ଦୁର୍ନୀତି ବିରୋଧରେ ଲଢ଼େଇ;ବିଦା ହେଲେ ଆହୁରି ୨୨ ଆୟକର ଅଧିକାରୀ

ନୂଆଦିଲ୍ଲୀ,୨୭-୮: ଦୁର୍ନୀତି ବିରୋଧରେ ନରେନ୍ଦ୍ର ମୋଦି ସରକାର ୨.୦ ଦୃଢ଼ ମନୋଭାବ ଆପଣାଇଛନ୍ତି। ସରକାରୀ ବିଭାଗରେ ବ୍ୟାପିଥିବା ଦୁର୍ନୀତିକୁ ଦୂର କରିବା ଲାଗି ଏବେ ଅଭିଯାନ ଆରମ୍ଭ ହୋଇଛି। ଦୁର୍ନୀତି ଓ ଅନ୍ୟ ମାମଲାରେ ଅଭିଯୁକ୍ତ ଅଧିକାରୀଙ୍କୁ ବିଦା କରିବା ଧାରା ଜାରି ରହଛିି। ତଦନୁଯାୟୀ, କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ୨୨ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ବହିଷ୍କୃତ ହୋଇଥିବା ଅଧିକାରୀମାନେ ସୁପରିନ୍‌ଟେଣ୍ଡେଣ୍ଟ ଓ ଏଓ ର଼୍ୟାଙ୍କର ବୋଲି ଜଣାପଡିଛି। ସେମାନଙ୍କୁ ଫଣ୍ଡାମେଣ୍ଟାଲ ରୁଲ୍‌ ୫୬(ଜେ) ଅଧୀନରେ ସେମାନଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସୂଚନାଥାଉ କି, ଗଣତନ୍ତ୍ର ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ସଚ୍ଚୋଟ ଟିକସଦାତାଙ୍କୁ ଅଯଥା ହଇାଣ ହରକର କରୁଛନ୍ତି। ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ନିଜ ଶକ୍ତିର ଅଯଥା ପ୍ରୟୋଗ କରି ଟିକସଦାତାଙ୍କୁ ସାମାନ୍ୟ ଭୁଲ୍‌ ପାଇଁ ଆୟକର ଅଫିସ୍‌କୁ ଦୌଡାଇବା ସହ ଅତ୍ୟଧିକ ମାତ୍ରାରେ ଜରିମାନା ଆଦାୟ କରୁଛନ୍ତି। ଏହି କାରଣରୁ ଟିକସଦାତାଙ୍କ ମନରେ ଭୟର ବାତାବରଣ ଖେଳିଯାଉଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣର ୧୧ ଦିନ ଭିତରେ ସିବିଆଇସିର ୨୨ ଜଣ ଦୁର୍ନୀତିଗ୍ରସ୍ତ ଆୟକର ଅଧିକାରୀଙ୍କୁ ଚାକିରିରୁ ବିଦା କରିବା ବିଶେଷ ପ୍ରଣିଧାନଯୋଗ୍ୟ। ଉଲ୍ଲେଖ କରାଯାଇପାରେ ଯେ, ଏଥିପୂର୍ବରୁ ସରକାର ଜୁନ୍‌ରେ ୨୭ ଜଣ ବରିଷ୍ଠ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏଥିରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ୧୨ ଜଣ ଅଧିକାରୀ ଥିଲେ। ସେହିପରି ସିବିଆଇସି ପକ୍ଷରୁ ଜୁନ୍‌ରେ ୧୫ଜଣ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇସାରିଲାଣି। ବିଦା ହୋଇଥିବା ଅଧିକାରୀମାନେ ସମସ୍ତେ ପ୍ରିନ୍ସିପାଲ କମିଶନର, କମିଶନର ଓ ଡେପୁଟି କମିଶନର ର଼୍ୟାଙ୍କର ଥିଲେ। ସୂଚନାଯୋଗ୍ୟ ଯେ, ୫୦ରୁ ୫୫ବର୍ଷ ବୟସ ଅତିକ୍ରମ କରିଥିବା ଅଥବା ଚାକିରିରେ ୩୦ ବର୍ଷର କାର୍ଯ୍ୟକାଳ ଶେଷ କରିଥିବା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଫଣ୍ଡାମେଣ୍ଟାଲ ରାଇଟ(ମୂଳ ଅଧିକାର) ନିୟମ ଲାଗୁ କରାଯାଇଥାଏ। ଏହି ନିୟମ ବଳରେ ଦୁର୍ନୀତିରେ ଲିପ୍ତ କିମ୍ବା ଅନ୍ୟ କୌଣସି କାରଣରୁ ଅଧିକାରୀ/କର୍ମଚାରୀଙ୍କୁ ସରକାର ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇ ବିଦା କରିପାରିବେ। ଦେଶରେ ଏହି ନିୟମ ବହୁ ପୂର୍ବରୁ ଲାଗୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri