‘ଦିଲ୍ଲୀ ହାଟ୍‌’ ଭଳି ଭୁବନେଶ୍ୱରରେ ହେବ ସ୍ବତନ୍ତ୍ର ହାଟ

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ରାଜ୍ୟରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଭୁବନେଶ୍ୱରରେ ଖୋଲିବ ସ୍ବତନ୍ତ୍ର ହାଟ। ଦିଲ୍ଲୀର ଅର୍ବାନ ହାଟ୍‌ ଢାଞ୍ଚାରେ ଏହି ହାଟ ପ୍ରତିଷ୍ଠା ହେବ। ବର୍ଷକ ୧୨ମାସ ଏଠାରୁ ଲୋକେ ଗ୍ରାମୀଣ ଉତ୍ପାଦିତ ଏବଂ ଏସ୍‌ଏଚ୍‌ଜି ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ସାମଗ୍ରୀ କିଣିବାର ଅବସର ପାଇବେ। କେବଳ ଏତିକି ନୁହେଁ, ସୁଦୂର କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ ରାୟଗଡ଼ା ଆଦି ଜିଲାର ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀ ମଧ୍ୟ ଏଠାରେ ବର୍ଷତମାମ ଉପଲବ୍ଧ ହେବ। ଏଥିପାଇଁ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ଏକ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ମିଶନ ଶକ୍ତିର ୭୦ ସ୍ଥାୟୀ ଷ୍ଟଲ୍‌ ଏଠାରେ ଖୋଲିବ। ଏହାଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା, ଘରସଜ୍ଜା ଓ ଖାଦ୍ୟସାମଗ୍ରୀ କେବଳ ମେଳା, ମହୋତ୍ସବରେ ସୀମିତ ନ ରହି ସବୁବେଳେ ମିଳିପାରିବ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର୍‌. କାର୍ତ୍ତିକେୟନ୍‌ ସୂଚନା ଦେଇଛନ୍ତି।
ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟର ପ୍ରଥମ ମିଶନ ଶକ୍ତି ମେଳାର ଉଦ୍‌ଘାଟନୀ ସମାରୋହରେ ସୁଜାତା କହିଥିଲେ, ପ୍ରଥମଥର ପାଇଁ ଏସ୍‌ଏଚ୍‌ଜି ଉତ୍ପାଦକୁ ମିଶନ ଶକ୍ତି ଦ୍ୱାରା ୟୁନିଫର୍ମ ପ୍ୟାକେଜିଂ କରାଯାଇଛି। ଏଥିପାଇଁ ପରିବେଶ ଉପଯୋଗୀ ‘ପଲି ପାଉଚ୍‌’ ବ୍ୟବହାର ହୋଇଥିବାବେଳେ ୟୁନିଫର୍ମ ପ୍ୟାକେଜିଂ ଦ୍ୱାରା ମିଶନ ଶକ୍ତିର ବ୍ରାଣ୍ଡିଂ ସମ୍ଭବ ହୋଇଛି। ୬ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ରାଜ୍ୟର ୭୦ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି। ପ୍ରତି ମହିଳା ଗ୍ରୁପ୍‌କୁ ଏବେ ୩ଲକ୍ଷ ଟଙ୍କାର ଋଣ ଦିଆଯାଉଥିବାବେଳେ ଆଗାମୀ ଦିନରେ ମୋଟ ଋଣ ପରିମାଣକୁ ୫ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଓରମାସ୍‌ ସହିତ ମିଳିତ ଭାବେ ୩୦ ଜିଲାରେ ୩୦୦ ପ୍ରଡ୍ୟୁସର୍ସ ଗ୍ରୁପ୍‌ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୫ବର୍ଷରେ ଉଭୟ ସାମଗ୍ରୀ ଓ ସେବା କ୍ଷେତ୍ରରେ ୫ହଜାର କୋଟି ଟଙ୍କାର ସରକାରୀ କାମ ମହିଳାମାନଙ୍କୁ ଦିଆଯିବ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଥିବା କାର୍ତ୍ତିକେୟନ ସୂଚନା ଦେଇଛନ୍ତି।
ମେଳାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରି ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହ ମିଶନ ଶକ୍ତି ଦ୍ୱାରା ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ର ଉନ୍ମୋଚନ କରିଥିଲେ। ପ୍ରତିବର୍ଷ ଏହି ମେଳାକୁ ବୃହତ୍‌ ଆକାରରେ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ମିଶନ୍‌ ଶକ୍ତି ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ଏନ୍‌ଆର୍‌ଏଲ୍‌ଏମ୍‌ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ର ମା’ତାରିଣୀ ଡବ୍ଲ୍ୟୁଏସ୍‌ଏଚ୍‌ଜି, ସୁନ୍ଦରଗଡ଼ର ଦିବ୍ୟଜ୍ୟୋତି ଡବ୍ଲ୍ୟୁଏସ୍‌ଏଚ୍‌ଜି, ଗଞ୍ଜାମର ମା’ ବେହେରା ପାତ୍ର ପ୍ରାଇମେରି ଫିସରି ୱିମେନ୍‌ ଡେଭେଲପ୍‌ମେଣ୍ଟ ସୋସାଇଟିକୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମିଶନ୍‌ ଶକ୍ତି ଯୁଗ୍ମସଚିବ ସୁଧାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri