ଦାୟିତ୍ୱ ନେଲେ ନିର୍ମଳା ସୀଥାରାମନ : ଅର୍ଥନୀତିକୁ ସଜାଡ଼ିବା ଏବେ ଅସଲ ପରୀକ୍ଷା

ନୂଆଦିଲ୍ଲୀ,୧।୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଏବଂ ଉଦ୍ୟୋଗ ଏବଂ ପରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ନିର୍ମଳା ସୀଥାରାମନ ଶୁକ୍ରବାର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାମିଲନାଡୁର ଏକ ସାଧାରଣ ପରିବାରରେ ଜନ୍ମିତ ସୀଥାରାମନ ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ଦକ୍ଷତାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ ଅର୍ଥମନ୍ତ୍ରୀ ଭାବେ ଏବେ ସେ ଅସଲ ପରୀକ୍ଷା ଦେବେ। ତାଙ୍କୁ ଏଭଳି ଏକ ସମୟରେ ଅର୍ଥମନ୍ତ୍ରୀ ଦାୟିତ୍ୱ ମିଳିଛି, ଯେତେବେଳେ ଦେଶର ଅର୍ଥନୀତି ସମ୍ମୁଖରେ ଏକାଧିକ ଆହ୍ବାନ ରହିଛି। ଅର୍ଥନୀତିକୁ ସଜାଡିବା ଏବଂ ଏହାକୁ ଗତିଶୀଳ କରିବା ଏବେ ତାଙ୍କର ପ୍ରାଥମିକତା ହେବାକୁ ଯାଉଛି। ନିର୍ମଳାଙ୍କ ସମ୍ମୁଖରେ ଥିବା ଆର୍ଥିକ ଆହ୍ବାନଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ।
ଧିମା ପଡ଼ିଛି ଅର୍ଥନୀତି
ଦେଶର ଆର୍ଥିକ ବିକାଶ ହାର ୫ ତ୍ରୈମାସରେ ସର୍ବନିମ୍ନ ସ୍ତର ୬.୬%ରେ ପହଞ୍ଚତ୍ୟାଇଛି। ଏଥିଯୋଗୁ ଗ୍ରାମାଞ୍ଚଳରେ ବ୍ୟୟ ହ୍ରାସ ଏବଂ ତୈଳ ମୂଲ୍ୟ ଧିମା ଗତିରେ ବଢ଼ୁଥିବାରୁ ଅବସ୍ଥା ଆହୁରି ଖରାପ ହେବ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଦେଶର ଆର୍ଥିକ ବିକାଶ ହାରକୁ ୭ ଅଥବା ଏହାଠାରୁ ଅଧିକ କରିବା ସୀଥାରାମନଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ।
ତେଲ, ଖାଦ୍ୟପଦାର୍ଥ ଉପରେ ମୁଦ୍ରାସ୍ଫୀତି ମାଡ
ନିଜର ପ୍ରଥମ କାର୍ଯ୍ୟକାଳ ବେଳେ ମୁଦ୍ରାସ୍ଫୀତି ଦୃଷ୍ଟିରୁ ମୋଦି ସରକାରଙ୍କୁୁ ବିଶେଷ ଅସୁବିଧାର ସାମ୍ନା କରିବାକୁ ପଡ଼ି ନ ଥିଲା। ଇନ୍ଧନ ଏବଂ ଖାଦ୍ୟପଦାର୍ଥ ଦର କମ୍‌ ରହିଥିଲା। କିନ୍ତୁ ଆଗକୁ ଏହା ସମ୍ଭବ ହେବ ନାହିଁ। କାରଣ ଏବେ ଠାରୁ ଏସବୁର ଦର ବଢ଼ିବାରେ ଲାଗିଛି। ପଶ୍ଚିମ ଏସିଆରେ ଦ୍ରୁତଗତିରେ ରାଜନୈତିକ ପରିସ୍ଥିତି ବଦଳୁଥିବାରୁ ଅଶୋଧିତ ତେଲ ଦରରେ ନିଆଁ ଲାଗି ପାରେ। ଅନ୍ୟପକ୍ଷରେ ପରିସଂଖ୍ୟାନରୁ ଜଣାପଡୁଛି ଯେ, ଦୀର୍ଘ ଦିନ ପରେ ଖାଦ୍ୟପଦାର୍ଥର ହୋଲସେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି।
ନିଯୁକ୍ତି ସଙ୍କଟ
ନୂଆ ଅର୍ଥମନ୍ତ୍ରୀଙ୍କୁ ନିଯୁକ୍ତି ସଙ୍କଟ ଦୂର କରିବା ଭଳି ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ପଡିବ। ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ବେଳେ ନିଯୁକ୍ତି ସୃଷ୍ଟି ଏକ ବଡ଼ ପ୍ରସଙ୍ଗ ଥିଲା। ନିଯୁକ୍ତି ସୃଷ୍ଟିର ପ୍ରତିଶ୍ରୁତି ଦେଇ ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିଲେ। ଅଥଚ ରୋଜଗାର ସୃଷ୍ଟିରେ ସଙ୍କଟ ଦେଖାଦେଲା। ବିମୁଦ୍ରୀକରଣ, ଜିଏସ୍‌ଟି ଲାଗୁ କରିବା ଯୋଗୁ କାରଖାନା ବନ୍ଦ ହୋଇଯିବା ଯୋଗୁ ବେକାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ନୂଆ ନିଯୁକ୍ତି ଧିମେଇ ଗଲା। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଏନ୍‌ଡିଏ ସରକାରଙ୍କୁ ଘେରିଥିଲେ। ଏବେ ବିଶ୍ୱରେ ମାନ୍ଦାବସ୍ଥା ମାଡ଼ି ଆସୁଥିବା ବେଳେ ନୂଆ ନିଯୁକ୍ତି ସୃଷ୍ଟି କରିବା ସୀଥାରାମନଙ୍କ ମୁଣ୍ଡବ୍ୟଥାର ମୁଖ୍ୟ କାରଣ ହେବ।
ମାନୁଫାକ୍‌ଚରିଂ ହ୍ରାସ
ଦେଶର ମାନୁଫାକ୍‌ଚରିଂ ସେକ୍ଟର ଧିମେଇବାରେ ଲାଗିଛି। ଔଦ୍ୟୋଗିକ ଉତ୍ପାଦନ ମାର୍ଚ୍ଚରେ ୨୧ ମାସର ସର୍ବନିମ୍ନ ସ୍ତର(-) ୦.୧%କୁ ଖସି ଆସିଛି। ଚାଇନା ଭଳି ମାନୁଫାକ୍‌ଚରିଂ ସେକ୍ଟର ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ନଗଦ ସଙ୍କଟ ଦୂର କରିବା
ଏନ୍‌ବିଏଫ୍‌ସି ସମେତ ରାଷ୍ଟ୍ରାୟତ୍ତ ଯୋଜନାଗୁଡ଼ିକରେ ଦେଖାଦେଇଥିବା ନଗଦ ସଙ୍କଟ ଦୂର କରିବା ଏବେ ଅର୍ଥମନ୍ତ୍ରୀ ସୀଥାରାମନଙ୍କ ପ୍ରାଥମିକତା ହେବା ଉଚିତ। ଅର୍ଥର ଅଭାବରେ ରେଳ, ସଡ଼କ, ବନ୍ଦର, ଶକ୍ତି କେନ୍ଦ୍ରଗୁଡ଼ିକର କାର୍ଯ୍ୟ ଧିମେଇବାରେ ଲାଗିିଛି। ସରକାରଙ୍କ କୋଷାଗାର ଭର୍ତ୍ତି କରିବାକୁ ହେଲେ ଟେଲିକମ୍‌ ସେକ୍ଟରରେ ସ୍ପେକ୍ଟ୍ରମ ନିଲାମୀ କରିବା ଜରୁରୀ ହୋଇପଡିଛି।
ଜିଏସ୍‌ଟି ୨.୦
୧୮ ଓ ୨୮ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ନେଇ ଏବେ ମଧ୍ୟ କାରବାରକାରୀଙ୍କ ମଧ୍ୟରେ ଅଡ଼ୁଆ ରହିଛି। ଏହି ଦୁଇ ମୁଖ୍ୟ ସ୍ଲାବ୍‌କୁ ମିଶାଇ ଏକ ନୂଆ ସ୍ଲାବ୍‌ କରିବାର ଆବଶ୍ୟକତା ଦେଖାଦେଇଛି। ଭାଜପାର ଇସ୍ତାହାରରେ ମଧ୍ୟ ଜିଏସ୍‌ଟିକୁ ଅଧିକ ସରଳ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି।
ବ୍ୟାଙ୍କ ମିଶ୍ରଣକୁ ଗୁରୁତ୍ୱ
ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ କେତେକ ବ୍ୟାଙ୍କର ମିଶ୍ରଣ କରାଯାଇଥିଲା। ଆହୁରି କେତେକ ବଡ଼ ବ୍ୟାଙ୍କ ସହ ଛୋଟ ବ୍ୟାଙ୍କକୁ ମିଶାଇବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri