ଦୁର୍ନୀତି ବିରୋଧରେ ଲଢ଼େଇ;ବିଦା ହେଲେ ଆହୁରି ୨୨ ଆୟକର ଅଧିକାରୀ

ନୂଆଦିଲ୍ଲୀ,୨୭-୮: ଦୁର୍ନୀତି ବିରୋଧରେ ନରେନ୍ଦ୍ର ମୋଦି ସରକାର ୨.୦ ଦୃଢ଼ ମନୋଭାବ ଆପଣାଇଛନ୍ତି। ସରକାରୀ ବିଭାଗରେ ବ୍ୟାପିଥିବା ଦୁର୍ନୀତିକୁ ଦୂର କରିବା ଲାଗି ଏବେ ଅଭିଯାନ ଆରମ୍ଭ ହୋଇଛି। ଦୁର୍ନୀତି ଓ ଅନ୍ୟ ମାମଲାରେ ଅଭିଯୁକ୍ତ ଅଧିକାରୀଙ୍କୁ ବିଦା କରିବା ଧାରା ଜାରି ରହଛିି। ତଦନୁଯାୟୀ, କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ୨୨ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ବହିଷ୍କୃତ ହୋଇଥିବା ଅଧିକାରୀମାନେ ସୁପରିନ୍‌ଟେଣ୍ଡେଣ୍ଟ ଓ ଏଓ ର଼୍ୟାଙ୍କର ବୋଲି ଜଣାପଡିଛି। ସେମାନଙ୍କୁ ଫଣ୍ଡାମେଣ୍ଟାଲ ରୁଲ୍‌ ୫୬(ଜେ) ଅଧୀନରେ ସେମାନଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସୂଚନାଥାଉ କି, ଗଣତନ୍ତ୍ର ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ସଚ୍ଚୋଟ ଟିକସଦାତାଙ୍କୁ ଅଯଥା ହଇାଣ ହରକର କରୁଛନ୍ତି। ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ନିଜ ଶକ୍ତିର ଅଯଥା ପ୍ରୟୋଗ କରି ଟିକସଦାତାଙ୍କୁ ସାମାନ୍ୟ ଭୁଲ୍‌ ପାଇଁ ଆୟକର ଅଫିସ୍‌କୁ ଦୌଡାଇବା ସହ ଅତ୍ୟଧିକ ମାତ୍ରାରେ ଜରିମାନା ଆଦାୟ କରୁଛନ୍ତି। ଏହି କାରଣରୁ ଟିକସଦାତାଙ୍କ ମନରେ ଭୟର ବାତାବରଣ ଖେଳିଯାଉଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣର ୧୧ ଦିନ ଭିତରେ ସିବିଆଇସିର ୨୨ ଜଣ ଦୁର୍ନୀତିଗ୍ରସ୍ତ ଆୟକର ଅଧିକାରୀଙ୍କୁ ଚାକିରିରୁ ବିଦା କରିବା ବିଶେଷ ପ୍ରଣିଧାନଯୋଗ୍ୟ। ଉଲ୍ଲେଖ କରାଯାଇପାରେ ଯେ, ଏଥିପୂର୍ବରୁ ସରକାର ଜୁନ୍‌ରେ ୨୭ ଜଣ ବରିଷ୍ଠ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏଥିରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ୧୨ ଜଣ ଅଧିକାରୀ ଥିଲେ। ସେହିପରି ସିବିଆଇସି ପକ୍ଷରୁ ଜୁନ୍‌ରେ ୧୫ଜଣ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇସାରିଲାଣି। ବିଦା ହୋଇଥିବା ଅଧିକାରୀମାନେ ସମସ୍ତେ ପ୍ରିନ୍ସିପାଲ କମିଶନର, କମିଶନର ଓ ଡେପୁଟି କମିଶନର ର଼୍ୟାଙ୍କର ଥିଲେ। ସୂଚନାଯୋଗ୍ୟ ଯେ, ୫୦ରୁ ୫୫ବର୍ଷ ବୟସ ଅତିକ୍ରମ କରିଥିବା ଅଥବା ଚାକିରିରେ ୩୦ ବର୍ଷର କାର୍ଯ୍ୟକାଳ ଶେଷ କରିଥିବା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଫଣ୍ଡାମେଣ୍ଟାଲ ରାଇଟ(ମୂଳ ଅଧିକାର) ନିୟମ ଲାଗୁ କରାଯାଇଥାଏ। ଏହି ନିୟମ ବଳରେ ଦୁର୍ନୀତିରେ ଲିପ୍ତ କିମ୍ବା ଅନ୍ୟ କୌଣସି କାରଣରୁ ଅଧିକାରୀ/କର୍ମଚାରୀଙ୍କୁ ସରକାର ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇ ବିଦା କରିପାରିବେ। ଦେଶରେ ଏହି ନିୟମ ବହୁ ପୂର୍ବରୁ ଲାଗୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri