ଦାଦନ ଖଟିବାକୁ ଯାଇ ଫସିଛନ୍ତି ସ୍ବାମୀ:ସ୍ତ୍ରୀଙ୍କ କାନ୍ଧରେ ୪ ପିଲାଙ୍କ ବୋଝ

କୋକସରା, ୩୧।୫(ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକସରା ବ୍ଲକ ସନପୋଡ଼ାଗୁଡ଼ା ଗ୍ରାମର ମୋହନ ମେହେର ପରିବାର ପ୍ରତିପୋଷଣ ପାଇଁ ଗତ ୬ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ା ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ ସେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଛି ା ଏଥିଯୋଗୁ ସେ ଆର୍ଥିକ ସଙ୍କଟ ଭିତରେ ଗତି କରୁଛନ୍ତି ା ଘରକୁ ଟଙ୍କାଟିଏ ପଠାଇବା ତାଙ୍କ ପାଇଁ କାଠିକରପାଠ ହୋଇଛି ା ଏଣେ ନିଜେ ବି ଘରକୁ ଫେରିପାରୁ ନାହାନ୍ତି ା ଏ ପରିସ୍ଥିତିରେ ସ୍ତ୍ରୀ କସ୍ତୁରୀଙ୍କ ଉପରେ ପରିବାର ବୋଝ ପଡିଛି ା ୫ ପ୍ରାଣୀଙ୍କ ପାଇଁ ୩ ଓଳି ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନି ା ସେଥିପାଇଁ ଭୋକିଲା ପେଟରେ ସମସ୍ତଙ୍କୁ ରହିବାକୁ ପଡୁଛି ବୋଲି ସେ କହିଛନ୍ତି ା
କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ଗ୍ରାମର ମୋହନ ମେହେର (୩୨)ା ତାଙ୍କ ପରିବାର କହିଲେ ସ୍ତ୍ରୀ କସ୍ତୁରୀ(୨୭), ୨ ପୁଅ ବିବେକ (୧୦), ଚନ୍ଦନ (୪), ୨ ଝିଅ ଲକ୍ଷ୍ମୀ ( ୭), ହିତ୍ରିକା (୩) । ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ପରିବାର ପାଇଁ ରାଶନକାର୍ଡ ଖଣ୍ଡେ ମିଳିଛି ା ସେହି କାର୍ଡରେ ପ୍ରତିମାସରେ ୧୦ କେଜି ଚାଉଳ ମିଳେ ା ହେଲେ ସେହି ଚାଉଳ ୬ ପ୍ରାଣୀଙ୍କ ଆବଶ୍ୟକତା ପୂରଣ କରି ପାରେନାହିଁ ା ରାଶନ କାର୍ଡରେ ଏହି ଦମ୍ପତିଙ୍କ ବ୍ୟତୀତ ୪ ପୁଅ ଝିଅଙ୍କ ନାମ ନ ଥିବାରୁ ସେମାନଙ୍କ ଚାଉଳ ମିଳେନାହିଁ ବୋଲି କସ୍ତୁରୀ କହିଛନ୍ତି। ସେମାନଙ୍କ ନାମ ରାଶନ କାର୍ଡରେ ସଂଯୋଗ କରିବାପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷେ ସାନ ଝିଅ ହ୍ରିତିକା ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି ା ହେଲେ ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁନି ା ଏହି ପରିପ୍ରେକ୍ଷୀରେ ପରିବାର ପ୍ରତିପୋଷଣ ପାଇଁ ମୋହନ ଗତ ୬ ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବା ପାଇଁ ଯାଇଥିଲେ ା କିଛିମାସ ଘରକୁ ଟଙ୍କା ପଠାଇଥିଲେ ା ଏବେ ସେ ଲକ୍‌ଡାଉନ୍‌ ଯୋଗୁ ହାତବାନ୍ଧି ବସିଛନ୍ତି ବୋଲି କସ୍ତୁରୀ କହିଛନ୍ତି ା ଏ ନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ଭିନ୍ନକ୍ଷମ ଝିଅ ପାଇଁ ଭତ୍ତା ଓ ୪ ଜଣଙ୍କ ନାମ ରାଶନ କାର୍ଡରେ ସଂଯୋଗ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri