ଦୁରଦିନରେ ଗରିବ୍‌ ପରିବାର: ଭାଇ, ମାଏକିନାର ଚିକିଛା ଚିନ୍‌ତାରେ ବିକୀର୍ତ୍ତନ

ବିନିକା,୧୬।୧୨ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ ସେଲେଡ଼ି ପଁଚେତ୍‌ ତୁଲୁଣ୍ଡିପାଲି ଗଁାର ହରିଜନ ପଡ଼ାର ବିକୀର୍ତ୍ତନ ନାଗ(୩୧)। ପରିବାର କହେଲେ ବାପ୍‌ ରମେଶ ନାଗ, ମା’ ସୁବିଧା, ମାଏକିନା ଦେବାଳୀ, ଭାଇ ସଂକୀର୍ତ୍ତନ, ଝି’ ନିହାରିକା ଆର ପୁଓ ଶୁଭମକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଚାଲଛପର ଘରଖଁଡ଼େ ଛାଡ଼ି ସଁପତି ବଲି କିଛି ନାଇଁ। ବିକୀର୍ତ୍ତନ ଆର ସଂକୀର୍ତ୍ତନ ଦୁଇ ଭାଇ କୁଲିମଜୁରି କରି ପରିବାର ଚଲଉଥିଲେ। ହେଲେ ହଠାତ୍‌ ୨୦୧୪ ସାଲେ ସଂକୀର୍ତ୍ତନକଁର ମେରୁହାଡ଼ରେ ଅସ୍‌ବିଧା ଦେଖାଦେଲା। ଏନ୍‌ତାଥି ବଡ଼ଭାଇ ବିକୀର୍ତ୍ତନ ଭାଇକେ ଧରି ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଆର ପଛେ କିମ୍ସ ହସ୍ପିଟାଲରେ ଭରତି କଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରି ମେରୁହାଡ଼ରେ ଅପରେଶନ ଦରକାର ଆର ଇଥିର ଲାଗି ବହୁତ୍‌ ଟଁକା ଦରକାର ବଲି କହେଲେ। ଏନ୍‌ତାଥି ବିକୀର୍ତ୍ତନ ଟଁକା ପଏସା ଅଭାବୁ ମୁହୁକାନ ଶୁଖେଇ ଭାଇକେ ଧରି ଘରକେ ଫିରିଆଏଲେ। ସେଦିନ୍‌ଠାନୁ ସଂକୀର୍ତ୍ତନ ଘରେ ଅକରମା ହେଇ ପଡ଼ିଛନ୍‌। ଇତାର ପରେ ୨୦୧୭ରେ ବିକୀର୍ତ୍ତନକଁର ମାଏକିନା ଦେବାଳୀର ମୁଡ଼ଦୁଖା ହେଇ ଆଏଁଖ୍‌ ନାଇଁ ଦିଶ୍‌ଲା। ବିକୀର୍ତ୍ତନ ଦେବାଳୀକୁଁ ବୁର୍ଲାରେ ଭରତି କଲେ। ସେଠାନେ ଡାକ୍‌ତର ଦେବାଳୀକୁଁ ମାଙ୍ଗାଲୋର ନିମାନ୍ସକେ ନେବାକେ ପରାମଶ ଦେଲେ। ନିମାନ୍ସରେ ଡାକ୍‌ତର କିଛି ଉଷୋକଷା ଲେଖି ଦେଇ ମାସେ ଉତାରୁ ଆଏବ ଅପରେଶନ କରବାକେ ପଡ଼ବା, ଅପରେଶନ କଲେ ଦେବାଳୀକଁର ଆଏଁଖ୍‌ ଦିଶବା ବଲି କହିଥିଲେ। ହେଲେ ବିକୀର୍ତ୍ତନ ଭାଇ ଆର ମାଏକିନାର ଚିକିଛାରେ ସବୁ ବିକିଭାଂଗି ସରବ୍‌ସୁଅଁାତ୍‌ ହେଇଛନ୍‌। ଇଆଡ଼େ ୭ ପରାନୀ କୁଟୁମ ପୁଷ୍‌ବାର ବୋଝ୍‌ରେ ସଁଥ୍‌ଲି ହେଉଛନ୍‌। ଏହେଦେ ବିକୀର୍ତ୍ତନ ଭାଇ ଆର ମାଏକିନାର ଚିକିଛା ଚିନ୍‌ତାରେ ଘାରି ହେଉଛନ୍‌। ଏନ୍‌ତାଥି ଗଲା ୯ ତାରିଖ ବିନିକା ବ୍ଲକରେ ଅନୁଷ୍ଠିତ ଜନଶୁନାନି ଶିବିରରେ ଦୁଇ ଭାଇ ଯାଇ ଜିଲାପାଲକୁଁ ଚିକିଛା ସାହାଯ୍‌ ଲାଗି ଗୁହାରି କରିଥିଲେ। ଜିଲାପାଳ ସଂକୀର୍ତ୍ତନକଁର ଚିକିଛା କଟକ ବଡ଼ ଡାକ୍‌ତରଖାନାରେ କରବାକେ ସ୍ବାସ୍ଥ୍ୟ ବିଭାଗକେ ନିରଦେଶ ଦେବାର ସଂଗେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୬ ହଜାର ଟଁକା ଦେଇଛନ୍‌। ସେନ୍‌ତା ଗଲାମାସ ଦେବାଳୀକୁଁ ଦିବ୍ୟାଙ୍ଗ ଭତା ମିଲିଛେ। ହେଲେ ୭ ପରାନୀ କୁଟୁମ ଗୁଟେ ଝୁପ୍‌ଡ଼ିରେ ରହୁଥିଲେ ବି ଆଏଜ୍‌ତକ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଅସାହା ନିହାତି ଗରିବ୍‌ ଦୁଖି ପରିବାର ଉପରେ ଜିଲା ପରଶାସନ ଆର ରାଏଜ୍‌ ସରକାର ଦୁରୁଷ୍‌ଟି ଦେଇ ସଂକୀର୍ତ୍ତନ, ଦେବାଳୀକଁର ଚିକିଛା ସଂଗେ ସବୁ ପରକାର ସରକାରୀ ସହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚରାଲାରୁ ଇ ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଆପଣକରନୁ ଇ ଦୁଖି ପରିବାର ଉପରେ ଜାନ୍‌ବାକେ ପାଇଲି। ମୁଇଁ ସେଲେଡ଼ି ପଁଚେତ୍‌ କାର୍ଯ୍ୟ ନିର୍ବାହୀ ଅଧ୍‌କାରୀ ଆର ସରପଁଚ୍‌କଁର ସଂଗେ କଥା ହେଇ ପଦକ୍ଷେପ ନେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri