ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ଦୁନିଆର ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ୍‌-୨୦୧୯ରେ ସୁଖୀ ଦେଶ ତାଲିକାର ଶ୍ରେଷ୍ଠ ୩ ସ୍ଥାନରେ ଥିବା ଫିନଲାଣ୍ଡ୍‌, ଡେନମାର୍କ ଏବଂ ନରଓ୍ବେରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଃଖୀ ଦେଶ ତାଲିକାର ପ୍ରଥମ ୩ ଦେଶ ଦକ୍ଷିଣ ସୁଦାନ, ସିଆର୍‌ ଆଫ୍ରିକା ଏବଂ ଆଫଗାନିସ୍ତାନ ତୁଳନାରେ ଅଧିକ ରହିଛି। କରୋନା ଓ୍ବାଲର୍‌ଡ ମିଟରରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ପ୍ରଥମ ୩ ସୁଖୀ ଦେଶରେ ୨୨ ହଜାର ୩୮୪ ଜଣ କରୋନା ସଂକ୍ରମିତ ଥିବାବେଳେ ଏସବୁ ଦେଶରେ ମୃତକଙ୍କ ମୋଟ ସଂଖ୍ୟା ୯୦୫ ରହିଛି। ଅପରପକ୍ଷରେ ପ୍ରଥମ ୩ ଦୁଃଖୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୫୮୬ ଥିବାବେଳେ ମୃତକଙ୍କ ସଂଖ୍ୟା ୭୨ ରହିଛି। ଗତ ୪ ମାସର କରୋନା ସଂକ୍ରମଣ ତଥ୍ୟରୁ ଜଣାପଡ଼ିଛି ଯେ, ସୁଖୀ ଦେଶରେ ଦୁଃଖୀ ଦେଶ ତୁଳନାରେ କରୋନା ସଂକ୍ରମଣ ହାର ୧୩ ଗୁଣା ଅଧିକ ରହିଛି। ସୁଖୀ ଦେଶ ଫିନଲାଣ୍ଡ୍‌, ଡେନମାର୍କ ଏବଂ ନରଓ୍ବେରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୫୧୭୬, ୯୪୦୭ ଏବଂ ୭୮୦୧ ରହିଛି। ସେହିପରି ଏସବୁ ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୨୨୦, ୪୭୫ ଏବଂ ୨୧୦ ରହିଛି। ଅପରପକ୍ଷରେ ଦୁଃଖୀ ଦେଶ ଦକ୍ଷିଣ ସୁଦାନ, ସିଆର୍‌ ଆଫ୍ରିକା ଏବଂ ଆଫଗାନିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୪୫, ୭୨ ଏବଂ ୨୪୬୯ ରହିଛି। ସେହିପରି ଏସବୁ ଦେଶ ମଧ୍ୟରେ କେବଳ ଆଫଗାନିସ୍ତାନରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୭୨ ରହିଛି। ଦକ୍ଷିଣ ସୁଦାନ ଏବଂ ସିଆର୍‌ ଆଫ୍ରିକାରେ କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri