ଦୁଇଟି ସ୍ଥାନରେ ହାଟକୁ ବିରୋଧ, ରାସ୍ତା ଅବରୋଧ

ରାଇକିଆ,୧୦ା୧୨(ଡ଼ି.ଏନ.ଏ)-ରାଇକିଆ ସାପ୍ତାହିକ ହାଟ ସୋମବାର ଦୁଇଟି ସ୍ଥାନରେ ଏକା ସମୟରେ ଚାଲୁଛି। ହାଟକୁ ଆସୁଥିବା ବ୍ୟବସାୟୀମାନେ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି। ଏପରିକି ରାସ୍ତା ଉପରେ ଦୋକାନ ଖୋଲି ପ୍ରତିବାଦ ମଧ୍ୟ କରିଛନ୍ତି। ଗତ ୧୮ ତାରିଖରେ ଆର୍‌ଏମସି ପରିସରରେ ଚାଲୁଥିବା ହାଟକୁ ଚୂନପଲ୍ଲୀ ନିକଟ ଅଏଲ ମିଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା ା ଅଧିକାଂଶ ବ୍ୟବସାୟୀ ନୂତନ ସ୍ଥାନରେ ସେମାନଙ୍କ ଜିନିଷ ଧରି ବସିଥିଲେ ା ଅନ୍ୟପଟେ ଆର୍‌ଏମ୍‌ସି ପରିସରରେ ପୂର୍ବ ସ୍ଥାନରେ ମଧ୍ୟ କେତେଜଣ ବ୍ୟବସାୟୀ ଦୋକାନ ଖୋଲିଥିଲେ ା ଏକ ସମୟରେ ଦୁଇଟି ସ୍ଥାନରେ ହାଟ ଚାଲିବା ଯୋଗୁ ଲୋକଙ୍କ ସମେତ ବ୍ୟବସାୟୀମାନେ ମଧ୍ୟ ହଇରାଣ ହେଉଥିଲେ ା ଏପରି ୩ ସପ୍ତାହ ବିତିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଗଲାନାହିଁ। ନୂତନ ସ୍ଥାନରେ ଭଲ ବ୍ୟବସାୟ ହେଉ ନ ଥିବା କେତେଜଣ ବ୍ୟବସାୟୀ ଅଭିଯୋଗ କରିଥିଲେ। ହାଟକୁ ପରିବା ନେଇ ଆସୁଥିବା ଚାଷୀମାନେ ବିଶେଷ କ୍ଷତି ସହିଥିଲେ ା ଏହାର ପ୍ରତିବାଦ ସ୍ବରୂପ ସୋମବାର ସେମାନେ ନୂତନ ହାଟ ସମ୍ମୁଖରେ ରାଇକିଆ- ଜି.ଉଦୟଗିରି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ା ଏଥିଯୋଗୁ ପ୍ରାୟ ୨ ଘଣ୍ଟା ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ସେଠାରେ ପହଞ୍ଚି ଆଗାମୀ ସପ୍ତାହ ସୁଦ୍ଧା ଗୋଟିଏ ସ୍ଥାନରେ ହାଟ ବସିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

‘ଭାଜପା ବିଜେଡିକୁ ମହିଳା ବିରୋଧୀ ବୋଲି କରୁଛି ଅପପ୍ରଚାର’

ଆନନ୍ଦପୁର/ହାଟଡିହୀ/ଛେନାପଦୀ, ୨୨/୦୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ / ନିରାକାର ପରିଡା):କେନ୍ଦୁଝର ଜିଲାର ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀଠାରେ ବିଜେଡି ପକ୍ଷରୁ ଶୁକ୍ରବାର…

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri