ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ଲଣ୍ଡନ,୨୪।୬(ପି.ଟି.)- ଶେଷରେ ପାକିସ୍ତାନ ଜୋରଦାର୍‌ ପ୍ରତ୍ୟାବର୍ତ୍ତନ ସହ ବିଶ୍ୱକପ୍‌ର ୩୦ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରି ତା’ର ସେମିଫାଇନାଲର କ୍ଷୀଣ ଆଶାକୁ ଉଜ୍ଜୀବିତ ରଖିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ନ ଉଇକେଟ ହରାଇ ୨୫୯ ରନ କରି ପରାଜୟ ବରଣ କରିଛି। ଏଥିସହ ପାକିସ୍ତାନ ୬ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନକୁ ଉଠିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୭ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ତାଲିକାର ନବମ ସ୍ଥାନକୁ ଖସିଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିଛି।
୩୦୯ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ଅଭିଜ୍ଞ ହାସିମ ଅମଲା (୨ ରନ)ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଅଧିନାୟକ ଫାଫ୍‌ ଡୁପ୍ଲେସି (୬୩ ରନ, ୭୯ ବଲ, ୫ ଚୌକା) ଓ କ୍ୱିଣ୍ଟନ ଡିକକ୍‌ (୪୭ ରନ, ୬୦ ବଲ, ୩ ଚୌକା, ୨ ଛକା)ଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର ହାସଲ କରିପାରି ନ ଥିଲେ। ନିୟମିତ ଅନ୍ତରରେ ଦଳ ଉଇକେଟ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାସି ଭାନ୍‌ ଡେର ଡୁସେନ ୩୬, ଡେଭିଡ ମିଲର ୩୧, କ୍ରିସ ମୋରିସ ୧୬ ରନ କରି ଆଉଟ ହୋଇଥିଲେ। ତେବେ ଶେଷ ଆଡ଼କୁ ଆଣ୍ଡିଲ ଫେଲୁକ୍ୱାୟୋ ୩୨ ବଲରୁ ୬ ଚୌକା ସହ ୪୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଓ୍ବାହାବ ରିୟାଜ ଓ ସଦାବ ଖାଁ ୩ଟି ଲେଖାଏ, ମହମ୍ମଦ ଆମୀର ୨ ଓ ଶାହୀନ ଶାହ ଆଫ୍ରିଦୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ତରଫରୁ ପ୍ରତ୍ୟାବର୍ତ୍ତନ କରିଥିବା ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହାରିସ ସୋହେଲ ଜବରଦସ୍ତ ବ୍ୟାଟିଂର ନମୁନା ପ୍ରଦର୍ଶନ କରିଥିଲେ। ମାତ୍ର ୫୯ଟି ବଲର ସମ୍ମୁଖୀନ ହୋଇ ସୋହେଲ ୯ ଚୌକା ଓ ୩ ଛକା ସହ ଦ୍ରୁତ ୮୯ ରନ ସଂଗ୍ରହ କରି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳି ୩୦ ବର୍ଷୀୟ ସୋହେଲ ଚତୁର୍ଥ ଉଇକେଟରେ ବାବର ଆଜମଙ୍କ ସହ ୮୦ ବଲରୁ ୬୯ ରନ ସଂଗ୍ରହ କରିଥିଲେ। ସେହିପରି ପଞ୍ଚମ ଉଇକେଟରେ ଇମାଦ ଓ୍ବାସିମଙ୍କ ସହ ସୋହେଲ ୪୦ ବଲରୁ ୭୧ ରନ ସଂଗ୍ରହ କରିଥିଲେ। ଅନ୍ତିମ ୧୦ ଓଭରରେ ପାକିସ୍ତାନ ୯୧ ରନ ସଂଗ୍ରହ କରିଥିଲା ଓ ଏଥିରେ ସୋହେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ସୋଏବ ମଲିକଙ୍କ ସ୍ଥାନରେ ସୋହେଲଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଯାଇଥିଲା। ସୋହେଲ ମଧ୍ୟ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ।
ଦୁଇ ଓପନର ଇମାମ ଉଲ ହକ ଓ ଫକର ଜମାନ ୪୪ ରନ ଲେଖାଏ କରି ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଦ୍ୱାରା ଆଉଟ ହୋଇଥିଲେ। ପ୍ରଥମେ ଫକର ଓ ପରେ ଇମାମ ଆଉଟ ହୋଇଥିଲେ। ପ୍ରଥମ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୮୧ ରନ ସଂଗ୍ରହ କରିଥିଲେ। ଏହାପରେ ଅଭିଜ୍ଞ ମହମ୍ମଦ ହାଫିଜ୍‌ ୨୦ ରନ କରିଥିବା ବେଳେ ଏଡେନ ମାରକ୍ରାମଙ୍କ ଦ୍ୱାରା ଆଉଟ ହୋଇଥିଲେ। ନିର୍ଭରଯୋଗ୍ୟ ବାବର ଆଜମ ଆଶା ଅନୁରୂପ ପ୍ରଦର୍ଶନ କରିଥିଲେ ଓ ୮୦ଟି ବଲରୁ ୭ ଚୌକା ସହ ୬୯ ରନ କରି ଆଣ୍ଡିଲ ଫେଲୁକ୍ୱାୟୋଙ୍କ ଶିକାର ହୋଇଥିଲେ। ଇମାଦ ଓ୍ବାସିମ ୧୫ ବଲରୁ ୩ ଚୌକା ସହ ଦ୍ରୁତ ୨୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଲୁନ୍‌ଗି ଏନ୍‌ଗିଡିଙ୍କ ଦ୍ୱାରା ଆଉଟ ହେବା ପୂର୍ବରୁ ସୋହେଲ ଦଳର ସ୍କୋରକୁ ୩୦୦ ପାର କରାଇଥିଲେ। ଓ୍ବାହାବ ରିୟାଜ ୪ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ସର୍ଫରାଜ ଅହମ୍ମଦ ୨ ଓ ଶଦାବ ଖାଁ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଲୁନ୍‌ଗି ଏନ୍‌ଗିଡି ସର୍ବାଧିକ ୩, ତାହିର ୨, ଫେଲୁକ୍ୱାୟୋ ଓ ମାରକ୍ରାମ ଗୋଟିଏ କରି ଉଇକେଟ ହାସଲ କରିଥିଲେ। ତାହିର ଏଥିସହିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ରେକର୍ଡ କରିଛନ୍ତି। ସେ ମୋଟ ୩୮ଟି ଉଇକେଟ ଅକ୍ତିଆର କରି ଆଲାନ ଡୋନାଲ୍ଡଙ୍କୁ ଅତିକ୍ରମ କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୫୦ ଓଭରରେ ୩୦୮/୭
(ସୋହେଲ- ୮୯, ଆଜମ- ୬୯, ଇମାମ- ୪୪, ଫକର- ୪୪, ଇମାଦ- ୨୩, ହାଫିଜ- ୨୦, ଏନ୍‌ଗିଡି- ୩/୬୪, ତାହିର- ୨/୪୧)।
ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୨୫୯/୯
(ଡୁପ୍ଲେସି- ୬୩, ଡିକକ୍‌- ୪୭, ଫେଲୁକ୍ୱାୟୋ- ୪୬*, ଡୁସେନ- ୩୬, ମିଲର- ୩୧, ରିୟାଜ- ୩/ ୪୬, ଶଦାବ- ୩/୫୦, ଅମୀର- ୨/୪୯)।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri