ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଏନକାଉଣ୍ଟରରେ ଆହତ

ରାୟଗଡ଼ା ଅଫିସ, ୨୫।୧୧: ହାଡ଼ପା ଶିବା ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାୟଗଡ଼ା ପୋଲିସ ରବିବାର ରାତିରେ ଏନକାଉଣ୍ଟର କରିଛି। ଶିବାଙ୍କ ନାମରେ ୫୦ରୁ ଅଧିକ ମାମଲା ରହିଛି। ଗତ ୧୯ ତାରିଖରେ ସୁବର୍ଣ୍ଣପୁରର ଯୁବକ ବିଭୁତି ପୁଜାରୀ (୧୯) ଧାନବାଦ ଆଲେପି ଟ୍ରେନରେ ନିଜ ଘରକୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇ ୧୦ ଲକ୍ଷ ଟଙ୍କା ଦାବି କରିଥିବା ଘଟଣାରେ ମଧ୍ୟ ଶିବା ମୁଖ୍ୟ ଅଭିଯୁକ୍ତ ଥିଲେ। ଏହି ଘଟଣାର ତଦନ୍ତ କରୁଥିବା ସମୟରେ ରାୟଗଡ଼ା ପୋଲିସ ରବିବାର ବିଳମ୍ବିତ ରାତିରେ ଶିବା ଏବଂ କିଛି ଅପରାଧିକ ଟିମ ଶାଙ୍କେସ ଗାଁ ନିକଟସ୍ଥ ଜଙ୍ଗଲରେ ଥିବା ଖବର ପାଇ ଚଢ଼ାଉ କରିଥିଲା। ପୋଲିଲ ଚଢାଉ କରୁଥିବାବେଳେ ପ୍ରଥମେ ଶିବା ପୋଲିସ ଉପରକୁ ଗୁଳି ଚଳାଇଥିଲା ଏହା ପରେ ପୋଲିସ ପାଲଟା ଜବାବ କରିଥିଲା। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶେଷରେ ପୋଲିସ ଏନକାଉଣ୍ଟରେ ଶିବାର ଗୋଡ଼ରେ ଗୁଳି ବାଜିଛି ଏବଂ ମୁଣ୍ଡ ମଧ୍ୟ ଆଘାତ ହୋଇଛି। ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ଏହାପରେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଛନ୍ତି। ସେହିପରି ଶିବା ଗୂଳିରେ ରାୟଗଡ଼ା ଥାନା ଏସଆଇ ରିଗାନ କିଣ୍ଡୋ ଏବଂ ହାବିଲଦାର ଦିଲୀପ ହୋତା ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri