ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା; ମାମଲାର ତଦନ୍ତ କରିବ ଦିଲ୍ଲୀ ସିବିଆଇ

ଫୁଲବାଣୀ ଅଫିସ, ୨୮ା୧୧ -ଦିଲ୍ଲୀ ଏମ୍‌ସ (ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍‌ ଜରିଆରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହେବା ଘଟଣାକୁ ନେଇ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ଜୋରଦାର କରିଛନ୍ତି। ଘଟଣାରେ ସାମିଲ ଓ ସନ୍ଦେହ ପରିସରକୁ ଆସିଥିବା ଅଧିକାରୀଙ୍କୁ ପଚରାଉଚରା ପ୍ରାୟ ଶେଷ ହୋଇଛି। ସମସ୍ତ ରିପୋର୍ଟ ଏବଂ ଏ ସଂକ୍ରାନ୍ତ ଅଭିଯୋଗ ନେଇ ଦିଲ୍ଲୀ ସିବିଆଇରେ ଦାଖଲ କରାଯିବ। ସିବିଆଇ ଖୁବ୍‌ ଶୀଘ୍ର ଫୁଲବାଣୀ ଆସି ମାମଲାର ତଦନ୍ତ କରିବ। ସେପଟେ ଚେକ୍‌ ଲଗାଇ ଟଙ୍କା ଉଠାଣ ଏବଂ ଟ୍ରାନ୍ସଫର କରିଥିବା ଆକାଉଣ୍ଟଧାରୀ ଚନ୍ଦ୍ରଶେଖର ପଣ୍ଡା ବେଲ୍‌ ପାଇଁ ହାଇକୋର୍ଟରେ ଚକ୍କର କାଟୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବ୍ୟାଙ୍କ କର୍ମଚାରୀ ଘଟଣାରେ ସମ୍ପୂର୍ଣ୍ଣ ସାମିଲ ଥିବା ପଣ୍ଡା କହୁଥିବା (ଯାହାର ଅଡିଓ ଟେପ ହସ୍ତଗତ ହୋଇଛି)ବେଳେ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ପଣ୍ଡାଙ୍କ ସମେତ ଏକ ରାକେଟ ଏଥିରେ ଜଡିତ ଥିବା କହୁଛନ୍ତି। ସିବିଆଇ ତଦନ୍ତ ପରେ ସବୁକଥା ପଦାକୁ ଆସିବ ବୋଲି ଆଞ୍ଚଳିକ ପ୍ରବନ୍ଧକ(ଆର୍‌ଏମ୍‌) ବିକ୍ରମ କେଶରୀ ମାନ୍ଧାତା କହିଛନ୍ତି।
ବ୍ୟାଙ୍କ ଶାଖାର ଚେକ୍‌ ବ୍ୟତୀତ ନନ୍‌ ହୋମ ଚେକ୍‌(ବାହାରର) ଆସିଲେ ତାହା ସାଧାରଣତଃ ସନ୍ଦେହ ପରିସରଭୁକ୍ତ ହୋଇଥାଏ। ଯାହାର ଅନେକ କାରଣ ରହିଛି। ଯଥା ଏହା ଦିଲ୍ଲୀର ଚେକ୍‌ ହୋଇଥିବାରୁ ସେଠାରେ ଚେକ୍‌ ଡ୍ରପ କରାଯାଇ ପାରିଥାନ୍ତା। ଯଦି ଏମ୍‌ସରୁ ପଣ୍ଡା କୌଣସି ବାବଦରେ ଟଙ୍କା ପାଇବାର ଥିଲା ଏମ୍‌ସ୍‌
କତ୍ତୃର୍ର୍ପକ୍ଷ ଆର୍‌ଟିଜିଏସ୍‌ କରିପାରି ଥାନ୍ତେ। ଦିଲ୍ଲୀ ଏମ୍‌ସର ଚିଠି ଅନୁଯାୟୀ ସେହି ନଂ. ଚେକ୍‌ ତାଙ୍କ ପାଖରେ ରହିଛି। ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟ ନାମରେ ସେଭଳି କିଛି ଚେକ୍‌ ପ୍ରଦାନ କରାଯାଇ ନ ଥିବା ଫୁଲବାଣୀ ଶାଖା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ସେହି ଚେକ୍‌କୁ ସିଲ କରାଯାଇଛି। ଯାହା ଜଣାପଡିଛି ସେହି ଚେକ୍‌ର କ୍ଲୋନିଂ(ଅବିକଳ ନକଲ) କରାଯାଇଛି। ତେଣୁ ଏଥିରେ ଏକ ବଡ ଧରଣର ରାକେଟ ସାମିଲ ଅଛି। ପଣ୍ଡା ବ୍ୟାଙ୍କକୁ ଯିବା, ଚେକ୍‌ ଡ୍ରପ୍‌ କରିବା, ଟଙ୍କା ଉଠାଇବା, ଚେକ୍‌ରେ ଦସ୍ତଖତ କରିବାର ସବୁ ସିସିଟିଭି ଫୁଟେଜ୍‌ ରହିଛି। ମାମଲା ସିବିଆଇ ନେଲା ପରେ ଖବରଦାତା ସମ୍ମିଳନୀ କରାଯାଇ ଘଟଣା ବିଷୟରେ ଜଣାଯିବ ବୋଲି ଆର୍‌ଏମ୍‌
ମାନ୍ଧାତା କହିଛନ୍ତି।
ସୁଚନାଯୋଗ୍ୟ, ଗତ ଅକ୍ଟୋବର ୨୩ରେ ଫୁଲବାଣୀ ମୁଖ୍ୟ ଷ୍ଟେଟ ବ୍ୟାଙ୍କରେ ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟ ନଂ. ୩୨୮୮୦୪୭୯୪୦୧ରେ ନୂଆଦିଲ୍ଲୀ ସ୍ଥିତ ଏମସ୍‌ର ଏକ ଚେକ୍‌ ଜମା କରା ଯାଇଥିଲା। ଏହାପରେ ଆକାଉଣ୍ଟକୁ ୪ କୋଟି ୭୬ ହଜାର ୬୨୫ ଟଙ୍କା କ୍ରେଡିଟ ହୋଇଥିଲା। ପଣ୍ଡା ଏହାପରେ ଟ୍ରାନଜାକସନ କରି ଟଂକା ଉଠାଣ ସହ ଟ୍ରାନ୍ସଫର କରି ଚାଲିଥିଲେ। ସେଥିରୁ ଗୋଟିଏ ଟ୍ରାନଜାକସନ ୪ କୋଟି ୧୦ ଲକ୍ଷ ଟଂକା ଚେନାଇର ଭିଏମ୍‌ଏକ୍ସ
ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri