ଦୀପାବଳି : ପୁରାଣରୁ ବର୍ତ୍ତମାନ…

ଦୀପାବଳି ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ସହିତ ଜଡ଼ିତ। ପ୍ରକୃତରେ ଏହା ଏକ କୃଷିଭିତ୍ତିକ ପର୍ବ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ ପାଇଁ ଏହାର ଆୟୋଜନ ହେଉଥିବା ଅନୁମାନ କରାଯାଏ। ଅମଳ ଋତୁରେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧିପାଏ। କାର୍ତ୍ତିକ ଅମାବାସ୍ୟା ପରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ। ପ୍ରାଚୀନ କାଳରେ ଅମାବାସ୍ୟା ପୂର୍ବ ଏବଂ ପରକୁ ମିଶାଇ ପାଞ୍ଚଦିନ ମଶାଲ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିଲା।

ଦୀପାବଳିରେ ଭାରତରେ ମା’ କାଳୀଙ୍କର ରୂପ ପୂଜା ହୁଏ। ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳିରେ କାଳୀଙ୍କ ପୂଜା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟରାତ୍ରରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ।

ସେହିପରି ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ବିଶେଷକରି ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ। ଏହା ଏହିସବୁ ଅଞ୍ଚଳରେ ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମାତା ମହାନିଶାଙ୍କ ପୂଜା କରାଯାଏ। ଦୀପାବଳି ଭାରତ, ନେପାଳ, ଶ୍ରୀଲଙ୍କା, ମ୍ୟାନ୍‌ମାର, ମରିସସ୍‌, ଗୁଏନା, ତ୍ରିନିଦାଦ ଓ ଟବଗୋ, ସୁରିନାମ୍‌, ମାଲେସିଆ, ସିଙ୍ଗାପୁର, ଓ ଫିଜି ଆଦି ଦେଶରେ ପାଳିତ ହୋଇଥାଏ।

ପୌରାଣିକ କିମ୍ବଦନ୍ତୀ

ସତ୍ୟଯୁଗରେ ଦୈତ୍ୟରାଜ ବଳି ମହାଦାନୀ ଥିଲେ। ସେ ଏପରି ଦାନ କଲେ ଯେ ସ୍ବର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା। କାରଣ ତାଙ୍କର ପୁଣ୍ୟ ଫଳରେ ସେ ସ୍ବର୍ଗର ଅଧିକାରୀ ହୋଇପାରନ୍ତି। ଦେବତାମାନେ ଭୟରେ ପ୍ରାର୍ଥନା କରିବାରୁ ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜାଙ୍କ ପାଖରେ ପହଞ୍ଚତ୍ ତାଙ୍କୁ ତିନିପାଦ ଭୂମି ମାଗିଥିଲେ। ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ବର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ। ତେଣୁ ବଳି ପାତାଳ ପୁରକୁ ଚାଲିଗଲେ । ଏହା ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ସେ ବଳିକୁ ରାଜା କରିଥିଲେ । ବର୍ଷକରେ ଥରେ ପୃଥିବୀକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗିଥିଲେ। ବିଷ୍ଣୁ ଏଥିରେ ରାଜି ହୋଇଥିଲେ। ସେଦିନକୁ ଦୀପାବଳି ଭାବେ ପୃଥିବୀର ଲୋକେ ଆନନ୍ଦର ଦୀପ ଜାଳି ଆଲୋକିତ କରିଥାନ୍ତି।

ତ୍ରେତୟାଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣଙ୍କୁ ନିଧନ କରି ସୀତାଙ୍କୁ ଉଦ୍ଧାର କରିବା ପରେ ଅଯୋଧ୍ୟା ଫେରିଥିଲେ ବୋଲି ରାମାୟଣରେ ବର୍ଣ୍ଣିତ ହୋଇଛି। ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କର ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳାଇଥିଲେ। ସେହିଦିନରୁ ଏହି ଉତ୍ସବ ପାଳନ କରାଯାଉଛି। ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନକୁ ବହୁ ଆଡ଼ମ୍ବରରେ ପାଳନ କରିଥାଆନ୍ତି।

ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦ୍ଦଶୀ ଦିନ ବଧ କରିଥିଲେ। ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହୋଇଥିଲା। ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହାଯାଏ। ସେବେଠାରୁ ଦୀପାବଳି ଉତ୍ସବ ପାଳିତ ହେଉଥିବା ପୁରାଣରେ ଉଲ୍ଲେଖ ରହିଛି।

ଐତିହାସିକ ପୁସ୍ତକରୁ ପ୍ରାପ୍ତ ଦୀପାବଳି ପାଳନର ତଥ୍ୟ:

ଗୁପ୍ତବଂଶୀ ସମ୍ରାଟ୍‌ ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ, ପବିତ୍ର ଦୀପାବଳି ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା’ର ସ୍ମାରକୀ ସ୍ବରୂପ ଦୀପାବଳି ଦିନଠାରୁ ଗୁପ୍ତାବ୍ଦର ପ୍ରଚଳନ ହୋଇଥିଲା।
ଚାଣକ୍ୟ ଓ ଚୋଳବଂଶ ଶାସନ ସମୟରେ ଦୀପାବଳି ପାଳନ ହେଉଥିବା କନୌଜ ବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ନାଟକ ନାଗାନନ୍ଦରେ ଉଲ୍ଲେଖ ରହିଛି।

ମୋଗଲ ଯୁଗରେ ରଚିତ ଆବୁଲ ଫଜଲ୍‌ଙ୍କ ‘ଆଇନ ଇ-ଆକବରୀ’ରେ ମୋଗଲ ଶାସନ ସମୟରେ ଅକ୍ଷକ୍ରୀଡ଼ା ନାମକ ପର୍ବ ପାଳନ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହାକୁ ଦୀପାବଳି କୁହାଯାଉଥିବା ପୁସ୍ତକରେ ବର୍ଣ୍ଣିତ ହୋଇଛି। ଏହି ପୁସ୍ତକରେ ମୋଗଲ ସମ୍ରାଟ୍‌ଙ୍କ ଲମ୍ବା ବାଉଁଶ ଶୀର୍ଷରେ ମାଟିଶିକାରେ ଆକାଶ ଦୀପ ଜାଳିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri