ଦାବି ପୂରଣ ପାଇଁ ଭିନ୍ନ ପନ୍ଥା ଆପଣାଇଲେ:ଗଛରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଗାଁସାଥୀ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ) : ଉତ୍କଳ ବିଶ୍ୱଦ୍ୟାଳୟର ପରିଜା ଲାଇବ୍ରେରୀ ଛାତ ଉପରୁ ଜଣେ ଯୁବକ ଆତ୍ମହତ୍ୟା ଧମକ ଦେବା ଘଟଣା ମନରୁ ନ ଲିଭୁଣୁ ସୋମବାର ଆଉଏକ ଘଟଣା ଲୋୟର ପିଏମ୍‌ଜିରେ ଦେଖିବାକୁ ମିଳିଥିଲା। ଆନ୍ଦୋଳନରେ ସାମିଲ୍‌ ହୋଇଥିବା ଜଣେ ଗାଁସାଥୀ ଦାବି ପୂରଣ ପାଇଁ ୩୦ ଫୁଟ ଉଚ୍ଚ ଗଛକୁ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ। ସେ ହେଲେ ବଲାଙ୍ଗୀର ଜିଲା ସଦର ଥାନା ଅଞ୍ଚଳର ମଧୁ ଛତରିଆ। ଖବରପାଇ ଅଗ୍ନିଶମ ବାହିନୀ ତୁରନ୍ତ ଧାରଣାସ୍ଥଳରେ ପହଞ୍ଚତ୍ଥିଲେ। ପ୍ରଥମେ ଦୁଇଜଣ ଅଗ୍ନିଶମ କର୍ମଚାରୀ ସଂଶୟ କୁମାର ଦାହୁଡିଆ ଓ ବିକାଶ କୁମାର ଦାହୁଡ଼ିଆ ଏକ ଶିଡ଼ିରେ ଗଛକୁ ଚଢି ତାଙ୍କୁ କାବୁ କରି ରଖିଥିଲେ। ପରେ ବ୍ରୋନ୍‌ଟୋ ସ୍କାଏ ଲିଫ୍ଟ ମାଧ୍ୟମରେ ମଧୁଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ନେଇ ମଧୁ କହିଛନ୍ତି, ସେମାନେ ଦୀର୍ଘ ଦିନ ହେବ ଧାରଣା ସ୍ଥଳରେ ଭୋକ ଉପାସରେ ପଡିଥିଲେ ମଧ୍ୟ ସରକାର ତାଙ୍କ ଦୁଃଖ ଶୁଣୁନାହାନ୍ତି। ଦାବି ପୂରଣ ନ ହେଲେ ବଞ୍ଚତ୍କି କ’ଣ କରିବେ ବୋଲି ଭାବି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲି।
ମିଳିଥିବା ସୂଚନାନୁସାରେ, ସ୍ଥାୟୀ ନିଯୁକ୍ତି ଓ ମାସିକ ୬ ହଜାର ପ୍ରୋତ୍ସାହନ ରାଶି ପ୍ରଦାନ ଆଦି ୫ ଦଫା ଦାବି ନେଇ ନଭେମ୍ବର ୪ରୁ ଗଁାସାଥୀ ସଂଘ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ଇତିମଧ୍ୟରେ ୨୨ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇନି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହିତ ଦୁଇଥର ଆଲୋଚନା ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି। ସୋମବାର ଶହ ଶହ ଗାଁସାଥୀ କଂଗ୍ରେସ ଭବନ ନିକଟରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ। ଅଧାବାଟରେ ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ସେଠାରେ ଧାରଣାରେ ବସି ଦାବି ପୂରଣ ପାଇଁ ନାରାବାଜି ଦେଇଥିଲେ। ଅପରାହ୍ନ ପ୍ରାୟ ୪ଟା ୩୦ରେ ମଧୁ ଛତରିଆ ହଠାତ୍‌ ଧାରଣା ସ୍ଥଳରେ ଥିବା ଏକ ଗଛ ଉପରକୁ ଚଢି ଯାଇ ତଳକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଚିତ୍କାର କରି କହିଥିଲେ। ତାଙ୍କୁ ଅନ୍ୟ ସାଥିମାନେ ଅଟକାଇଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ସେଠାରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଗଛକୁ ଚଢି ତାଙ୍କୁ ଉଦ୍ଧାର କରି ନ ଥିଲେ। ଶେଷରେ ଅଗ୍ନିଶମ ବିଭାଗକୁ ଫୋନ୍‌ରେ ଖବର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri