ଦାସିଗଁ। ୧୨ ପରିବାର ପଞ୍ଚାୟତରେ ଆଶ୍ରୟ ନେବା ଘଟଣା:ଅନୁଧ୍ୟାନ ପାଇଁ ଘଟଣା ସ୍ଥଳରେ ପହଞ୍ଚତ୍ଲେ ତହସିଲଦାର

ଜୁନାଗଡ/ଦାସିଗଁ। ,୧୦।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦାସିଗଁ। ୩ ନଂ. ୱାର୍ଡ ଦର୍ଳିପଡାରେ ପାଣି ନିଷ୍କାସନ ପାଇଁ କୌଣସି ଡ୍ରେନଜ ବ୍ୟବସ୍ଥା ନାହଁି। ଫଳରେ ସାମାନ୍ୟ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶିଥାଏ। ଗତ ସୋମବାର ଓ ମଙ୍ଗଳବାର ପ୍ରବଳ ବର୍ଷାରେ ସ୍ଥାନୀୟ ପଡାବାସୀଙ୍କ ଘରେ ପାଣି ପଶିଥିଲା। ପଡାରେ ରହୁଥିବା ୧୨ଟି ପରିବାର ଲୋକେ ଅନ୍ୟ କିଛି ଉପାୟ ନ ପାଇଁ ବାଧ୍ୟହୋଇ ବୁଧବାର ସନ୍ଧ୍ୟାରେ ସେମାନେ ଘର ଛାଡି ସ୍ଥାନୀୟ ଦାସିଗଁା ପଞ୍ଚୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ସେଠାରେ ସେମାନେ ଆଶ୍ରୟ ନେବା ସହ ରନ୍ଧନ ମଧ୍ୟ କରୁଛନ୍ତି। ବୁଧବାର ଏ ସଂକ୍ରାନ୍ତରେ ପଡାବାସୀ ଧର୍ମଗଡ ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ବି କିଛି ସମାଧାନ ହୋଇପାରି ନ ଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଉକ୍ତ ଦିନ ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା ଘଟଣାସ୍ଥଳରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ତହସିଲଦାର ଲୁହା ପଡାବାସୀଙ୍କ ସହ ପାଣି ନିଷ୍କାସନ କିଭଳି ହେବ ସେ ନେଇ ଆଲୋଚନା କରିଥିଲେ। ଗତ ବୁଧବାରଠାରୁ ଏହି ପଡାର ୧୨ ପରିବାରର ୫୩ ଜଣ ସଦସ୍ୟାସଦସ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଏପରି ଅସହାୟ ପରିବାରକୁ ସହାୟତା କରିବା ବଦଳରେ ସ୍ଥାନୀୟ ସରପଞ୍ଚଙ୍କ ସମ୍ପର୍କୀୟ ଏଠାରେ କାହା ଅନୁମତିରେ ଓ କାହଁିକି ରହୁଛି ବୋଲି ଆଶ୍ରିତ ଥିବା ପରିବାରକୁ ନାଲି ଆଖି ଦେଖେଉଥିବା ଅଭିଯୋଗ ହୋଇଛି। ଏ ନେଇ ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡିଙ୍କୁ ପଚାରିବାରୁ ପଞ୍ଚାୟତରେ ଆଶ୍ରୟ ନେବାରେ କୌଣସି ଅସୁବିଧା ନାହଁି। ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସେହି ପଡାରେ ଏହି ସମସ୍ୟା ଦେଖାଦେଇଛି। ସ୍ଥାନୀୟ ଯନ୍ତ୍ରୀଙ୍କୁ କୁହାଯାଇଛି। ସେଠାରେ ଡ୍ରେନେଜ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

୧୪ ଲକ୍ଷର ଗାଡ଼ିରେ ୧୦ ଲକ୍ଷ ଟଙ୍କା ମୋଡିଫିକେସନ ଖର୍ଚ୍ଚ, ବ୍ୟାକଫୁଟରେ ସରକାର

ଭୁବନେଶ୍ୱର,୧୮ା୧୨: ଓଡ଼ିଶା ବନ ବିଭାଗ ପକ୍ଷରୁ କିଣାଯାଇଥିବା ମହିନ୍ଦ୍ରା ‘ଥର୍’ ଗାଡ଼ିର ମୋଡିଫିକେସନ ଖର୍ଚ୍ଚକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ୫୧ଟି ଥର୍...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri