ଦିଗହରା ନାବିକଙ୍କ ଲୋମଟାଙ୍କୁରା କାହାଣୀ: ଆଉ କେବେ ସମୁଦ୍ରକୁ ଯିବିନାହିଁ’

ଅଗଷ୍ଟ ୨୮ ତାରିଖ। ଛୋଟ ବୋଟ୍‌ (ସ୍ଥାନୀୟ ଭାଷାରେ ଟାପା)ରେ ରାଶନ ସାମଗ୍ରୀ ସହ ଏକ ନୂଆ ସ୍କୁଟି ଲଦି ପୋର୍ଟବ୍ଲେୟାରରୁ ବାହାରିଥିଲେ ନାବିକ ଅମ୍ରିତ କୁଜୁର(୪୨)। ଲକ୍ଷ୍ୟ ଥିଲା ନିଜ ଗଁା ଆଣ୍ଡାମାନ ନୀଲ୍‌ଦୀପର ଶହୀଦ ଦ୍ୱୀପରେ ପହଞ୍ଚତ୍ବେ। ସାଙ୍ଗରେ ଥିଲେ ସାଥୀ ରଞ୍ଜନ ବିଶ୍ୱାସ। କିନ୍ତୁ ସମୁଦ୍ରରେ ଝଡ଼ ସେମାନଙ୍କୁ ଦିଗହରା କରିଦେଲା। ୫୭ ଦିନ ପରେ ଗତ ୨୪ ତାରିଖ ରାତି ସାଢେ ୧ଟାରେ କୃଷ୍ଣପ୍ରସାଦ ବ୍ଲକ ଖିରିସାହି ନିକଟ ସମୁଦ୍ର କୂଳରେ ପହଞ୍ଚିଥିଲେ ଅମ୍ରିତ୍‌। କିନ୍ତୁ ଅଧାବାଟରେ ଜୀବନ ହାରିଥିଲେ ରଞ୍ଜନ। ଭୋକ ଉପାସରେ ସମୁଦ୍ରର ଅଥଳ ଜଳରାଶି ସହ ସଂଗ୍ରାମ କରି ନୂଆ ଜୀବନ ପାଇଥିବା ଅମ୍ରିତଙ୍କ ସହ ଧରିତ୍ରୀର ଆଳାପ…

ପରିବାର ଏବଂ ବୃତ୍ତି ସମ୍ପର୍କରେ କ’ଣ କହିବେ ?
ଆଣ୍ଡାମାନ ଦ୍ୱୀପପୁଞ୍ଜ ନୀଲ୍‌ଦୀପ ଅନ୍ତର୍ଗତ ଶହୀଦ ଦ୍ୱୀପ ହେଉଛି ମୋ ଗଁା। ସ୍ତ୍ରୀ ଓ ତିନି ଝିଅଙ୍କୁ ନେଇ ମୋର ପରିବାର। ଜଣେ ମାଲିକଙ୍କ ପାଖରେ ବୋଟ୍‌ ଚାଳକ ଭାବେ କାମ କରେ। ବିଶେଷକରି ପୋର୍ଟବ୍ଲେୟାରରୁ ରାଶନ ଓ ଅନ୍ୟାନ୍ୟ ଘର ଉପକରଣ ସାମଗ୍ରୀ ବୋଟ୍‌ରେ ନେଇ ଗଁାରେ ପହଞ୍ଚାଇଥାଏ। ପୋର୍ଟବ୍ଲେୟାରରୁ ଶହୀଦ ଦ୍ୱୀପ ୪୬ କି.ମି. ବାଟକୁ ପ୍ରାୟ ୩ ଘଣ୍ଟା ଲାଗେ।
ଅଗଷ୍ଟ ୨୮ରେ ଆପଣଙ୍କ ସହିତ କ’ଣ ଘଟିଲା?
ସେଦିନ ଅପରାହ୍ନରେ ପୋର୍ଟବ୍ଲେୟାରରୁ ଚୁଡା, ଚାଉଳ, ଗହମ, ଡାଲି, ଅଟା, ବିସ୍କୁଟ, ଆଜବେଷ୍ଟସ୍‌ ଶିଟ୍‌ ସହ ଏକ ନୂଆ ସ୍କୁଟିକୁ ବୋଟ୍‌ରେ ଲଦି ସାଥୀ ରଞ୍ଜନ (୩୬) ଏବଂ ମୁଁ ଶହୀଦ ଦ୍ୱୀପକୁ ଫେରୁଥିଲୁ। ୧୦୦ ଲିଟର ଡିଜେଲ ଆମ ପାଖରେ ଥିଲା। ଅଧାବାଟ ଯାଇଛୁ ଅଚାନକ ସମୁଦ୍ରରେ ଝଡ଼ର ସାମ୍ନା କଲୁ। ବୋଟ୍‌କୁ ଆୟତ୍ତ କରିବା ସମ୍ଭବ ହେଲାନାହିଁ। ତେଣୁ ଲଙ୍ଗର ପକାଇଲୁ, ହେଲେ ପବନର ବେଗ ଏତେ ମାତ୍ରାରେ ଥିଲା ଯେ ଲଙ୍ଗର ରହିଲା ନାହିଁ। ମୋବାଇଲ ଫୋନରେ ମାଲିକଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କଲୁ, ହେଲେ ନେଟୱର୍କ ନ ଥିଲା। ପ୍ରବଳ ବର୍ଷା ଓ ପବନ ହେଉଥିଲା। ବୋଟ୍‌ ବୁଡ଼ିଯିବା ଭଳି ସ୍ଥିତି ଉପୁଜିବାରୁ କେବଳ ଖାଦ୍ୟ ସାମଗ୍ରୀ ଓ ପିଇବା ପାଣି ରଖି ସବୁ ରାଶନ ସମୁଦ୍ର ମଧ୍ୟକୁ ଫିଙ୍ଗି ଦେଇଥିଲୁ।
ମ୍ୟାନ୍‌ମାର୍‌ରେ କେମିତି ପହଞ୍ଚତ୍ଲେ?
ସମୁଦ୍ର ମଧ୍ୟରେ ଦିଗହରା ହୋଇଯିବାରୁ ଆମ ପାଖରେ ଥିବା ଡିଜେଲ ସରିଗଲା। ତେଣୁ ପବନକୁ ହିଁ ଭରସା କଲୁ। ପବନ ଯୁଆଡ଼େ ବହିଲା ସେଇଆଡ଼େ ଚାଲିଲୁ। ବାଟରେ ଏକାଧିକ ଜାହାଜ ଦେଖିଛୁ। ହେଲେ ସେମାନେ ଆମଠାରୁ ଯଥେଷ୍ଟ ଦୂରରେ ଥିବାରୁ ଆମ କଥା ସେମାନଙ୍କୁ ଶୁଣାଗଲା ନାହିଁ। ଆମ ସାହାଯ୍ୟର ଡାକ ପବନରେ ଉଡ଼ି ଯାଉଥିଲା। ସମୁଦ୍ରରେ ଭାସି ଭାସି ୧୫ ଦିନ ପରେ ଆମେ ମ୍ୟାନ୍‌ମାର୍‌ ସୀମାନ୍ତ ସମୁଦ୍ରରେ ପହଞ୍ଚତ୍ଗଲୁ।
ମ୍ୟାନ୍‌ମାର୍‌ରେ ପହଞ୍ଚତ୍ବା ପରେ କି ପ୍ରକାର ସାହାଯ୍ୟ ପାଇଲେ ?
ମ୍ୟାନ୍‌ମାର୍‌ର ଏକ ମାଛଧରା ବୋଟ ସହିତ ଭେଟ ହେଲା। କିନ୍ତୁ ସେଥିରେ ଥିବା ଲୋକେ ଆମ ଭାଷା ବୁଝିପାରିଲେ ନାହିଁ କି ଆମେ ତାଙ୍କ କଥା ବୁଝିପାରିଲୁ ନାହିଁ। ତେଲଟାଙ୍କି ଦେଖାଇ ଆମର ତେଲ ସରିଯାଇଥିବା ନେଇ ସମ୍ପୃକ୍ତ ବୋଟ କର୍ମଚାରୀଙ୍କୁ ଇସାରା ଦେଲି। ସେମାନେ ଆମକୁ ତେଲ ଏବଂ କିଛି ଖାଦ୍ୟ ଦେଲେ। ଏଥିସହ ମ୍ୟାନ୍‌ମାର୍‌ରେ ପହଞ୍ଚତ୍ବା ଲାଗି ବାଟ ବତାଇ ଦେଲେ। ଅପରାହ୍ନ ୫ଟାରେ ମ୍ୟାନ୍‌ମାର୍‌ରେ ପହଞ୍ଚତ୍ଗଲୁ। ସେଠାକାର ଏକ ନୌବାହିନୀ ଜାହାଜଠାରୁ ସାହାଯ୍ୟ ମାଗିଲୁ। ସେମାନେ ରଶି ସାହାଯ୍ୟରେ ଆମକୁ ଜାହାଜକୁ ନେଇଗଲେ। ଆମ ପରିଚୟପତ୍ର ଦେଖିଲେ। ଖାଇବା ପିଇବାକୁ ଦେଇ ୨ ଦିନ ସେମାନଙ୍କ ପାଖରେ ରଖିଲେ। ତୃତୀୟ ଦିନ ସକାଳେ ୨୬୦ ଲିଟର ତେଲ, ଦିଗ ନିର୍ଣ୍ଣୟ ପାଇଁ କମ୍ପାସ ଏବଂ ଖାଇବା ପାଇଁ ୪ ପ୍ୟାକେଟ ବ୍ରେଡ୍‌ ଏବଂ ୧୭ ପ୍ୟାକେଟ ମ୍ୟାଗି ଦେଇ ଆମକୁ ବିଦାୟ ଦେଇଥିଲେ। ଏକ ମାଛଧରା ବୋଟକୁ ଆମ ସହିତ ପଠାଇ ତାଙ୍କ ସୀମା ପାର କରାଇଦେଲେ। ପୂର୍ବ ଦିଗକୁ ଗଲେ ଆଣ୍ଡାମାନରେ ପହଞ୍ଚତ୍ବ ବୋଲି କହିଥିଲେ।
ଫେରିବା ବାଟରେ କ’ଣ ଘଟିଲା ?
ଭାଗ୍ୟର ବିଡମ୍ବନା। ୨/୩ ଦିନ ପରେ ପୁଣି ତେଲ ସରିଗଲା। କ’ଣ କରିବୁ ବୁଦ୍ଧିବାଟ ଦିଶିଲାନି। ବାଟରେ କୌଣସି କାର୍ଗୋ ଜାହାଜ କିମ୍ବା ମାଛଧରା ବୋଟ୍‌ ଦେଖାଗଲେନି। ପବନରେ କେଉଁଆଡେ ଯାଉଥିଲୁ ଜାଣିପାରୁ ନ ଥିଲୁ। ୪/୫ ଦିନ ପରେ ବଡ଼ ବଡ଼ କାର୍ଗୋ ଜାହାଜ ଦୂରରେ ଯାଉଥିବା ଦେଖୁଥିଲୁ, ହେଲେ ତାଙ୍କ ପାଖକୁ ଯାଇପାରୁ ନ ଥିଲୁ। ଏପଟେ ଖାଦ୍ୟ ଓ ପାଣି ବି ସରି ଆସିଥିଲା। ବର୍ଷା ନ ଥିଲା ତେଣୁ ସମୁଦ୍ର ପାଣିକୁ ପିଇବା ଆରମ୍ଭ କଲି। କିନ୍ତୁ ରଞ୍ଜନ ସମୁଦ୍ର ପାଣି ପିଉ ନ ଥିବାରୁ ଧୀରେ ଧୀରେ ନିସ୍ତେଜ ହୋଇପଡ଼ିଥିଲେ। ୨/୩ ଦିନ ପରେ ସେ ଶୋଇପଡ଼ିଲେ ଯେ ଆଉ ଉଠିପାରିଲେ ନାହିଁ କିମ୍ବା କଥା କହିପାରିଲେ ନାହିଁ।
ସେ ସମୟରେ ଭୟ ଲାଗୁଥିଲା ?
ଭୟ ତ ଲାଗୁଥିଲା, ହେଲେ ଜୀବନ କେମିତି ବଞ୍ଚାଇପାରିବୁ ସେହି କଥା ହିଁ ଭାବୁଥିଲୁ। ମୁଁ ଯିଶୁଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରୁଥିଲି। ପରିବାର କଥା ମନେ ପଡ଼ୁଥିଲା। ଦିନେ ସକାଳୁ ରଞ୍ଜନଙ୍କୁ ଡାକିବାରୁ ସେ କୌଣସି ଜବାବ ଦେଲେନାହିଁ। ତାଙ୍କ ଛାତିରେ କାନ ଦେଲି ହେଲେ ସେ ନିଃଶ୍ୱାସ ପ୍ରଶ୍ୱାସ ନେଉ ନ ଥିଲେ। ତାଙ୍କର ମୃତ୍ୟୁ ହୋଇଯାଇଥିବା ନିଶ୍ଚିତ ହେଲି। ମୃତଦେହକୁ ନେଇ ଯେତେ ଭୟ ଲାଗୁ ନ ଥିଲା ଲୋକଙ୍କୁ କ’ଣ ଜବାବ ଦେବି ସେଥିନେଇ ଅଧିକ ଚିନ୍ତିତ ହୋଇପଡୁଥିଲି। ବୋଟର ଗୋଟିଏ ପାର୍ଶ୍ୱରେ ଯାଇ ବସିପଡ଼ିଲି। ଅପରାହ୍ନ ହେଲା, ଧୀରେ ଧୀରେ ମୃତଦେହ ଗନ୍ଧ ହେବାକୁ ଲାଗିଲା। ତେଣୁ ଇଚ୍ଛା ନ ଥିଲେ ମଧ୍ୟ ମୃତଦେହକୁ ସମୁଦ୍ର ମଧ୍ୟରେ ଫିଙ୍ଗିଦେଲି।
ଆଖି ଆଗରେ ସହଯୋଗୀଙ୍କ ମୃତ୍ୟୁ ପରେ ରାତିରେ ସମୁଦ୍ର ମଧ୍ୟରେ ଏକୁଟିଆ ସେହି ବୋଟ୍‌ରେ ରହିଥିଲେ। କ’ଣ ଅନୁଭବ ହେଉଥିଲା ?
ବଞ୍ଚତ୍ବି ବୋଲି ଆଉ ଆଶା ନ ଥିଲା। ହେଲେ ଭଗବାନଙ୍କ ଉପରେ ଭରସା ଥିଲା ଏବଂ ଯିଶୁଙ୍କୁ ହିଁ ସ୍ମରଣ କରୁଥିଲି। ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି। ଧୀରେ ଧୀରେ ମୋ ଦେହ ବି ଦୁର୍ବଳ ହେବାକୁ ଲାଗିଲା। ସମୁଦ୍ର ପାଣି ପିଇବା ଅଭ୍ୟାସ ଥିବାରୁ ପିଉଥିଲି। କମ୍ପାସ ମାଧ୍ୟମରେ ଆଣ୍ଡାମାନ ଦକ୍ଷିଣ ଦିଗରେ ଥିବାବେଳେ ମୁଁ ପୂର୍ବ ଦିଗକୁ ଯାଉଥିବା ଜାଣୁଥିଲି, ହେଲେ ନିରୁପାୟ ଥିଲି। ଏମିତି କି ୨୬ ଦିନ କିଛି ନ ଖାଇ କେବଳ ସମୁଦ୍ର ପାଣି ହିଁ ପିଇଥିଲି। କିଛିଦିନ ପରେ ପୁନଶ୍ଚ ପୂର୍ବଦିଗରୁ ଦକ୍ଷିଣ ଦିଗକୁ ପବନ ବୋହି ଥିଲା। ବୋଟ୍‌ ଦକ୍ଷିଣ ଦିଗକୁ ଚାଲିଲା। ୪ ଦିନ ଏମିତି ପୂର୍ବ ଦିଗରୁ ଦକ୍ଷିଣ ଦିଗକୁ ହିଁ ଗଲି।
ପୁରୀ ଉପକୂଳରେ ଲାଗିଲେ କେମିତି ?
ଅକ୍ଟୋବର ୨୪ ରାତିରେ ଅଚାନକ ପୁରୀ ଉପକୂଳରେ ମୋ ବୋଟ ସ୍ଥଳଭାଗରେ ଲାଗିଗଲା। ବୋଟରେ ହିଁ ବସି ରହିଲି। ସକାଳ ହେବା ପରେ ଧୀରେ ଧୀରେ ଆଗକୁ ଚାଲିଲି। କିଛି ବାଟ ପରେ ଗୋବର ପଡ଼ିଥିବା ଦେଖି ଭାବିଲି ଆଖପାଖରେ ନିଶ୍ଚିତ ଜନବସତି ଅଛି। ଆଉ କିଛିବାଟ ପରେ ପୁଣି ଗୋବର ଏବଂ ଏହାର କିଛି ଦୂରରେ ଏକ କୂଅ ଦେଖିଲି। ସେଠାରେ ରଶିରେ ଏକ ଡବା ବନ୍ଧା ଯାଇଥିଲା। ସେଥିରେ କୂଅରୁ ପାଣି କାଢି ମୁହଁ, ହାତ ଭଲ ଭାବେ ଧୋଇ ହୋଇ ପାଣି ପିଇଲି। ଏହାପରେ କିଛିବାଟ ଯାଇଛି ଏକ କୁଡ଼ିଆ ଘର ପାଇଲି। ସେଠାରେ ୨ଜଣ ଲୋକ ଜାଲ ବୁଣୁଥିଲେ। ନିକଟସ୍ଥ ଥାନା କେଉଁଠି ପଚାରିବାରୁ ସୁଦୀର୍ଘ ଜଳପଥ ଅତିକ୍ରମ କଲେ ସେପଟେ ପଡ଼ିିବ କହିଥିଲେ। ଏହାକୁ ପୁଣି ପାର ହେବି କେମିତି ? ଏମିତି ଚିନ୍ତାରେ ଆଗକୁ ଯିବା ପରେ ମତ୍ସ୍ୟଜୀବୀ ଦମ୍ପତିଙ୍କୁ ଦେଖିଲି। ତାଙ୍କ ସହ କଥା ହେଲି, ସେମାନେ ତାମିଲ ମିଶା ଓଡ଼ିଆ ଭାଷା କହୁଥିଲେ। ମୁଁ ତାମିଲ ଭାଷା ଅଳ୍ପ ବୁଝୁଥିବାରୁ ସେମାନଙ୍କ ସହ କଥା ହୋଇ ତାଙ୍କ ଘରକୁ ଗଲି। ସେମାନେ ଖାଇବା ପିଇବାକୁ ଦେଲେ। ଏହାପରେ ପରିବାର ଲୋକଙ୍କ ସହ ମଧ୍ୟ କଥା ହେଲି।
ଏବେ କ’ଣ ଅନୁଭବ କରୁଛନ୍ତି ?
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ପବିତ୍ର ମାଟିରେ ମୋର ପାଦ ପଡ଼ିଲା। ଆଗରୁ କେବେ ଓଡ଼ିଶା ଆସି ନ ଥିଲି। ଏଠାକାର ଲୋକେ ବହୁତ ସ୍ନେହୀ ଓ ପରୋପକାରୀ। ସରକାରଙ୍କ ପକ୍ଷରୁ ମୋ ରହିବା, ଖାଇବା ଏବଂ ଚିକିତ୍ସା ଆଦି ସବୁ ବ୍ୟବସ୍ଥା କରାଯାଇଛି। ମୋର ଟିକେଟ୍‌ ମଧ୍ୟ କରାଯାଇଛି । ନିଶ୍ଚିତ ଏକ ନୂଆ ଜୀବନ ପାଇ ଘରକୁ ଫେରିଯିବାକୁ ଥିବାରୁ ବହୁତ ଖୁସି ଲାଗୁଛି। ପୂର୍ବରୁ ମଧ୍ୟ ତିନିଥର ଏମିତି ଘଟଣା ମୋ ସହିତ ଘଟିଛି। ଏହା ଚତୁର୍ଥ ଘଟଣା। ଜୀବନ ଥିବା ଯାଏ ଆଉ କେବେ ସମୁଦ୍ରକୁ ଯିବିନାହିଁ, ପିଲାଛୁଆଙ୍କ ସହ ବାକି ଜୀବନ କାଟିବି ବୋଲି ସ୍ଥିର କରିଛି।
-ସାକ୍ଷାତ୍‌: ହେମନ୍ତ ନାୟକ, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri