ଦିନକରେ ଗଲା ୫ ହଜାର ଜୀବନ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୮।୪: ସ୍ଥିତି କ୍ରମଶଃ ଜଟିଳରୁ ଜଟିଳତର ହେବାରେ ଲାଗିଛି। ବିଶ୍ୱର ୨୦୯ ଦେଶରେ କରୋନା ଭୂତାଣୁ କାୟାବିସ୍ତାର କରିବା ସହ ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ବିଶ୍ୱବ୍ୟାପୀ ମୃତ୍ୟୁସଂଖ୍ୟା ଏବେ ୭୯,୫୧୩୩ରେ ପହଞ୍ଚି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୯୬ ହଜାର ଟପିଛି। କେବଳ ଆମେରିକାରେ ଭୂତାଣୁ ଯୋଗୁ ୧୨, ୨୨୭ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୩,୮୬,୫୨୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଦିନରେ ଏଠାରେ ୧୩୫୬ ଜଣ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୧୮,୮୩୪ କରୋନା ସଂକ୍ରମିତ ଏଠାରେ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ଦିନରେ କରୋନା ଭୂତାଣୁ ୫ ହଜାର ଜୀବନ ନେଇଛି। ଆମେରିକା ପରେ ସ୍ପେନରେ ୨୪ ଘଣ୍ଟା ମଧ୍ୟରେ ୫୫୬, ବ୍ରିଟେନରେ ୭୮୬, ବେଲଜିୟମରେ ୪୦୩, ନେଦରଲାଣ୍ଡ୍ସ୍‌ରେ ୨୩୪ ମୁଣ୍ଡ ଗଡ଼ିଛି।
ଆମେରିକା ପରେ ଇଟାଲୀରେ ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଏଠାରେ ବିଶ୍ୱର ସର୍ବାଧିକ ଲୋକ ଭୂତାଣୁର ଶୀକାର ହୋଇଛନ୍ତି। ମୃତ୍ୟୁସଂଖ୍ୟା ଏଠାରେ ବଢ଼ି ୧୭,୧୨୭ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୩୬ ଲକ୍ଷ ଛୁଇଁଛି। ସେହିଭଳି ସ୍ପେନ ମଧ୍ୟ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏଠାରେ ମୃତ୍ୟୁସଂଖ୍ୟା ୧୩,୮୯୭ରେ ପହଞ୍ଚିଛି। ୧.୪୧ ଲକ୍ଷ ଲୋକ ଏଠାରେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଜର୍ମାନୀରେ ୧.୦୫ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧,୯୦୫କୁ ବୃଦ୍ଧି ପାଇଛି। ଫ୍ରାନ୍ସରେ ୮,୯୧୪ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୯୮ ହଜାର ଟପିଛି। ଚାଇନାରେ ୩,୩୩୨ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୧,୮୯୯କୁ ବୃଦ୍ଧିପାଇଛି। ଇରାନରେ ୩,୮୭୩ ଜୀବନ ଯାଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୫୫୬କୁ ଟପିଛି। ବ୍ରିଟେନ, ବେଲଜିୟମ୍‌ ଓ ନେଦରଲାଣ୍ଡ୍ସରେ ଭୂତାଣୁ ଦ୍ରୁତ ଗତିରେ ମାଡ଼ିଚାଲିଛି। ବ୍ରିଟେନରେ ଏପର୍ଯ୍ୟନ୍ତ ୬,୧୬୦ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୫,୨୫୭ରେ ପହଞ୍ଚିଛି। କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କୁ ମଙ୍ଗଳବାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନୁରୂପ ଭାବେ ବେଲଜିୟମ୍‌ରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ୨୨ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ୨,୦୩୫ରେ ପହଞ୍ଚିଛି। ନେଦରଲାଣ୍ଡ୍ସରେ ୨୧ ଶହ ମୁଣ୍ଡ ନେଇଛି ଭୂତାଣୁ। ଏତତ୍‌ବ୍ୟତୀତ ତୁର୍କୀରେ ୭୨୫, ସୁଇଜରଲାଣ୍ଡରେ ୮୨୧, ବ୍ରାଜିଲରେ ୫୮୧, ସ୍ବିଡେନରେ ୫୯୧, ଇଣ୍ଡୋନେସିଆରେ ୨୨୧, ଡେନ୍‌ମାର୍କରେ ୨୦୩, ରୋମାନିଆରେ ୧୯୭, ଫିଲିପାଇନ୍ସରେ ୧୭୭ ମୁଣ୍ଡ ଗଡ଼ିଲାଣି। ଅଧିକାଂଶ ରାଷ୍ଟ୍ର କରୋନା ପ୍ରକୋପକୁ ନେଇ ଚିନ୍ତାରେ ପଡ଼ିଥିବା ବେଳେ ହସ୍ପିଟାଲ, ଡାକ୍ତର ଓ ଚିକିତ୍ସା ଉପକରଣର ଅଭାବ ସହ ଖାଦ୍ୟାଭାବ ଆଶଙ୍କା ପରିସ୍ଥିତିକୁ ଭିନ୍ନ ମୋଡ ଦେଉଛି। ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଓ କଳାବଜାରକାରୀଙ୍କ ଦୌରାତ୍ମ୍ୟ ସମସ୍ୟାକୁ ବହୁଗୁଣିତ କରିପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ…

ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ, ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା

କୋଲକାତା,୨୬।୫: ପଶ୍ଚିମବଙ୍ଗର ସାଧାରଣ ଜନତା ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା…

ଆରମ୍ଭ ହୋଇଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ୨.୦! ଆମେରିକା ଆକ୍ରମଣର ଜବାବ ଦେଲା ଇରାନ, ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ, ୨୬।୫: ଗଲ୍ଫ ଅଞ୍ଚଳରେ ଚାଲିଥିବା ବିବାଦ ଶେଷ ହେବାର ଆଶା ଦେଖାଯାଉଥିବା ବେଳେ ହଠାତ୍‌ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣ ପୁଣି ଥରେ ସେଠାରେ ଗୋଳା-ବାରୁଦର…

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri