ଦାରିଙ୍ଗବାଡି ଯୁବକ ବିହାରରେ ଆଞ୍ଚଳିକ ଲେବର କମିଶନର

ଦାରିଙ୍ଗବାଡି,୧।୩(ଡି.ଏନ.ଏ) – କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ଆଣିଦେଇଛି ସଫଳତା। ଭଲ ପଥ ପ୍ରଦର୍ଶକ ଓ ଅର୍ଥ ନ ଥାଇ ମଧ୍ୟ ଜଣେ ଯୁବକ ସଫଳତା ପାଇ ଦାରିଙ୍ଗବାଡି ପାଇଁ ଗୌରବ ଆଣିଛନ୍ତି। ସେ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡିର କୁନିଦେବ ସାହୁ ଓ ସ୍ବର୍ଗତ ଜୟଦେବ ସାହୁଙ୍କ କନିଷ୍ଠ ପୁତ୍ର କାହ୍ନୁଚରଣ।
ବାଧାବିଘ୍ନ ଓ ଆର୍ଥିକ ଅନଟନ ଭିତରେ ପାଠପଢି ସେ ଏବେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗରେ ଆଞ୍ଚଳିକ ଶ୍ରମ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ବିହାର ରାଜ୍ୟର ପାଟନାରେ ଆଞ୍ଚଳିକ ଶ୍ରମ କମିଶନର ଭାବେ ସେ ଏବେ ଅବସ୍ଥାପିତ। ଅଞ୍ଚଳରେ ଶ୍ରମିକଙ୍କ ଉନ୍ନତି ପାଇଁ ନୂତନ ଚିନ୍ତାଧାରା ଓ ବିଭିନ୍ନ ପ୍ରକାର ପଦକ୍ଷେପ ତାଙ୍କୁ ଭିନ୍ନଏକ ପରିଚୟ ଦେଇଛି। ବିହାର ଦୂରଦର୍ଶନରେ ତାଙ୍କ ସାକ୍ଷାତକାର ଭିଡିଓ ଭାଇରାଲ ପରେ ଏବେ ଦାରିଙ୍ଗବାଡି ସମେତ ସାରା ରାଜ୍ୟରେ କାହ୍ନୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଘରେ ବିଧବା ମା’ ଓ ୩ ଭଉଣୀଙ୍କ ସହ କାହ୍ନୁ ରହୁଥିଲେ। ସରକାରୀ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପଢିଥିଲେ। ପରିବାର ବୋଝ ଯୋଗୁ ପରିବା ବ୍ୟବସାୟ କରି ଘର ଚଳାଇବା ସହ ପାଠ ପଢୁଥିଲେ। ଦଶମ ପାସ୍‌ ପରେ ଟ୍ୟୁଶନ କରିବା ସହ ସ୍ଥାନୀୟ ବ୍ଲକ୍‌ଗ୍ରାଣ୍ଟ ଜୁନିୟର ମହାବିଦ୍ୟାଳୟରେ ଯୁକ୍ତ ୨ ପଢ଼ିଲେ। ଟ୍ୟୁଶନ କରି ଜମା ରଖିଥିବା ୩ ହଜାର ଟଙ୍କା ଧରି ସେ ଉଚ୍ଚ ଶିକ୍ଷା ପାଇଁ ବ୍ରହ୍ମପୁର ଅଭିମୁଖେ ଯାଇଥିଲେ। କାହ୍ନୁ କୁହନ୍ତି ମୋତେ ସମସ୍ତେ ବ୍ୟବସାୟ କରିବାକୁ କହୁଥିଲେ, କିନ୍ତୁ ମୋର ଅଲଗା କିଛି ହେବାର ନିଶା ମୋତେ ସଫଳତା ଆଣିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri