ସବୁଠୁ ମହଙ୍ଗା ବିୟର

ନିକଟରେ କିଛି ହୋଟେଲ ପକ୍ଷରୁ ଗ୍ରାହକଙ୍କୁ ଚକିତ କରିଦେବା ଭଳି ଦିଆଯାଉଥିବା ବିଲ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ସୋସିଆଲ ମିଡିଆର ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡ଼ିଛି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ରାହୁଲ ବୋଷ ଏକ ହୋଟେଲରେ ୨ଟି କଦଳୀ ପାଇଁ ୪୪୨ ଟଙ୍କାର ବିଲ୍‌ ଦେଇଥିବା ବେଳେ ‘ଅଲ ଦ କ୍ୱିନ୍ସ ମେନ’ର ଲେଖକ କାର୍ତ୍ତିକ ଧରଙ୍କଠାରୁ ୨ଟି ସିଝା ଅଣ୍ଡା ପାଇଁ ୧୭୦୦ଟଙ୍କା ଆଦାୟ କରାଯାଇଥିଲା।

ଏହାରି ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ହୋସ୍‌ ଉଡିଯିବ। ନିକଟରେ ଅଷ୍ଟ୍ରେଲିଆର କ୍ରିକେଟ ଖବରଦାତା ପିଟର ଲାଲୋରଙ୍କଠାରୁ ମାଞ୍ଚେଷ୍ଟରରେ ଥିବା ଏକ ହୋଟେଲ ଗୋଟିଏ ବିୟର ପାଇଁ ୭୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଛି। ସୂଚନାଯୋଗ୍ୟ, ମାଲମେଶନ ହୋଟେଲକୁ ପିଟର ଲାଲୋର ଓ ତାଙ୍କର କିଛି ସାଙ୍ଗ ଯାଇଥିଲେ। ସେଠାରେ ସେମାନେ ବିୟର ପାର୍ଟି କରିଥିଲେ। ହେଲେ ଯେତେବେଳେ ସେମାନଙ୍କ ହାତରେ ବିୟରର ବିଲ୍‌ ଦିଆଯାଇଥିଲା ସେତେବେଳେ ତାଙ୍କ ସବୁ ନିଶା ଉଡ଼ିଯାଇଥିଲା। କାରଣ ତାଙ୍କ ଆକାଉଣ୍ଟରୁ ୯୯,୯୮୩.୬୪ ଡଲାର (ପ୍ରାୟ ୭୧ ଲକ୍ଷ ୬୫ ହଜାର ୩୧ ଟଙ୍କା) କଟି ଯାଇଥିଲା। ବିଲ୍‌ ଦେଉଥିବା ବେଳେ ପିଟର ଚଷମା ପିନ୍ଧି ନ ଥିବାରୁ ଟଙ୍କା ବାବଦରେ ତାଙ୍କୁ କିଛି ଜଣା ନ ଥିଲା। ହେଲେ ହୋଟେଲର ଜଣେ ଷ୍ଟାଫ୍‌ ଏନେଇ ତାଙ୍କୁ ଜଣାଇବା ପରେ ସେ ହୋଟେଲର ମ୍ୟାନେଜର ସହ କଥା ହୋଇଥିଲେ। ବାସ୍ତବିକ ବିଲ୍‌ ପରେ ଥିବା ଅତିରିକ୍ତ ଟଙ୍କାକୁ ତାଙ୍କୁ ଫେରାଇ ଦିଆଯିବ ବୋଲି ମ୍ୟାନେଜର କହିଥିଲେ। ଏଥିସହ ଏଭଳି ଭୁଲ କିପରି ହେଲା ସେ ନେଇ ଯାଞ୍ଚ କରାଯିବ ବୋଲି କହିବା ସହ ସେ ପିଟରଙ୍କୁ କ୍ଷମା ମାଗିଥିଲେ। ଏହାପରେ ଘଟଣା ବାବଦରେ ପିଟର ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।  ସେ ଲେଖିଥିଲେ, ଏହି ବିୟରକୁ ଦେଖ, ଏହା ଇତିହାସର ସବୁଠାରୁ ମହଙ୍ଗା ବିୟର।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri