ଦିବ୍ୟାଙ୍ଗ ବୁରୁଧ୍‌କୁଁ ଉଧାର କଲେ ସ୍ବେଚ୍ଛାସେବୀ

ବିଜେପୁର, ୨୭।୭ (ଡି.ଏନ.ଏ):
ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ଖରମୁଣ୍ଡା ଗଁା ପାସର ମାମା ଛକ୍‌ରେ ଦିବ୍ୟାଙ୍ଗ ବୁରୁଧ୍‌ ବିରଞ୍ଚତ୍ ତାଣ୍ଡି ଅସାହା ହେଇ ପଡ଼ିରହିଥିଲେ। ଇ ଖବରଟା ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଉତାରୁ ବରଗଡ଼ ଜିଲାର ସ୍ବେଚ୍ଛାସେବୀ ସଂଗଠନ ସ୍ବେଚ୍ଛାସେବୀଗଣ ଶୁକୁରବାର ବୁରୁଧ୍‌କୁଁ ଉଧାର କରିଛନ୍‌।
ସୂଚନା ହିସାବେ ଇ ବ୍ଲକର କନଡ଼ିହି ଗଁାର ଦିବ୍ୟାଙ୍ଗ ବିରଞ୍ଚତ୍ ତାଣ୍ଡି(୭୦)। ସେ ଝନେ ଅବିହାରି ଲୋକ୍‌ ହେଇଥିଲାବେଲେ ମା’ବାପ୍‌ ବଁଚିଥିବାର ତକ୍‌ ଠିକ୍‌ଠାକ୍‌ ଚଲୁଥିଲେ। ହେଲେ ଆଏଜ୍‌କେ ୧୦ ବଛର ତଲେ ମା’ବାପ୍‌ ଆରପାରକେ ଚାଲିଗଲା ଉତାରୁ ସେ ଭିଖ୍‌ ମାଗି ପେଟ୍‌ ପାଲୁଥିଲେ। ସେ ଭିନ୍ନକ୍ଷମ ଭତା ସଂଗେ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ପାଉଥିଲେ। ଗଁାବାସୀ ବି ଯେତେବେଲେ ଯେନ୍‌ତା ତାହାକୁ ସାହାଯ୍‌ କରୁଥିଲେ। ହେଲେ ତାକର ଭଂଗା ଦଦ୍‌ରା ଘରଟା ବରଷା ପାଏନ୍‌ରେ ଦରୋ ଦରୋ ଗଲୁଥିଲା। ଯେନ୍‌ଥିରଲାଗି ସେ ଉପେ ଶୂଇନ୍‌ ହେଇ ଗଲା ମାସ ଘେଁସ ଅଂଚଲର ଝନେ ଲାଗେଲେସର ଘରେ ଆଶ୍‌ରେ ନେଇଥିଲେ। ଗଲା ସୋମବାର ସେ ପିଡିଏସ ସାମାନ ନେବାର ଲାଗି ଟି.ଗଣ୍ଡପାଲି ପଁଚେତ୍‌କେ ଯାଇଥିଲେ। ପିଡିଏସ ଚାଉଲ ଧରି ଘରକେ ଫିରିଯିବାକେ ତାହାକୁ ତାକର ଲାଗେଲେସରମାନେ କହିଥିଲେ। ହେଲେ ସେ ଅରାଜି ହେଇଥିଲେ। ଇଆଡ଼େ ଟି.ଗଣ୍ଡପାଲିରୁ କନଡ଼ିହିକେ ସଂଯୋଗ କରୁଥିବାର ରାସ୍‌ତା ବି ଖରାପ ଅଛେ। ଯେନ୍‌ଥିରଲାଗି ସେ ଗଁାକେ ଫିରି ନାଇଁପାରି। ଶେଷେ ଉପେ ଶୂଇନ୍‌ ହେଇ ସେ ତାକର ତିନ୍‌ ଚକିଆ ଭଂଗା ଦଦ୍‌ରା ସାଇକେଲରେ ମାମା ଛକ୍‌ରେ ଖରା, ବରଷାରେ ପଡ଼ି ରହିଥିଲେ। ଏନ୍‌ତାଥି କେତେ ଥାନୀୟ ସ୍ବେଚ୍ଛାସେବୀ ତାହାକୁ ଖାଏବା ପିଇବାକେ ଦେବାର ସଂଗେ ରାତିରେ ଦୁକାନ ବାରନ୍‌ଡ଼ାରେ ଆଶ୍‌ରେ ଦେଇଥିଲେ। ଦିବ୍ୟାଙ୍ଗ ବିରଞ୍ଚତ୍ ମାସକେତେ ତଲେ ଦୁରଘଟନାର ଶିକାର ହେଇ ଚାଲବୁଲ ବି ନାଇଁକରି ପାରୁଥାଇ, ଦିହିପା ବି ଠିକ୍‌ ନାଇଁଥାଇ। ସେଥିରଲାଗି ସ୍ବେଚ୍ଛାସେବୀମାନେ ତାହାକୁ ସଂଗେ ସଂଗେ ଆମ୍ବୁଲାନ୍ସରେ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକେ ନେଇଥିଲେ। ପ୍ରାଥମିକ ଚିକିସତ୍ା ଉତାରୁ ତାହାକୁ ଜିଲା ମୁଖିଆ ଡାକ୍‌ତରଖାନାରେ ଭରତି କରାଯାଇଛେ। ସେ ଭଲ ହେଲା ଉତାରୁ ତାହାକୁ ବିଜେପୁର ବ୍ଲକ ବିଲେଇପାଲିରେ ଥିବାର ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମରେ ଥଇଥାନ କରାଯିବା ବଲି ସ୍ବେଚ୍ଛାସେବୀ ସଂଗଠନର ମୁଖିଆ ଜଳନ୍ଧର ପଟେଲ କହିଛନ୍‌। ସାମାଜିକ କରମୀ ରଶ୍ମି ଭୋଇକଁର ମଂଗୁଆଲତିରେ ଦିଲୀପ ମେହେର, ସୁନୀଲ ସେଠ, ସସ୍ମିତା ବେହେରା ପରମୁଖ ସଂଗଠନର ସଦସିଅମାନେ, ପାର୍ବତୀ ଗରି ବୃଦ୍ଧାଶ୍ରମର ଜଳନ୍ଧର ପଟେଲ ସମେତ କେତେ ଥାନୀୟ ସ୍ବେଚ୍ଛାସେବୀ ବୁରୁଧ୍‌କୁଁ ଉଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri