ଦିଲ୍ଲୀ ଜଳୁଥିବା ବେଳେ ସିଏଏ ସପକ୍ଷ ରାଲି ଦୁର୍ଭାଗ୍ୟଜନକ: ସୁରେଶ

ଭୁବନେଶ୍ୱର,୧।୩(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଭାଜପା ପକ୍ଷରୁ ଆୟୋଜିତ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସପକ୍ଷ ରାଲିରେ ଉଦ୍‌ବୋଧନ ଦେଇଥିଲା। ଶାହା ନିଜର ୧୬ ମିନିଟ୍‌ର ବକ୍ତବ୍ୟରେ ବିରୋଧୀ କଂଗ୍ରେସକୁ ସର୍ବାଧିକ ଟାର୍ଗେଟ କରିଥିଲେ। ସିଏଏ ବିରୋଧରେ ଜନତାଙ୍କୁ କଂଗ୍ରେସ ମତାଇ ହିଂସାକାଣ୍ଡ ସୃଷ୍ଟି କରୁଥିବା କହିଥିଲେ। ସେହିପରି କଂଗ୍ରେସ ଶାସନ ସମୟ ତୁଳନାରେ ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଓଡ଼ିଶାକୁ ଅଧିକ ଅର୍ଥ ଦେଉଥିବା କହିଥିଲେ। ଶାହାଙ୍କ ଏପରି ବକ୍ତବ୍ୟକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କଂଗ୍ରେସ ଭବନରେ ଖବରଦାତା ସମ୍ମିଳନୀ କରି ଭାଜପାକୁ ଟାର୍ଗେଟ କରିଛନ୍ତି। ସୁରେଶ କହିଛନ୍ତି ଯେ, ଅମିତ ଶାହା ଦେଶରେ ଗୁଜରାଟ ମଡେଲ ଦଙ୍ଗା କରାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଭାରତର ରାଜଧାନୀ ଦିଲ୍ଲୀ ଜଳୁଥିବା ବେଳେ ଶାହା ଆସି ଓଡ଼ିଶାରେ ସିଏଏ ସମର୍ଥନରେ ରାଲି କରିବା ଦୁଭାର୍ଗ୍ୟଜନକ। ଯେଉଁ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି, ସେ ସମୟରେ ଦିଲ୍ଲୀର ଦଙ୍ଗା ପୀଡିତଙ୍କ ସମସ୍ୟା ନ ବୁଝି ଓଡ଼ିଶା ଆସି ସିଏଏ ବିଷୟରେ ବୁଝାଇବା କେତେଦୂର ସମୀଚୀନ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି। ସେହିଭଳି ପୂର୍ବତନ ଆରବିଆଇ ଗଭର୍ନର ରଘୁରାମ ରାଜନ, ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ ଭାରତର ଅର୍ଥନୀତି ଭୁଶୁଡ଼ି ପଡ଼ିଛି ବୋଲି ମତ ଦେଇସାରିଲେଣି। ହେଲେ କେନ୍ଦ୍ର ସରକାର ଏହାକୁ ସ୍ବୀକାର କରୁନାହାନ୍ତି। ବିଜେଡି ସହ ଭାଗୁଆଳି ଭାବେ ଶାସନ କରିବା ସମୟରେ ହିଁ କନ୍ଧମାଳରେ ଭୟାନକ ଦଙ୍ଗା ହୋଇଥିଲା। ଭାରତୀୟ ସେନା ପାଇଁ ଭାଜପା ସରକାରର ଅସଲ ମନୋଭାବ ପଦାରେ ପଡ଼ିଯାଇଛି। ସୀମାରେ ଜଗିଥିବା ଯବାନମାନଙ୍କୁ ଉପଯୁକ୍ତ ଖାଦ୍ୟ, ପୋଷାକ ଓ ଜୋତା ଦିଆଯାଉ ନାହିଁ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କଂଗ୍ରେସ ପ୍ରାକ୍‌ ସ୍ବାଧୀନତା କାଳରୁ ଦେଶବାସୀଙ୍କ ସହ ରହିଆସିଥିବାବେଳେ ଭାଜପାର ମୂଳ ସଂଗଠନ ଆରଏସ୍‌ଏସ୍‌ ବ୍ରିଟିଶ ସରକାରର ଗୋଲାମଗିରି କରୁଥିଲା। ଆଜିର ବିକଶିତ ଭାରତ କେବଳ କଂଗ୍ରେସ ସରକାରର ସୁଶାସନର ପ୍ରତିଫଳନ। ସେହିପରି ଆଗକୁ ରାଜ୍ୟ ସଭା ନିର୍ବାଚନ ଆସୁଛି। ପୂର୍ବଥର ଭଳି ବିଜେଡି-ଭାଜପା ଏକ ହୋଇ କୌଣସି ପ୍ରାର୍ଥୀଙ୍କୁ ଯେ ନ ପଠାଇବେ, ସେ କଥା କିଏ କହିବ ବୋଲି ସୁରେଶ କହିଥିଲେ।

ଅପରପକ୍ଷରେ ଭାଜପା ପକ୍ଷରୁ ପୃଥ୍ବୀରାଜ ହରିଚନ୍ଦନ କଂଗ୍ରେସର ଆରୋପକୁ ଖଣ୍ଡନ କରିଛନ୍ତି। ପୃଥ୍ବୀରାଜ କହିଛନ୍ତି ଯେ, କଂଗ୍ରେସ ଦେଶ ଏବଂ ରାଜ୍ୟରେ ନିଜ ସ୍ଥିତି ହରାଇଛି। ଭାଜପା ଦେଶକୁ ପ୍ରଗତିପଥରେ ନେଉଛି। ତେଣୁ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ଦଳର କୌଣସି କଥାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri