ଦାଉ ସାଧ୍‌ଲା ଲଘୁଚାପ ବରଷା: ବାସହୀନ ହେଲେ ଅନେକ ପରିବାର

 

ଲାଠୋର, ୧୦ା୯ (ଡି.ଏନ୍‌.ଏ.):
ବଲାଙ୍ଗୀର ଜିଲାରେ ଦିନାକେତେ ହେଲା ଲଘୁଚାପ ପରଭାବରେ ଭରଷା ଲାଗି ରହିଛେ। ବରଷା ପାଏନ୍‌ରେ ଅନେକ୍‌ ପରିବାରର ଘରଦୁଆର ଭାଂଗି ବେସାହାରା ହେଇଯାଇଛନ୍‌। ସେନ୍‌ତା ଅନେକ ଲୁକ୍‌କର ଘର ଭିତରେ ଅଁାଠେ ପାଏନ୍‌ ପଶି ସବୁ ଜିନିଷପାତି, ଧାନ୍‌ଚାଉଲ ଖରାପ ହେଇଯାଇଛେ। ହେଲେ ଇ ଦିଗେ ପରଶାସନ ତତ୍‌ପର ନାଇଁଥିବାର ଲୋକ୍‌ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ଗଁାର ମହାଦେବ ମନ୍ଦିର ପଡ଼ାର ତେଜରାମ ଶବରକଁର ଘର ପୂରାପୂରି ଭାଂଗି ଯାଇଛେ। ଏନ୍‌ତାଥି ପରିବାର ଲୋକ୍‌ ବେସାହାରା ହେଇଯାଇଛନ୍‌। ତେଜରାମକଁର ପରିବାର କହେଲେ ମାଏକିନା ପୁଷ୍ପାଞ୍ଜଳି, ଦୁଇ ପୁଓ ଧନଞ୍ଜୟ, ଖଗେଶ୍ୱର ଆର ବୁରୁଧ୍‌ ବାପ୍‌କେ ନେଇ ସଁସାର। ବାପ୍‌ଅଜା ଅମଲରୁ ୧ ଏକର ୫୦ ଡେସିମିଲ ଜମି ରହିଛେ। ସବୁ ଜମି ଚାଷ୍‌ କଲାଲେଖେଁ ନୁହେ। ଗଲା ୩ ବଛର ହେଲା ପଏସା କଉଡ଼ ଅଭାବୁ ତେଜରାମ ଚାଷ୍‌ବାସ ନାଇଁ କରିପାରି। ଏନ୍‌ତାଥି ସେ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଟଁକା ପଏସା ଅଭାବୁ ସେ ଆଏଜ୍‌ତକ ଭଲ ଘରଖଁଡ଼େ ତିଆରି ନାଇଁପାରି। କୁଟୁମବସିଆ ଗୁଟେ ଖପର ଘରେ ରହୁଥିଲେ। ହେଲେ ଇ ଲଘୁଚାପ ବରଷାରେ ତାକର ଘରଟା ପୂରା ମାଡ଼ି ବସିଛେ। ଏନ୍‌ତାଥି ପରିବାରଟା ନିଅଁାସି ପାଲଟିଯାଇଛେ। ତେଜରାମ ଉପେ ଶୂଇନ୍‌ ହେଇ କୁଟୁମକେ ଶାଶ୍‌ ଘରେ ଛାଡ଼ିଦେଇଛନ୍‌। ସେ ନିଜେ ଇନେ ସେନେ ରହି କୁଲିମଜୁରି କରୁଛନ୍‌। ସେନ୍‌ତା ମାଲପଡ଼ା ପଁଚେତ୍‌ ଅଧୀନ ଜଲପାଙ୍କେଲ ଗଁାର ସୁମତି ସୁନା, ହେର୍ଣ୍ଣା ସୁନା, ବିନୋଦ ସୁନା ଆର ମଣି ସୁନାକଁର ଘରେ ପାଏନ୍‌ ପଶି ବେହାଲ କରି ପକେଇଛେ। ଇ ଗରିବ ପରିବାରମାନେ ପରହର କାମ୍‌ବୁତା କରବାର ସଂଗେ ବିହାବରପନ୍‌, ଉଛବ୍‌ରେ ବଜାବଜେଇ ପେଟ୍‌ ପାଲୁଛନ୍‌। ପକାଘର ଇ ପରିବାରମାନକର ଲାଗି ଆଏଜ୍‌ ବି ସାତ୍‌ସପନ ହେଇ ରହିଛେ। ଆଏଜ୍‌କେ ୩୦ ବଛର ହେଲା ଇ ଗରିବ୍‌ ପରିବାରମାନେ ମାଏଟ୍‌ ଖପରଘରଟେ ଲେଖେଁ କରି ମୁଡ଼ ଗୁଁଜିଛନ୍‌। ହେଲେ ଇ ଝରି ବରଷାରେ ଘରମାନକର ଅବସ୍‌ତା ଏନ୍‌ତା ହେଇଛେ ଯେ, ଘରେ କାହିଁ ଶୁଖା ଜାଗାଟେ ନଁାଇଁନ। ଅନେକ୍‌ ପରିବାରର କଁାଥିମାନ ପାଏନ୍‌ ଖାଇ ବିପଦ୍‌ ଅବସ୍‌ତାରେ ରହିଛେ। କେତେବେଲେ କଁାଥିମାନ ମାଡ଼ି ବସ୍‌ବା କିଛି କହି ନାଇଁହୁଏ। ଭଏରେ ଅନେକ୍‌ ପରିବାର ନିଜର କୁଟୁମ୍‌ମାନକୁ ଲାଗେଲେସର ଘରମାନକୁ ପଠେଇ ଦେଇଥିବାର କହିଛନ୍‌। ସରକାରକଁର ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକ୍କାଘର ଯୋଜନାରେ ସାମିଲ ହେବାର ଲାଗି ଇ ଗରିବ୍‌ ପରିବାରମାନେ ପଁଚେତ୍‌ନୁ ବ୍ଲକ ତକ୍‌ ଦଉଡି ଦଉଡି ନିରାଶ ହେଇଛନ୍‌। ଏନ୍‌ତା ପରିସ୍ଥିତିରେ ଜିଲା ପରଶାସନ ଇ ଗରିବ୍‌ ପରିବାରମାନକର ଉପରେ ଦୁରୁଷ୍‌ଟି ଦେଇ ଘରଭଂଗା ସଂଗେ ସରକାରୀ ଯୋଜନାରେ ପକାଘର ଖଁଡ଼େ ଲେଖେଁ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri