ଦିନେ ଥିଲେ ଧନ କୁବେର, ଏବେ ଦେବାଳିଆ

ନୂଆଦିଲ୍ଲୀ,୯-୨: ସମୟ ଥିଲା ବିଶ୍ୱ ସ୍ତରରେ ବିଲୟନେୟାରଙ୍କ ମଧ୍ୟରେ ଅନିଲ ଅମ୍ବାନୀ ୬ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ଏବେ ସେ ଦେବାଳିଆ ହୋଇ ଯାଇଛନ୍ତି। ତାଙ୍କର ନେଟ୍‌ ଓର୍ଥ ବା ମୋଟ୍‌ ମୂଳ ସମ୍ପତ୍ତି ଶୂନ ଏବଂ ଦେବାଳିଆ ସ୍ଥିତିକୁ ଚାଲି ଆସିଥିବା ସେ ଲଣ୍ଡନର ଏକ କୋର୍ଟକୁ କହିଛନ୍ତି। ତାଙ୍କ ଠାରୁ ୬୮ କୋଟି ଡଲାର (୪୭୬୦) କୋଟି ଟଙ୍କାର ଋଣ ଅର୍ଥ ଅସୁଲ କରିବା ଲାଗି ଚାଇନାର ବ୍ୟାଙ୍କଗୁଡିକ ପକ୍ଷରୁ ଲଣ୍ଡନ କୋର୍ଟରେ ଏବେ ମାମଲା ବିଚାରାଧୀନ ରହିଛି। ମାମଲାର ଶୁଣାଣି ବେଳେ ଅନିଲଙ୍କ ଓକିଲ କହିଛନ୍ତି ଯେ, ସମୟ ଥିଲା ଯେତେବେଳେ ଅନୀଲ ବିଶ୍ୱର ଜଣେ ଧନୀ ବ୍ୟବସାୟୀ ଭାବେ ପରିଗଣିତ ହେଉଥିଲେ। କିନ୍ତୁ ଭାରତୀୟ ଟେଲିକମ୍‌ ଶିଳ୍ପରେ ଆସିଥିବା ସମସ୍ୟା ଯୋଗୁ ସବୁ କିଛି ପରିବର୍ତ୍ତନ ହୋଇଗଲା। ସେ ଆଉ ଧନୀ ହୋଇ ରହିଲେ ନାହିଁ।
ଚାଇନାର ୩ ବ୍ୟାଙ୍କ ଅନୀଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନକୁ ୯୫୨.୨୦ ନିୟୁତ ଡଲାର (୬୪୭୫ କୋଟି) ଋଣ ଦେଇଥିଲେ। ସେହି ସମୟରେ ଋଣ ଉପରେ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ୨୦୧୭ ପରେ କମ୍ପାନୀ ଋଣ ସୁଝିବା ପାଇଁ ସକ୍ଷମ ହୋଇ ପାରିଲା ନାହିଁ। ବ୍ୟାଙ୍କଗୁଡିକ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଛନ୍ତି ଯେ, ଅନିଲଙ୍କ ପାଖରେ ୧୧ ବା ଏହାଠାରୁ ଅଧିକ ବିଳାସପୂର୍ଣ୍ଣ କାର ରହିଛି। ସେହିଭଳି ଗୋଟିଏ ପ୍ରାଇଭେଟ ଜେଟ, ଗୋଟିଏ ୟାଚ୍‌ ଏବଂ ଦକ୍ଷିଣ ମୁମ୍ବାଇରେ ସିଓ୍ବିଣ୍ଡ ପେଣ୍ଟ ହାଉସ ମଧ୍ୟ ରହିଛି। ବିଚାରପତି ଡେଭିଡ ଓ୍ବାକ୍ସମ୍ୟାନ ପ୍ରଶ୍ନ କରିଛନ୍ତି ଯେ, ବ୍ୟକ୍ତିଗତ ଭାବେ ଦେବାଳିଆ ହୋଇଥିବା ଅନୀଲ ଜୋର ଦେଉଛନ୍ତି, ସେ ଭାରତରେ ଦେବାଳିଆ ହେବା ନେଇ ଆବେଦନ କରିଛନ୍ତି କି?। ଅନିଲଙ୍କ ପକ୍ଷରୁ ଜଣାଶୁଣା ଓକିଲ ହରିସ ସାଲ୍‌ଭେ ପକ୍ଷ ରଖି ଏହାର ଉତ୍ତର ନାଁ ବୋଲି କହିଛନ୍ତି। ଏହାବାଦ ଅଦାଲତ ଭାରତର ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌ର ବିଭିନ୍ନ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ଅନିଲ ୭୦ କୋଟି ଡଲାର ଫେରାଇବା ସ୍ଥିତିରେ ନ ଥିବା ଓକିଲ କହିଛନ୍ତି।
ସହାୟତା କରିପାରିବେନି ପରିବାର
ସଙ୍କଟ ସମୟରେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ପରିବାର ବର୍ଗ ସହାୟତା ଦ୍ୱାରା ବାହାର କରିଥିବା ବ୍ୟାଙ୍କଗୁଡିକ ପକ୍ଷରୁ ମାମଲା ଲଢୁଥିବା ଓକିଲ ଯୁକ୍ତି ରଖିଛନ୍ତି। ଏହାର ଉତ୍ତରରେ ପ୍ରତିପକ୍ଷ ଓକିଲ କହିଛନ୍ତି ଯେ, ମା କୋକିଳା, ପତ୍ନୀ ଟିନା ଅମ୍ବାନୀ, ପୁତ୍ର ଅନମୋଲ ଏବଂ ଅଂଶୁଲଙ୍କ ସମ୍ପତ୍ତି ଏବଂ ଶେୟାର ଉପରେ ଅନୀଲଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ଏହା ଉପରେ ବ୍ୟାଙ୍କଗୁଡିକର ଓକିଲ କହିଛନ୍ତି ଏହା ଗମ୍ଭୀରତାର ସହ ମାନିବାକୁ ହେବ ଯେ, ସଙ୍କଟ ସମୟରେ ତାଙ୍କ ପରିବାରର କୌଣସି ସଦସ୍ୟ ଅନିଲଙ୍କୁ ବାହାରକୁ ଆଣିବାରେ ସହାୟତା କରିପାରିବେ ନାହିଁ।
ଭାଇ ମୁକେଶ ଏସିଆର ସବୁଠାରୁ ବଡ ଧନୀ
ବ୍ୟାଙ୍କଗୁଡିକ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଛନ୍ତି ଯେ, ଅନୀଲଙ୍କ ବଡ ଭାଇ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି। ଫୋର୍ବସ ତାଲିକାରେ ବିଶ୍ୱର ୧୩ ସବୁଠାରୁ ଧନୀ ବ୍ୟକ୍ତି ଭାବେ ମୁକେଶ ଜଣାଶୁଣା। ତାଙ୍କ ନିକଟରେ ପ୍ରାୟ ୫୭ ବିଲିୟନ ଡଲାରର ସମ୍ପତ୍ତି ରହିଛି।
ନିବେଶ ଭାଲ୍ୟୁ ଶେଷ ପଛର କାରଣ
ଅମ୍ବାନୀଙ୍କ ଓକିଲ ରବର୍ଟ ହୋଓ୍ବେ କହିଛନ୍ତି, ଅମ୍ବାନୀଙ୍କ ନିବେଶ ଭାଲ୍ୟୁ ୨୦୧୨ ପରେ ଶେଷ ହୋଇ ଯାଇଥିଲା। ଭାରତ ସରକାରଙ୍କ ପକ୍ଷରୁ ସ୍ପେକ୍ଟ୍ରମ ପ୍ରଦାନ ନୀତିରେ ପରିବର୍ତ୍ତନ ହେବା ଯୋଗୁ ଭାରତୀୟ ଟେଲିକମ୍‌ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି। ୨୦୧୨ରେ ଅନିଲଙ୍କର ନିବେଶ ମୂଲ୍ୟ ୭ ବିଲିୟନ ଡଲାରରୁ ଅଧିକ ରହିଥିଲା। ଏହା ଏବେ ୬୨୩ କୋଟିକୁ ଖସିଛି। ଏହା ପରେ ଯଦି ତାଙ୍କୁ ଋଣ ସୁଝିବା କଥା ବିଚାର କରାଯାଏ ତେବେ ତାଙ୍କ ନିକଟରେ ମୋଟ ସମ୍ପତ୍ତି ଜିରୋ। ସମୟ ଥିଲା ସେ ଅତି ଧନୀ ବ୍ୟବସାୟୀ ଥିଲେ। ମାତ୍ର ଏବେ ସମୟ ବଦଳିଛି। ଏହା ବୁଝିବାକୁ ଅତି ସହଜ ବୋଲି ଓକିଲ କହିଛନ୍ତି।
ମୁଣ୍ଡ ଉପରେ ୯୩ ହଜାର କୋଟିର ଋଣ
ଅନୀଲ ଅମ୍ବାନୀ ରିଲାଏନ୍ସ କମ୍ୟୁନିକେଶନର ଅଧ୍ୟକ୍ଷ ଅଛନ୍ତି। ତାଙ୍କ ଗ୍ରୁପ ଗତ କିଛି ଦିନ ହେବ କଠିନ ସ୍ଥିତି ଦେଇ ଗତି କରୁଛି। ଗ୍ରୁପ ଉପରେ ଋଣର ବହୁତ ବଡ ବୋଝ ରହିଛି। ଏଥି ଯୋଗୁ ସେ ଚିନ୍ତାରେ ରହିଛନ୍ତି। ବ୍ଲୁମବର୍ଗ ରିପୋର୍ଟ ମୁତାବକ ସେପ୍ଟେମ୍ବର ଯାଏ ଗ୍ରୁପ ଉପରେ ୧୩.୨ ବିଲିୟନ ଡଲାର (୯୩ ହଜାର କୋଟି ଟଙ୍କା)ର ଋଣ ରହିଛି।
ବଡ ଭାଇ ମୁକେଶ କରିଥିଲେ ସହାୟତା
ଏରିକସନ କମ୍ପାନୀ ସହ ଏଭଳି ଏକ ବିବାଦ କିଛି ଦିନ ତଳେ ସାମ୍ନାକୁ ଆସିଥିଲା। ରିଲାଏନ୍ସ କମ୍ୟୁନିକେଶନ ଉପରେ ଏରିକସନର ୫୫୦ କୋଟି ବକେୟା ଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନିଲ ଏହି ଋଣ ସୁଝିବା ଲାଗି ରାଜି ହୋଇଥିଲେ। ଏଥିରେ ବଡ ଭାଇ ମୁକେଶ ଅମ୍ବାନୀ ତାଙ୍କୁ ଋଣ ସୁଝିବାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri