ଅଲିଭା ସ୍ବାକ୍ଷର ଛାଡ଼ିଗଲେ ‘କଳ୍ପନା’

(ରତନ ନାୟାର) ଢେଙ୍କାନାଳ ଅଫିସ, ୩।୬:  ପିଲାଟି ଦିନରୁ ଦୁଃସାହସୀ ଥିଲେ କଳ୍ପନା। ପିଲାବେଳୁ ଏଭରେଷ୍ଟ ଶିଖର ଛୁଇଁବା ସ୍ବପ୍ନ ଦେଖିଥିଲେ ସେ। ଏହି ଇଚ୍ଛା ପୂରଣ କରିବାକୁ ସେ ୨୦୦୪ ଏବଂ ୨୦୦୬ରେ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରତିକୂଳ ପାଗ, ବରଫ ଝଡ଼ ତାଙ୍କ ପଥ ଅବରୋଧ କରି ରଖିଥିଲା। ଦୁଇଥର ଅଭିଯାନ ଅଧାରୁ ଶେଷ ହୋଇଥିଲା। ତଥାପି ହାର୍‌ ମାନି ନ ଥିଲେ ଦୃଢ଼ମନା କଳ୍ପନା। ଏଭରେଷ୍ଟରେ ପାଦ ରଖିବାକୁ ସେ ଅହରହ ଉଦ୍ୟମ ଜାରି ରଖିଥିଲେ। ଏଥିପାଇଁ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ, ଯାହା ସଫଳ ରୂପ ନେଇଥିଲା ୨୦୦୮ ମେ ୨୧ରେ। ପ୍ରଥମ ଓଡ଼ିଆ ମହିଳା ଭାବରେ ସେ ଏଭରେଷ୍ଟ ଶୃଙ୍ଗରେ ପାଦରଖି ସାଉଁଟିଥିଲେ ଅଜସ୍ର ପ୍ରଶଂସା। ଏହାପରେ ୨୦୧୫ରେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଘ ମାଉଣ୍ଟ କିଲିମାଞ୍ଜାରୋ, ଦକ୍ଷିଣ ଆମେରିକାର ଆମ୍‌ଦେମ ରେଞ୍ଜ୍‌, ୟୁରୋପର କାଉଜାସୁସ୍‌ ରେଞ୍ଜ୍‌କୁ ସେ ବିନା ଅମ୍ଲଜାନରେ ଆରୋହଣ କରିଥିଲେ। କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆର ମେନଲ୍ୟାଣ୍ଡ ମାଉଣ୍ଟ କୋଜିଭସ୍କୋକୁ ସେ ସଫଳତାର ସହ ଆରୋହଣ କରିଥିଲେ। କେବଳ ଏତିକି ନୁହେଁ, କଳ୍ପନାଙ୍କ ପେସାଦାର ଜୀବନ ବି ବେଶ୍‌ ସଂଘର୍ଷମୟ ଥିଲା। ପେସାରେ ସେ ଥିଲେ ଜଣେ ଆଇନଜୀବୀ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିଲେ। ଏହାସତ୍ତ୍ୱେ ସେ ନିଜର ନିଶା ଛାଡ଼ିପାରି ନ ଥିଲେ। ନିଜର ନିଆରା ପ୍ରତିଭା ପାଇଁ ତାଙ୍କୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଜିଲା ମହୋତ୍ସବରେ ରାଜ୍ୟସ୍ତରୀୟ କପିଳାସ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଦ୍ୱନ୍ଦ୍ୱ ଆଶଙ୍କାରେ ୧୧ ଦିନ
ଏଭରେଷ୍ଟର ଉତ୍ତୁଙ୍ଗ ଶିଖରକୁ ଛୁଇଁବାକୁ ଅଦମ୍ୟ ଇଚ୍ଛା ନେଇ ଏପ୍ରିଲ ୧୭ରେ ଦ୍ୱିତୀୟ ଥର ଅଭିଯାନରେ ବାହାରିଥିଲେ କଳ୍ପନା। ନେପାଳର କାଞ୍ଚତ୍ମାୟା ତମାଙ୍ଗ ଏବଂ ଚାଇନାର ଲିଆମୁ ମାଙ୍କ ସହ ସେ ନେପାଳରୁ ଏଭରେଷ୍ଟ ଚଢ଼ିବା ଆରମ୍ଭ କରିଥିଲେ। ମେ ୨୩ରେ ଅଭିଯାନ ଶେଷ କରି ଫେରୁଥିବାବେଳେ ବାଲ୍‌କୋନି ଏରିଆରେ ଅମ୍ଳଜାନ ଅଭାବରୁ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଲେ କଳ୍ପନା। ସନ୍ଧ୍ୟା ୬ଟା ୪୧ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସହଯାତ୍ରୀ ଦଳର ସଦସ୍ୟମାନେ ପରିବାରକୁ ସୂଚନା ଦେଇଥିଲେ। ସାରା ଦେଶରେ ନିର୍ବାଚନ ଫଳାଫଳ ଘୋଷଣା ଚାଲିଥିବାବେଳେ ଏପରି ଦୁଃଖଦ ଖବର କରିଦେଇଥିଲା ସମସ୍ତଙ୍କୁ ସ୍ତବ୍ଧ।

ବାଲ୍‌କୋନି ଏରିଆରୁ ମୃତଦେହ ଉଦ୍ଧାର କରିବା ଏତେ ସହଜ ନ ଥିଲା। ଏଥିପାଇଁ ନେପାଳ ସରକାରଙ୍କ ପକ୍ଷରୁ ମୃତଦେହ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅଭିଯାନ। ପ୍ରତିକୂଳ ପରିସ୍ଥିତି ଓ ପାଗ ଖରାପ ହେବା କାରଣରୁ ଏହି କାର୍ଯ୍ୟ ବିଳମ୍ବିତ ହୋଇଥିଲା। କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ବାଲକୋନି ଏରିଆରୁ ଲୁକାସ୍ଥିତ ବେସ୍‌ କ୍ୟାମ୍ପକୁ ଆଣିବାକୁ ଶେରପାଙ୍କୁ ପାଖାପାଖି ସପ୍ତାହେ ଲାଗିଯାଇଥିଲା। ମେ ୩୦ରେ ବେସ୍‌କ୍ୟାମ୍ପ-୪ରୁ ତାଙ୍କର ପାର୍ଥିବ ଶରୀର ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଥିଲା। ସେଠାରୁ ମୃତଦେହ ଶନିବାର ଦିଲ୍ଲୀ ଅଣାଯାଇଥିଲା। ହେଲେ ବିମାନ ମିସ୍‌ ହୋଇଯିବାରୁ ଭୁବନେଶ୍ୱର ଆସିପାରି ନ ଥିଲା ମୃତଦେହ। ଦୁର୍ଘଟଣାର ୧୧ ଦିନ ପରେ ମୃତଦେହ ଜନ୍ମମାଟି ଢେଙ୍କାନାଳକୁ ଆସିବାପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ହଜାର ହଜାର ଜନସାଧାରଣ ରାସ୍ତାର ଉଭୟ ପାର୍ଶ୍ୱରେ ଏକାଠି ହୋଇ କଳ୍ପନାଙ୍କୁ ଜଣାଇଥିଲେ ଅଶ୍ରୁଳ ବିଦାୟ।

ବେସ୍‌ କ୍ୟାମ୍ପ-୩ରୁ ‘ଧରିତ୍ରୀ’କୁ ଦେଇଥିଲେ ସୂଚନା

ଏଭରେଷ୍ଟର ପ୍ରତିକୂଳ ପାଗ, ଟ୍ରାଫିକ୍‌ ଜାମ୍‌ ସତ୍ତ୍ୱେ ମେ ୧୨ରେ ୩ନଂ. ବେସ୍‌ କ୍ୟାମ୍ପରେ ପହଞ୍ଚତ୍ଥିଲେ କଳ୍ପନା। ତାଙ୍କ ସହ ଥିଲେ ସହଯାତ୍ରୀ କାଞ୍ଚତ୍ମାୟା ତମାଙ୍ଗ ଏବଂ ଲିଆମୁ ମା। ସେଠାରୁ ଶାଢ଼ି ପିନ୍ଧି କଳ୍ପନା ନିଜ ଫଟୋ ହ୍ବାଟ୍ସଆପ୍‌ରେ ଶେୟାର କରିଥିଲେ। ଏଥିସହ ଅଭିଯାନ ସମ୍ପର୍କରେ ‘ଧରିତ୍ରୀ’ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଉକ୍ତ ସମୟରେ ପ୍ରବଳ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଯାତ୍ରା କଷ୍ଟକର ହେଉଥିଲା। ତେଣୁ ଏଭରେଷ୍ଟ ଶିଖରରେ ପହଞ୍ଚତ୍ବାକୁ ଅଧିକ ସମୟ ଲାଗିବ ବୋଲି ସ୍ପଷ୍ଟ କରିଥିଲେ କଳ୍ପନା। ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ମେ ୧୬ ମଧ୍ୟାହ୍ନ ୧୨ଟା ୧୫ରେ ଏଭରେଷ୍ଟ ଶୀର୍ଷରେ ପହଞ୍ଚତ୍ ଅଭିଯାନ ଶେଷ କରିଥିଲେ। ହେଲେ ଏହି ଏଭରେଷ୍ଟ ଅଭିଯାନ ପାଲଟି ଯାଇଥିଲା ତାଙ୍କର ଅନ୍ତିମ ଯାତ୍ରା।

ଲୁହରେ ଭିଜିଲା ମିନି ଷ୍ଟାଡିୟମ
ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ କଳ୍ପନାଙ୍କ ଅନ୍ତିମ ଦର୍ଶନ ପାଇଁ ମିନି ଷ୍ଟାଡିୟମ ପରିସରରେ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା। ମଧ୍ୟାହ୍ନରେ ମୃତଦେହ ପହଞ୍ଚତ୍ବାବେଳକୁ ସମବେତ ହୋଇସାରିଥିଲେ ହଜାର ହଜାର ଜନସାଧାରଣ। ସମସ୍ତଙ୍କ ଆଖିରେ ଥିଲା ଲୁହ। ଜିଲାର ଦୁଃସାହସୀ ଝିଅକୁ ହରାଇ ସମସ୍ତେ ମ୍ରିୟମାଣ ହୋଇପଡ଼ିଥିଲେ। ଜନପ୍ରତିନିଧି, ଜିଲା ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ପହଞ୍ଚତ୍ କଳ୍ପନାଙ୍କୁ ଜଣାଇଥିଲେ ଗଭୀର ଶ୍ରଦ୍ଧାଞ୍ଜଳି। ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂଦେଓ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ଅହଲ୍ୟା ଧଳ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ, ଇନ୍ଦ୍ରମଣି ବେହେରା, ଜିଲା ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ର, ସମ୍ପାଦକ ଟଙ୍କଧର ବେହେରା, ଯୋଗେନ୍ଦ୍ରନାଥ ତ୍ରିପାଠୀ, ଦେବାଶିଷ ମିଶ୍ର, ପୁଷ୍ପାଞ୍ଜଳି ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅନ୍ତିମ ଦର୍ଶନ କରିଥିଲେ। ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

ସାହସର ଅନ୍ୟନାମ କଳ୍ପନା। ୫୨ବର୍ଷ ବୟସରେ ଏଭରେଷ୍ଟ ଶୃଙ୍ଗ ଚଢ଼ିବାର ଦକ୍ଷତା ରଖୁଥିବା ଢେଙ୍କାନାଳର ଏହି ଦୁଃସାହସିକ କ୍ରୀଡ଼ାବିତ୍‌ ନିଜେ ହିଁ ନିଜର ପରିଚୟ। ତେବେ ଦ୍ୱିତୀୟ ଥର ଏଭରେଷ୍ଟ ଅଭିଯାନ ତାଙ୍କ ପାଇଁ ଅଭିଶାପ ପାଲଟିଛି। ସବୁଦିନ ପାଇଁ ନିରବୀ ଯାଇଛନ୍ତି ସେ। ତଥାପି ନିଜର ଆତ୍ମପ୍ରଚେଷ୍ଟା, ଦୃଢ଼ ଇଚ୍ଛାଶକ୍ତି, ଅସୀମ ଧୈର୍ଯ୍ୟ ପାଇଁ ସେ ମହିଳା ଏବଂ ଯୁବପିଢ଼ିଙ୍କ ପାଇଁ ସବୁଦିନ ପ୍ରେରଣାର ଉତ୍ସ ହୋଇରହିବେ। କଳ୍ପନାଙ୍କ ଏପରି ମୃତ୍ୟୁ ଜିଲାବାସୀଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ଦୀର୍ଘ ୧୧ଦିନ ପରେ ମୃତଦେହ ଜନ୍ମମାଟିକୁ ଆସିବା ପରେ ସବୁବର୍ଗର ଲୋକେ ତାଙ୍କୁ ଜଣାଇଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ସାହସିକତା ପାଇଁ ଅଲିଭା ସ୍ବାକ୍ଷର ଛାଡ଼ି ଯାଇଥିବା କଳ୍ପନା ସବୁଦିନ ଅମର ହୋଇ ରହିବେ ବୋଲି ମତପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri