ଦାଉ ସାଧ୍‌ଲା ଲଘୁଚାପ ବରଷା: ବାସହୀନ ହେଲେ ଅନେକ ପରିବାର

 

ଲାଠୋର, ୧୦ା୯ (ଡି.ଏନ୍‌.ଏ.):
ବଲାଙ୍ଗୀର ଜିଲାରେ ଦିନାକେତେ ହେଲା ଲଘୁଚାପ ପରଭାବରେ ଭରଷା ଲାଗି ରହିଛେ। ବରଷା ପାଏନ୍‌ରେ ଅନେକ୍‌ ପରିବାରର ଘରଦୁଆର ଭାଂଗି ବେସାହାରା ହେଇଯାଇଛନ୍‌। ସେନ୍‌ତା ଅନେକ ଲୁକ୍‌କର ଘର ଭିତରେ ଅଁାଠେ ପାଏନ୍‌ ପଶି ସବୁ ଜିନିଷପାତି, ଧାନ୍‌ଚାଉଲ ଖରାପ ହେଇଯାଇଛେ। ହେଲେ ଇ ଦିଗେ ପରଶାସନ ତତ୍‌ପର ନାଇଁଥିବାର ଲୋକ୍‌ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ଗଁାର ମହାଦେବ ମନ୍ଦିର ପଡ଼ାର ତେଜରାମ ଶବରକଁର ଘର ପୂରାପୂରି ଭାଂଗି ଯାଇଛେ। ଏନ୍‌ତାଥି ପରିବାର ଲୋକ୍‌ ବେସାହାରା ହେଇଯାଇଛନ୍‌। ତେଜରାମକଁର ପରିବାର କହେଲେ ମାଏକିନା ପୁଷ୍ପାଞ୍ଜଳି, ଦୁଇ ପୁଓ ଧନଞ୍ଜୟ, ଖଗେଶ୍ୱର ଆର ବୁରୁଧ୍‌ ବାପ୍‌କେ ନେଇ ସଁସାର। ବାପ୍‌ଅଜା ଅମଲରୁ ୧ ଏକର ୫୦ ଡେସିମିଲ ଜମି ରହିଛେ। ସବୁ ଜମି ଚାଷ୍‌ କଲାଲେଖେଁ ନୁହେ। ଗଲା ୩ ବଛର ହେଲା ପଏସା କଉଡ଼ ଅଭାବୁ ତେଜରାମ ଚାଷ୍‌ବାସ ନାଇଁ କରିପାରି। ଏନ୍‌ତାଥି ସେ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଟଁକା ପଏସା ଅଭାବୁ ସେ ଆଏଜ୍‌ତକ ଭଲ ଘରଖଁଡ଼େ ତିଆରି ନାଇଁପାରି। କୁଟୁମବସିଆ ଗୁଟେ ଖପର ଘରେ ରହୁଥିଲେ। ହେଲେ ଇ ଲଘୁଚାପ ବରଷାରେ ତାକର ଘରଟା ପୂରା ମାଡ଼ି ବସିଛେ। ଏନ୍‌ତାଥି ପରିବାରଟା ନିଅଁାସି ପାଲଟିଯାଇଛେ। ତେଜରାମ ଉପେ ଶୂଇନ୍‌ ହେଇ କୁଟୁମକେ ଶାଶ୍‌ ଘରେ ଛାଡ଼ିଦେଇଛନ୍‌। ସେ ନିଜେ ଇନେ ସେନେ ରହି କୁଲିମଜୁରି କରୁଛନ୍‌। ସେନ୍‌ତା ମାଲପଡ଼ା ପଁଚେତ୍‌ ଅଧୀନ ଜଲପାଙ୍କେଲ ଗଁାର ସୁମତି ସୁନା, ହେର୍ଣ୍ଣା ସୁନା, ବିନୋଦ ସୁନା ଆର ମଣି ସୁନାକଁର ଘରେ ପାଏନ୍‌ ପଶି ବେହାଲ କରି ପକେଇଛେ। ଇ ଗରିବ ପରିବାରମାନେ ପରହର କାମ୍‌ବୁତା କରବାର ସଂଗେ ବିହାବରପନ୍‌, ଉଛବ୍‌ରେ ବଜାବଜେଇ ପେଟ୍‌ ପାଲୁଛନ୍‌। ପକାଘର ଇ ପରିବାରମାନକର ଲାଗି ଆଏଜ୍‌ ବି ସାତ୍‌ସପନ ହେଇ ରହିଛେ। ଆଏଜ୍‌କେ ୩୦ ବଛର ହେଲା ଇ ଗରିବ୍‌ ପରିବାରମାନେ ମାଏଟ୍‌ ଖପରଘରଟେ ଲେଖେଁ କରି ମୁଡ଼ ଗୁଁଜିଛନ୍‌। ହେଲେ ଇ ଝରି ବରଷାରେ ଘରମାନକର ଅବସ୍‌ତା ଏନ୍‌ତା ହେଇଛେ ଯେ, ଘରେ କାହିଁ ଶୁଖା ଜାଗାଟେ ନଁାଇଁନ। ଅନେକ୍‌ ପରିବାରର କଁାଥିମାନ ପାଏନ୍‌ ଖାଇ ବିପଦ୍‌ ଅବସ୍‌ତାରେ ରହିଛେ। କେତେବେଲେ କଁାଥିମାନ ମାଡ଼ି ବସ୍‌ବା କିଛି କହି ନାଇଁହୁଏ। ଭଏରେ ଅନେକ୍‌ ପରିବାର ନିଜର କୁଟୁମ୍‌ମାନକୁ ଲାଗେଲେସର ଘରମାନକୁ ପଠେଇ ଦେଇଥିବାର କହିଛନ୍‌। ସରକାରକଁର ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକ୍କାଘର ଯୋଜନାରେ ସାମିଲ ହେବାର ଲାଗି ଇ ଗରିବ୍‌ ପରିବାରମାନେ ପଁଚେତ୍‌ନୁ ବ୍ଲକ ତକ୍‌ ଦଉଡି ଦଉଡି ନିରାଶ ହେଇଛନ୍‌। ଏନ୍‌ତା ପରିସ୍ଥିତିରେ ଜିଲା ପରଶାସନ ଇ ଗରିବ୍‌ ପରିବାରମାନକର ଉପରେ ଦୁରୁଷ୍‌ଟି ଦେଇ ଘରଭଂଗା ସଂଗେ ସରକାରୀ ଯୋଜନାରେ ପକାଘର ଖଁଡ଼େ ଲେଖେଁ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri