ଦିନକରେ ଗଲା ୫ ହଜାର ଜୀବନ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୮।୪: ସ୍ଥିତି କ୍ରମଶଃ ଜଟିଳରୁ ଜଟିଳତର ହେବାରେ ଲାଗିଛି। ବିଶ୍ୱର ୨୦୯ ଦେଶରେ କରୋନା ଭୂତାଣୁ କାୟାବିସ୍ତାର କରିବା ସହ ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ବିଶ୍ୱବ୍ୟାପୀ ମୃତ୍ୟୁସଂଖ୍ୟା ଏବେ ୭୯,୫୧୩୩ରେ ପହଞ୍ଚି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୯୬ ହଜାର ଟପିଛି। କେବଳ ଆମେରିକାରେ ଭୂତାଣୁ ଯୋଗୁ ୧୨, ୨୨୭ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୩,୮୬,୫୨୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଦିନରେ ଏଠାରେ ୧୩୫୬ ଜଣ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୧୮,୮୩୪ କରୋନା ସଂକ୍ରମିତ ଏଠାରେ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ଦିନରେ କରୋନା ଭୂତାଣୁ ୫ ହଜାର ଜୀବନ ନେଇଛି। ଆମେରିକା ପରେ ସ୍ପେନରେ ୨୪ ଘଣ୍ଟା ମଧ୍ୟରେ ୫୫୬, ବ୍ରିଟେନରେ ୭୮୬, ବେଲଜିୟମରେ ୪୦୩, ନେଦରଲାଣ୍ଡ୍ସ୍‌ରେ ୨୩୪ ମୁଣ୍ଡ ଗଡ଼ିଛି।
ଆମେରିକା ପରେ ଇଟାଲୀରେ ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଏଠାରେ ବିଶ୍ୱର ସର୍ବାଧିକ ଲୋକ ଭୂତାଣୁର ଶୀକାର ହୋଇଛନ୍ତି। ମୃତ୍ୟୁସଂଖ୍ୟା ଏଠାରେ ବଢ଼ି ୧୭,୧୨୭ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୩୬ ଲକ୍ଷ ଛୁଇଁଛି। ସେହିଭଳି ସ୍ପେନ ମଧ୍ୟ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏଠାରେ ମୃତ୍ୟୁସଂଖ୍ୟା ୧୩,୮୯୭ରେ ପହଞ୍ଚିଛି। ୧.୪୧ ଲକ୍ଷ ଲୋକ ଏଠାରେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଜର୍ମାନୀରେ ୧.୦୫ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧,୯୦୫କୁ ବୃଦ୍ଧି ପାଇଛି। ଫ୍ରାନ୍ସରେ ୮,୯୧୪ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୯୮ ହଜାର ଟପିଛି। ଚାଇନାରେ ୩,୩୩୨ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୧,୮୯୯କୁ ବୃଦ୍ଧିପାଇଛି। ଇରାନରେ ୩,୮୭୩ ଜୀବନ ଯାଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୫୫୬କୁ ଟପିଛି। ବ୍ରିଟେନ, ବେଲଜିୟମ୍‌ ଓ ନେଦରଲାଣ୍ଡ୍ସରେ ଭୂତାଣୁ ଦ୍ରୁତ ଗତିରେ ମାଡ଼ିଚାଲିଛି। ବ୍ରିଟେନରେ ଏପର୍ଯ୍ୟନ୍ତ ୬,୧୬୦ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୫,୨୫୭ରେ ପହଞ୍ଚିଛି। କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କୁ ମଙ୍ଗଳବାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନୁରୂପ ଭାବେ ବେଲଜିୟମ୍‌ରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ୨୨ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ୨,୦୩୫ରେ ପହଞ୍ଚିଛି। ନେଦରଲାଣ୍ଡ୍ସରେ ୨୧ ଶହ ମୁଣ୍ଡ ନେଇଛି ଭୂତାଣୁ। ଏତତ୍‌ବ୍ୟତୀତ ତୁର୍କୀରେ ୭୨୫, ସୁଇଜରଲାଣ୍ଡରେ ୮୨୧, ବ୍ରାଜିଲରେ ୫୮୧, ସ୍ବିଡେନରେ ୫୯୧, ଇଣ୍ଡୋନେସିଆରେ ୨୨୧, ଡେନ୍‌ମାର୍କରେ ୨୦୩, ରୋମାନିଆରେ ୧୯୭, ଫିଲିପାଇନ୍ସରେ ୧୭୭ ମୁଣ୍ଡ ଗଡ଼ିଲାଣି। ଅଧିକାଂଶ ରାଷ୍ଟ୍ର କରୋନା ପ୍ରକୋପକୁ ନେଇ ଚିନ୍ତାରେ ପଡ଼ିଥିବା ବେଳେ ହସ୍ପିଟାଲ, ଡାକ୍ତର ଓ ଚିକିତ୍ସା ଉପକରଣର ଅଭାବ ସହ ଖାଦ୍ୟାଭାବ ଆଶଙ୍କା ପରିସ୍ଥିତିକୁ ଭିନ୍ନ ମୋଡ ଦେଉଛି। ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଓ କଳାବଜାରକାରୀଙ୍କ ଦୌରାତ୍ମ୍ୟ ସମସ୍ୟାକୁ ବହୁଗୁଣିତ କରିପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା...

ଇସ୍ରାଏଲ୍‌କୁ ଝଟ୍‌କା ଦେଲା ଭାରତ: ପାଲେଷ୍ଟାଇନ୍‌କୁ ଖୋଲାଖୋଲି ସମର୍ଥନ

ନ୍ୟୁୟର୍କ,୨।୫: ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ଇସ୍ରାଏଲ ପାଇଁ ଏକ ଝଟକା ବୋଲି ଦେଖାଯାଉଛି। ମିଳିତ ଜାତିସଂଘରେ ଇସ୍ରାଏଲ...

ବଞ୍ଚିଛନ୍ତି ଗୋଲଡି ବ୍ରାର, ଆମେରିକା ପୋଲିସ କହିଛି ମିଡିଆରେ ଦିଆଯାଇଥିବା ଖବର ମିଥ୍ୟା

ଚଣ୍ଡିଗଡ଼/ଓ୍ବାଶିଂଟନ, ୨।୫: ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବନ୍ତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି। ପରବର୍ତ୍ତୀ ସମୟରେ, କାଲିଫର୍ନିଆର ଫ୍ରେସ୍ନୋ ପୋଲିସ ବିଭାଗ...

ମ୍ୟାନମାରରେ ଫସିଛନ୍ତି ୧୫୦୦ରୁ ଅଧିକ ହିନ୍ଦୁ, ଖାଦ୍ୟ ପାଇଁ ଡହଳ ବିକଳ

ରଖାଇନ,୨।୫: ମ୍ୟାନମାରର ରଖାଇନ ପ୍ରଦେଶର ବୁଟିଡାଙ୍ଗ ସହରରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେନା ଏବଂ ବିଦ୍ରୋହୀମାନଙ୍କ ମଧ୍ୟରେ ଲଢେଇ ହେତୁ ହିନ୍ଦୁ ତଥା...

ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ

ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ...

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri