ଦର୍ଶକଙ୍କ ବିନା ଟେନିସ : ନାଡାଲ, ଜୋକୋଭିଚ୍‌ଙ୍କୁ ସିମୋନାଙ୍କ ବିରୋଧ

ବୁକାରେଷ୍ଟ, ୧୯।୪: କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ଏପରି ସ୍ଥଳେ ରୁଦ୍ଧଦ୍ୱାରରେ ବା ଦର୍ଶକଙ୍କ ଅନୁପସ୍ଥିତିରେ ଟେନିସ ଟୁର୍ନାମେଣ୍ଟଗୁଡିକ ଆୟୋଜନ ପାଇଁ ଦୁଇ ଟେନିସ ତାରକା ସ୍ପେନ୍‌ର ରାଫାଲ ନାଡାଲ ଓ ସର୍ବିୟାରେ ନୋଭାକ ଜୋକୋଭିଚ୍‌ ପ୍ରସ୍ତାବ ଦେଇଥିଲେ। ତେବେ ଏହାକୁ ବିରୋଧ କରିଛନ୍ତି ରୋମାନିଆ ମହିଳା ଟେନିସ ତାରକା ସିମୋନା ହାଲେପ। ଦର୍ଶକଙ୍କ ବିନା ଟେନିସ୍‌ ଖେଳିବାର କିଛ ମାନେ ନାହିଁ ବୋଲି ସେ ମତ ଦେଇଛନ୍ତି। ବିନା ଦର୍ଶକରେ ଟେନିସ ଖେଳିବା ନେଇ ଜୋକୋଭିଚ୍‌ଙ୍କ ସହ ଆଲୋଚନା କରିଛି ବୋଲି ନାଡାଲ ବୁଧବାର କହିଥିଲେ।
ବର୍ତ୍ତମାନ ପରିସ୍ଥିତିରେ ଟେନିସ ଖେଳିବା ସମ୍ଭବ ନୁହଁ। କାରଣ ସ୍ବ୍ୟାସ୍ଥ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ ଦର୍ଶକଙ୍କ ଅନୁପସ୍ଥିତିରେ ଟେନିସ ଖେଳାଗଲେ ଆମେ ଖୁସି ହେବୁ ବୋଲି ନାଡାଲ କହିଥିଲେ। ଜୋକୋଭିଚ୍‌ଙ୍କ ସହ ଏ ନେଇ ଦୀର୍ଘ ସମୟ ଧରି କଥା ହୋଇଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଟେନିସ୍‌ ତଥା କ୍ରୀଡ଼ା ଲାଭବାନ ହୋଇପାରିବ। କିନ୍ତୁ ୨୮ ବର୍ଷୀୟା ରୋମାନିଆର ଓ୍ବିମ୍ବେଲଡନ ବିଜେତା ହାଲେପ ଏହାକୁ ନାପସନ୍ଦ କରିଛନ୍ତି। ବ୍ୟକ୍ତିଗତ କ୍ରୀଡ଼ାରେ ଦର୍ଶକ ସବୁଠାରୁ ଗରୁତ୍ୱପୂର୍ଣ୍ଣ। ତେଣୁ ନାଡାଲଙ୍କ ଏହି ପ୍ରସ୍ତାବ ଗ୍ରହଣୀୟ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବତନ ଓ୍ବିମ୍ବେଲଡନ ଚାମ୍ପିୟନ ଚେକ୍‌ଗଣରାଜ୍ୟର ପେଟ୍ରା କ୍ୱିଟୋଭା ମଧ୍ୟ ଏ ନେଇ ହାଲେପଙ୍କୁ ସମର୍ଥନ କରିଛନ୍ତି। ଟେନିସ୍‌ରେ ଦର୍ଶକ ତଥା ପ୍ରଶଂସକ ସବୁଠାରୁ ଗୁରତ୍ୱବହନ କରିନ୍ତି। ଖାସ୍‌ କରି ବ୍ୟକ୍ତିଗତ କ୍ରୀଡ଼ାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କ୍ୱିଟୋଭା କହିଛନ୍ତି। ଉଲ୍ଲେଖଥାଉ କି, କରୋନ ଭାଇରସ କାରଣରୁ ଓ୍ବେମ୍ବେଲଡନ, ଫ୍ରେଞ୍ଚ୍‌ ଓପନକୁ ଘୁଞ୍ଚାଇ ଦିଆଯାଇଛି। ପୁଣି ବିନା ଦର୍ଶକରେ ବର୍ଷର ଅନ୍ତିମ ତଥା ଚତୁର୍ଥ ଗ୍ରାଣ୍ଡସ୍ଲାବ ୟୁଏସ୍‌ ଓପନ୍‌ ଆୟୋଜନ ହେବା ନେଇ ବିଚାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri