ପରଜଙ୍ଗ, ୭।୨(ଡି.ଏନ.ଏ.) – ଏମ୍ଜିଏନ୍ଆର୍ଇଜିଏସ୍ଠାରୁ ଆରମ୍ଭ କରି ଗ୍ରାମୀଣ ଆବାସ ଯୋଜନା। ଭତ୍ତାଠୁ ଆରମ୍ଭ କରି ରାଶନକାର୍ଡ। ଯେଉଁ ଆଡ଼େ ଚାହିଁଲେ ପୁଳାପୁଳା ଦୁର୍ନୀତି। ବିଭିନ୍ନ ଉପାୟରେ ସରକାରୀ ତହବିଲରୁ ଲୁଟ୍ ହୋଇଛି କୋଟି କୋଟି ଟଙ୍କା। ଯେତେ ଉଦ୍ୟମ କଲେ ବି ଅନିୟମିତତାର ଦାଗ ଲିଭୁନି। ପାଟରପଦା, ବସୁଲେଇ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପଥରଖମ୍ବ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଅର୍ଥ ହେର୍ଫେର ପରେ ଏବେ ଚର୍ଚ୍ଚାର ପରିଧିକୁ ଆସିଛି ପରଜଙ୍ଗ ବ୍ଲକର କନ୍ତୁର। ଏ ନେଇ ପଞ୍ଚାୟତର ୮ ଜଣ ୱାର୍ଡସଭ୍ୟ ଏବଂ ସମିତିସଭ୍ୟ ଜିଲାପାଳ, ଭିଜିଲାନ୍ସ ବିଭାଗ, ପିଆର୍ ଡିପାର୍ଟମେଣ୍ଟରେ ଲିଖିତ ଅଭିଯୋଗ କରିଛନ୍ତି।
କେତେଜଣ ହିତାଧିକାରୀ ଘର ସମ୍ପୂର୍ଣ୍ଣ ନ କରି ଟଙ୍କା ଉଠାଇ ନେଇଛନ୍ତି। ପ୍ରକୃତ ଘର ପରିବର୍ତ୍ତେ ଅନ୍ୟ ଘରକୁ ଦର୍ଶାଇ ଫାଇନାଲ ବିଲ୍ କରାଯାଇଛି। ଗୋଟିଏ ଘର ପାଇଁ ଦୁଇଥର ବିଲ୍ ହୋଇଛି। ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଟ୍ଟାଳିକା ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛି। ଅନ୍ୟ ବ୍ଲକରୁ ଆସି ରେକର୍ଡ ନ ଥିବା ହିତାଧିକାରୀଙ୍କୁ ଘର ନିର୍ମାଣ କାର୍ଯ୍ୟାଦେଶ ଦିଆଯାଇଛି। ଗୋଚର ଜମିରେ ନିୟମ ଉଲ୍ଲଂଘନ କରି ଘର ତିଆରି କରାଯାଉଛି। ୧୪ରୁ ଊର୍ଦ୍ଧ୍ୱ ହିତାଧିକାରୀ ଏପରି ବେଆଇନ କାର୍ଯ୍ୟ କରିଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ୧୧ଜଣ ଆର୍ଥିକ ସ୍ବଚ୍ଛଳ ବର୍ଗର ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ଗାଡ଼ି, କୋଠାଘର, ଥ୍ରୀ ଫେଜ୍ ବିଦ୍ୟୁତ୍ ସଂଯୋଗ, ଉଦ୍ୟୋଗୀ ଏବଂ ଚାକିରି କରିଥିବା ବ୍ୟକ୍ତି ଅସାଧୁ ଉପାୟରେ ରାଶନ କାର୍ଡ ହାତେଇଛନ୍ତି। ବାଇକ୍ ଧରି ବୁଲୁଥିବା ଯୁବକଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳୁଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ପଞ୍ଚାୟତ ପ୍ରତିନିଧିମାନେ ଦାବି କରିଛନ୍ତି।
ଏ ନେଇ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ କୁହନ୍ତି, ଅଭିଯୋଗର ତଦନ୍ତ କରାଯିବ। ଦୋଷ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ତାଙ୍କ ନିକଟରେ ସେମିତି କିଛି ଅଭିଯୋଗ ହୋଇନାହିଁ। ଅଭିଯୋଗ ଆସିଲେ ତଦନ୍ତ କରାଯିବ। ଏ ନେଇ ସମିତିସଭ୍ୟ ଅବିନାଶ ବେହେରା କୁହନ୍ତି, କନ୍ତୁର ପଞ୍ଚାୟତରେ ସବୁଠାରୁ ଅଧିକ ଦୁର୍ନୀତି ହୋଇଛି। ଏହାର ତଥ୍ୟ ପ୍ରମାଣ ସହ ଭିଜିଲାନ୍ସ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ।
Posted inଆମ ଜିଲା ଖବର, ଢେଙ୍କାନାଳ View All
ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର
ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...
ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ
ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...
ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…
ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...
ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ
ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...
‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...
୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...
ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି
ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…
ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...
Archives


