ଦିନ ବେଳେ ଜଳୁଛି ଜଙ୍ଗଲ

ଚମ୍ପୁଆ,୨୨।୨(ଡି.ଏନ.ଏ)-ରୌଦ୍ରତାପ ବଢିବା ପରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଆଗରୁ ସ୍ଥାନୀୟ ଜଙ୍ଗଲଗୁଡିକରେ ନିଅଁ। ଲାଗୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ଫେବୃୟାରୀରେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନର ଗୁଳୁଦିପଶି ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିଲା। ଶୁଖିଲା ପତ୍ର ଓ ପବନ ଦ୍ୱାରା ଏହି ନିଆଁ ଚାରିଆଡ଼କୁ ବ୍ୟାପୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ନିଅଁ।କୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ମାତ୍ର ନିଅଁ। କିପରି ଓ କିଏ ଲଗାଇଲା ତାହାର କୌଣସି ଉତ୍ତର ବନ ବିଭାଗ ଅଧିକାରୀଙ୍କ ପାଖରୁ ମିଳୁନି। ଜଙ୍ଗଲରେ ଝଡ଼ି ପଡୁଥିବା ଶୁଖିଲା ପତ୍ର ନିଅଁ।କୁ ଖୋରାକ ଯୋଗାଉଥିବାବେଳେ ଏଥିରେ ବିଭିନ୍ନ ଉପକାରୀ ତୃଣ ଓ ଗୁଳ୍ମ ଜାତୀୟ ଗଛ ସହିତ ଜଙ୍ଗଲ ମାଟିରେ ଆପେ ଉଠୁଥିବା ଗଜା ଗଛଗୁଡ଼ିକ ମଧ୍ୟ ପୋଡ଼ିଯାଇ ନଷ୍ଟ ହେଉଥିବା ଦେଖାଯାଉଛି। ବନ ବିଭାଗ କେବଳ ସଚେତନତା ବୋର୍ଡ ମାଧ୍ୟମରେ ନିଅଁ। ନ ଲଗାଇବାକୁ ସ୍ଥାନୀୟ ଲୋକଙ୍କୁ ସଚେତନ କରୁଥିବାବେଳେ ଏହା ଲୋକଙ୍କ ଉପରେ ପ୍ରଭାବ ପକାଇ ପାରୁନାହିଁ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଉଖୁଣ୍ଡା ଫରେଷ୍ଟର ଭାଗିରଥୀ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି ଯେ, ଦୁର୍ବୃତ୍ତମାନଙ୍କ ଦ୍ୱାରା ଏହି ନିଅଁା ଲଗା କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଏଥିସହିତ ଭିଏସ୍‌ଏସ୍‌ମାନଙ୍କୁ ସଚେତନ କରାଯିବ। ଜଙ୍ଗଲ ସମସ୍ତଙ୍କ ପାଇଁ ଆବଶ୍ୟକ। ଏଣୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ୍‌। ଜଙ୍ଗଲରେ ନିଅଁା ଲାଗିଲେ କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ଆୟତ୍ତ କରୁଛନ୍ତି। ନିଅଁା ବିଭାଗୀୟ କର୍ମଚାରୀଙ୍କ ଆୟତ୍ତ ବାହାରକୁ ଚାଲିଗଲେ ଅଗ୍ନିଶମ ବିଭାଗର ସହାୟତା ନେଇ ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri