Posted inଜାତୀୟ

ଦିଲ୍ଲୀ ଦଙ୍ଗା ହେବ ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୨ା୩(ପି.ଟି.): ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ଦିଲ୍ଲୀର ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧୀ ଦଳ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଛି। ଦଙ୍ଗା ନିୟନ୍ତ୍ରଣ କରିବାରେ ଦିଲ୍ଲୀ ପୋଲିସର ବିଫଳତା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଇସ୍ତଫା ଦାବି କରିବ କଂଗ୍ରେସ। ଦିଲ୍ଲୀ ହିଂସା ଉପରେ ଆଲୋଚନା ଦାବି କରି ଦଳ ପକ୍ଷରୁ ଉଭୟ ଗୃହରେ ମୁଲତବୀ ପ୍ରସ୍ତାବ ନୋଟିସ ଦିଆଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି।
କ’ଣ ପାଇଁ ଦିଲ୍ଲୀରେ ଦଙ୍ଗା ସୃଷ୍ଟି ହେଲା ତାହାକୁ ନେଇ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିବ ବୋଲି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଛନ୍ତି। ଦଙ୍ଗାକାରୀ ଓ କିଛି ପୋଲିସ ଅଫିସରଙ୍କ ମଧ୍ୟରେ ଭିତିରି ବୁଝାମଣା ପାଇଁ ଏଭଳି ହିଂସାକାଣ୍ଡ ଘଟି ବହୁସଂଖ୍ୟାରେ ଲୋକଙ୍କ ଜୀବନ ଗଲା ବୋଲି ଅଧୀର ଅଭିଯୋଗ କରିଛନ୍ତି। ଏଥିପାଇଁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ ବୋଲି ସେ କହିଛନ୍ତି। ଗଣତାନ୍ତ୍ରିକ ମୂଲ୍ୟବୋଧ ଧ୍ୱଂସ ହୋଇଚାଲିଥିବାରୁ ପାର୍ଲାମେଣ୍ଟରେ ଏହାକୁ କଂଗ୍ରେସ ଉଠାଇବ ବୋଲି ଦଳୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ଅଭିଷେକ ମନୁ ସିଂଘ୍‌ଭି କହିଛନ୍ତି। ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଦିଲ୍ଲୀ ହିଂସା ପାଇଁ ପୋଲିସର ପାତରଅନ୍ତର ନୀତିକୁ ଦାୟୀ କରିଛନ୍ତି। ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏଥିସହିତ ସେମାନେ କେନ୍ଦ୍ର ସରକାରଙ୍କୁ ରାଜଧର୍ମ କଥା ମଧ୍ୟ ମନେପକାଇ ଦେଇଥିଲେ।
କଂଗ୍ରେସ, ସିପିଆଇ ଏବଂ ସିପିଆଇ(ଏମ୍‌) ମଧ୍ୟ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ଉଭୟ ଗୃହରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଜବାବ ମାଗିବେ। ଦଙ୍ଗା ପ୍ରସଙ୍ଗ ଆଲୋଚନା ଲାଗି ନିୟମ ୨୬୭ ଅନୁଯାୟୀ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ନୋଟିସ ଦେବେ ବୋଲି ସିପିଏମ୍‌ ସଦସ୍ୟ କେ.କେ. ରାଗେଶ କହିଛନ୍ତି। ଦିଲ୍ଲୀ ପୋଲିସର ନିଷ୍କ୍ରିୟତା ନେଇ ସିପିଆଇ ଶାହାଙ୍କ ଠାରୁ ଉତ୍ତର ଦାବି କରିବ ବୋଲି ଏହାର ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି। ୪୨ ଜଣଙ୍କ ଜୀବନ ନେଇଥିବା ଦିଲ୍ଲୀ ଦଙ୍ଗା ନିୟନ୍ତ୍ରଣରେ ବିଫଳତା ପାଇଁ ଏନ୍‌ସିପି, ଆର୍‌ଜେଡି, ଏଲ୍‌ଜେପି, ଡିଏମ୍‌କେ ଏବଂ ଏଏପି ଭଳି ଦଳର ନେତାମାନେ ଶାହାଙ୍କ ଇସ୍ତଫା ଦାବି କରିପାରନ୍ତି ବୋଲି ଜଣାପଡିଛି। ପାର୍ଲାମେଣ୍ଟର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଚାଲିଥିଲା। କିଛିଦିନର ବିରତି ପରେ ସୋମବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେଉଛି। ଏହା ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri