ସାମାଜିକ ଦାୟିତ୍ୱବୋଧ କରାଗଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି ା
ସରକାର ଖଣିର ବିକାଶ କରୁଥିବା ବେଳେ ପ୍ରକୃତିର ସୁରକ୍ଷା କରୁଥିବା ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ଏହି ଜଳପ୍ରପାତର ବିକାଶ କରୁ ନ ଥିବାରୁ ସ୍ଥାନୀୟ ପରିବେଶପ୍ରେମୀମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଖଣି ଅଞ୍ଚଳରେ ଥିବା ହାଣ୍ଡିଭଙ୍ଗା, ମୁର୍ଗା ଆଦି ଭଳି ଏହାକୁ ମାନ୍ୟତା ଦେଇ ବିକାଶ କରାଗଲେ କେନ୍ଦୁଝର ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri