ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବଦଳିଲା ପାଣିପାଗ। ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ଅକ୍ଟୋବର ୨୩ରୁ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ। ଆସନ୍ତା ୨୪ରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ଏବଂ ୨୭ ତାରିଖ ପର୍ଯ୍ୟନ୍ତ ଲାଗିରହିବ। ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ଦୀପାବଳି ଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗରରେ ତାମିଲନାଡ଼ୁ ସଂଲଗ୍ନ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୩ରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତା ୨୪ରେ ଆନ୍ଧ୍ର ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଅନ୍ୟପଟେ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ପୂର୍ବ ଦିଗକୁ ଗତି କରି ଆସନ୍ତା ୨୪ରେ ମୁମ୍ବାଇ ନିକଟରେ ପହଞ୍ଚତ୍ବ। ସେହିଦିନ ସାରେ ଉଭୟ ଲଘୁଚାପର ମିଶ୍ରଣ ହେବ। ଫଳରେ ପୂର୍ବ-ପଶ୍ଚିମ ଦିଗରେ ମହାରାଷ୍ଟ୍ରଠାରୁ ବାଂଲାଦେଶ ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହାର ପ୍ରଭାବରେ ଓଡ଼ିଶାକୁ ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଦିଗରୁ ବହିବ ଓ ବର୍ଷା ହେବ। ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଛନ୍ନ ରହିବା ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅନ୍ୟପଟେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଝଡ଼ତୋଫାନ ସହ ବଜ୍ରପାତ ମଧ୍ୟ ହେବାର ଆଶଙ୍କା ରହିଛି। ମଙ୍ଗଳବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁରରେ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଆଦି ୧୧ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏ ସବୁ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି। ସେହିପରି ବୁଧବାର ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀର ଆଦି ୮ଜିଲାରେ ପ୍ରବଳ ବର୍ଷା ହେବ। ଏନେଇ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଗୁରୁବାର ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, କଟକ ଆଦି ୧୨ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଏ ସବୁ ଜିଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, କଟକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର ଓ ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି। ଏସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ସେପଟେ ଆସନ୍ତା ୨୩ ତାରିଖରେ ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବାର ଆଶଙ୍କା ରହିଥିବାରୁ ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ କୃଷି ନିର୍ଦ୍ଦେଶକ ଓ ସଚିବଙ୍କୁ ସୂଚିତ କରାଯିବା ସହ ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲାପାଳମାନଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ହଠାତ୍‌ ବଦଳିଗଲା ପାଗ, କେଦାରନାଥରେ ୩ ତୀର୍ଥଯାତ୍ରୀଙ୍କ ପ୍ରାଣହାନି

ଡେରାଡୁନ୍‌,୩୧ା୫: ରବିବାର ଉତ୍ତରାଖଣ୍ଡରେ ହଠାତ୍‌ ପାଗର ପରିବର୍ତ୍ତନ ହୋଇଥିଲା। ଫଳରେ ପର୍ବତଠାରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ସବୁକିଛି ଥରାଇ ଦେଇଥିଲା। କେଦାରନାଥରେ ୩ ତୀର୍ଥଯାତ୍ରୀଙ୍କ ପ୍ରାଣହାନି ଘଟିଛି।…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri