ଦୁର୍ଦ୍ଦାନ୍ତ ପଥର ମାଫିଆ ସଞ୍ଜୟ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଖୋର୍ଦ୍ଧା ଅଞ୍ଚଳରେ ଆତଙ୍କ ଖେଳାଉଥିବା ଦୁର୍ଦ୍ଦାନ୍ତ ପଥର ମାଫିଆ ସଞ୍ଜୟ କୁମାର ପାଇକରାୟଙ୍କୁ ରବିବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ରବିବାର ଗିରଫ କରିଛି। ଏଥିସହ ତାଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଜବତ ବିସ୍ଫୋରକ ସାମଗ୍ରୀ ମଧ୍ୟରେ ୧୦ କେଜି ଆମୋନିଆ ନାଇଟ୍ରେଟ୍‌ ପାଉଡର, ଜିଲୋଟିନ ସମେତ ରଡ୍‌, ତାର, ଷ୍ଟାବିଲାଇଜର ଆଦି ରହିଛି। ତେବେ ସଞ୍ଜୟ ଓ ତାଙ୍କ ଗ୍ୟାଙ୍ଗ୍‌ ଉପରେ କ୍ରାଇମବ୍ରାଞ୍ଚର ପଦକ୍ଷେପ ପରେ ଏବେ ସ୍ଥାନୀୟ ପୋଲିସର କାର୍ଯ୍ୟଧାରାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି।
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଡକାୟତି ଯୋଜନାବେଳେ ଧରାପଡିଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରି ସଞ୍ଜୟ ଓ ତାଙ୍କ ଗ୍ୟାଙ୍ଗ୍‌ ସମ୍ପର୍କରେ ସୁରାକ ପାଇଥିଲା ଏସ୍‌ଟିଏଫ୍‌। ଗତ ୩୧ ତାରିଖରେ ସେମାନେ ୧୬ ନଂ. ଜାତୀୟ ରାଜପଥରୁ ଏସ୍‌ଏଚ୍‌ଜି ଗ୍ରୁପ୍‌ର ୧୦ ଲକ୍ଷ ଟଙ୍କା ଲୁଟ୍‌ ପାଇଁ ଯୋଜନା କରୁଥିବାବେଳେ ରାଜପଥ କଡ଼ର ଏକ ଅନ୍ଧାରୁଆ ସ୍ଥାନରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଥିଲା। ହେଲେ ସଞ୍ଜୟ ପୋଲିସକୁ ଦେଖି ଘଟଣାସ୍ଥଳରୁ ଖସି ଯାଇଥିଲେ। ତେବେ ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ ଏସ୍‌ଟିଏଫ୍‌ ଟିମ୍‌ ଶନିବାର ରାତି ପ୍ରାୟ ୨ଟାବେଳେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କୁମାରବସ୍ତସ୍ଥିତ ସଞ୍ଜୟଙ୍କ ଘରେ ଚଢ଼ାଉ କରି ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ ୭/୧୯ରେ ମାମଲା ରୁଜୁ କରିବା ସହ ସଞ୍ଚୟଙ୍କୁ ପଚରାଉଚରା ପରେ ଖୋର୍ଦ୍ଧା ଏସ୍‌ଡିଜେଏମଙ୍କ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ଆପରାଧିକ ସାମ୍ରାଜ୍ୟ ବିଷୟରେ ଅଧିକ ଖୋଳତାଡ଼ ପାଇଁ ସଞ୍ଜୟଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି।
ତେବେ ପଚରାଉଚରାବେଳେ ଏସ୍‌ଟିଏଫ୍‌ ଟିମ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିିଳିଛି। ସଞ୍ଜୟ ନିଜେ ବେଆଇନ ଖଣି ଚଳାଇବା ସହ ତାପଙ୍ଗ ଅଞ୍ଚଳରେ ଅସାମାଜିକ ତଥା ଅପରାଧୀଙ୍କୁ ହାତ କରି ବେଆଇନ ପଥର କାରବାର ଚଳାଇଥିଲା। ଯେଉଁମାନେ ଏହାର ପ୍ରତିବାଦ କରୁଥିଲେ ସଞ୍ଜୟଙ୍କ ଗ୍ୟାଙ୍ଗ୍‌ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଧମକ ଦେଇ ପାଟି ଚୁପ୍‌ କରୁଥିଲା। ଉକ୍ତ ଗ୍ୟାଙ୍ଗ୍‌ରେ ୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଥିବାବେଳେ ସଞ୍ଜୟ ସେମାନଙ୍କୁ ବନ୍ଧୁକ, ଗୁଳି ଓ ଗୋଳାବାରୁଦ ଯୋଗାଉଥିଲେ। ଗ୍ୟାଙ୍ଗ୍‌ ସହାୟତାରେ ସଞ୍ଜୟ ନିଜ ବେପାରକୁ ବଢ଼ାଇବା ସହ ଦାଦାବଟି ଆଦାୟ ସହ ବିଭିନ୍ନ ଅପରାଧ ଘଟାଉଥିଲେ। ପୋଲିସ ସବୁଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସେମାନଙ୍କ ଆତଙ୍କରାଜ ସୀମା ଟପିଥିଲ। ସାଧାରଣ ଲୋକେ ମୁହଁ ଖୋଲିବାକୁ ଆଉ ସାହସ କରୁ ନ ଥିଲେ। ଏ ସଂକ୍ରାନ୍ତରେ ପୂର୍ବରୁ ଧରିତ୍ରୀରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ପୋଲିସ ସୁରକ୍ଷା ଦେଉଥିବା ନେଇ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ତେବେ ସଞ୍ଜୟ କେଉଁଠୁ ବିସ୍ଫୋରକ ଓ ମାରଣାସ୍ତ୍ର ଆଣୁଥିଲେ ଏବଂ ତାଙ୍କ ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ ଚଳାଇଛି। ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ

ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri