ଦୁଇ ଗାଁକୁ ପାନୀୟ ଜଳ ଯୋଗାଣ ବନ୍ଦ: ୫-ଟିରେ ଅଭିଯୋଗ ପରେ ମିଳୁନି ସୁଫଳ

ବେଗୁନିଆ,୧୪ା୧୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତର ୨ଟି ଗଁ।ର ୪ ହଜାର ଲୋକ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ଲୋକେ ଜଳକଷ୍ଟ ଭୋଗୁଛନ୍ତି। ୬୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨ ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ କାମରେ ନ ଆସି ବେକାର ହେବାକୁ ବସିଛି। ବାରମ୍ବାର ଅଭିଯୋଗ ପରେ ଲୋକେ ସୁଫଳ ନ ମିଳିବାରୁ ୫-ଟିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ପଞ୍ଚାୟତ ଅନ୍ତର୍ଗତ କୋହ୍ଲୁଆପାଟଣା ଗଁ।ର ୨ଟି ଓ୍ବାର୍ଡ ୩ଟି ସାହି ରହିଛି। ୧୬୨ ପରିବାରକୁ ନେଇ ୧୬୦୦ ଲୋକ ବସବାସ କରୁଛନ୍ତି। ପାନୀୟ ଜଳ ସୁବିଧା ପାଇଁ ୧୫ଟି ନଳକୂପ ଏବଂ ସରକାରୀ ଓ ବେସରକାରୀ ଭାବେ ୧୨ଟି ଖୋଲା କୂପ ରହିଛି। ପରେ ୨୦୧୬-୧୭ ଆର୍ଥିକ ବର୍ଷରେ ଭୂ ଉଚ୍ଚ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅର୍ଥ ମଞ୍ଜୁର କରିଥିଲେ। ଠିକାଦାର ନିଯୁକ୍ତ ପରେ ଗଁ।ରେ ପାଇପ ବିଛା ଯାଇ ଜଳଯୋଗାଣ ହୋଇଥିଲା। କମିଟି ଗଠନ କରାଯାଇ ଘରୋଇ ସଂଯୋଗ ଦିଆଯାଇଥିଲା। ଘରୋଇ ଲୋକମାନଙ୍କଠାରୁ ଅର୍ଥ ଆଦାୟ କରାଯାଇ କମିଟି ପାଣ୍ଠିରେ ରଖାଯାଇଥିଲା। ଲୋକେ ପ୍ରାୟ ୨ ବର୍ଷ ପାନୀୟଜଳ ଠିକ୍‌ରେ ପାଇଥିଲେ। ହେଲେ ମେ’ ମାସଠାରୁ ଅତ୍ୟଧିକ ବିଲ୍‌ ବାକିଥିବା ଦର୍ଶାଇ ସେସୁ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ କଟାଯାଇଥିଲା। ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାକି ରହିଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ମାତ୍ର ଏତେ ଟଙ୍କା କ’ଣ ପାଇଁ ବାକି ରହି ଲୋକେ ଜଳ କଷ୍ଟ ଭୋଗୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଗଁ।ର ଲୋକେ ସମଦଶା ଭୋଗୁଛନ୍ତି। ଏହି ଗଁ।ରେ ୩ଟି ଓ୍ବାର୍ଡ ଲୋକେ ବସବାସ କରୁଛନ୍ତି। ଗଁ।ରେ ପାନୀୟ ଜଳ ସୁବିଧା ପାଇଁ ୭ଟି ଖୋଲା କୂପ, ୧୨ଟି ନଳକୂପ ସହ ୨ଟି ସାନିଟାରୀ କୂପ ରହିଛି। ପରେ ୨୦୧୨ରେ ଜଳଯୋଗାଣ ପ୍ରକଳ୍ପ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। କମିଟି ଗଠନ କରାଯାଇ ପାଇପ ଜଳଯୋଗାଣ ବାସ କରୁଥିବା ପରିବାର ଲୋକଙ୍କୁ ଦିଆଯାଇଥିଲା। ହେଲେ ବର୍ଷେ ହେଲା ଏହି ପ୍ରକଳ୍ପ ଅଚଳ ହୋଇପଡିଛି। ଏହାକୁ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ଏ ସମ୍ପର୍କରେ ଗୋବିନ୍ଦପୁର ଗଁ।ର ପ୍ରସନ୍ନ କୁମାର ମହାପାତ୍ର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କଲେ କୌଣସି ସୁଫଳ ପାଉନାହାନ୍ତି। ସେହିପରି କୋହ୍ଲୁଆପାଟଣା ଗଁ।ର ବଳଭଦ୍ର ପଣ୍ଡା କୁହନ୍ତି ବାରମ୍ବାର ଅଭିଯୋଗ ପରେ ନିରାଶ ହୋଇ ୫-ଟିରେ ଅଭିଯୋଗ କରିଥିଲୁ। ତଥାପି କିଛି ସୁଫଳ ମିଳିନାହିଁ। ବିଡିଓ ରବିନାରାୟଣ ମାଝିଙ୍କୁ ପଚାରିବାରେ ମୁଁ କିଛି ଜାଣିନାହିଁ କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri