Posted inଖେଳ

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ଅମଲା

କେପ୍‌ ଟାଉନ୍‌, ୧୯।୪- ଆଗାମୀ ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ହାସିମ ଅମଲାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ଚୟନକର୍ତ୍ତା ଅଣଦେଖା କରିଛନ୍ତି। ଡ୍ବେନ ପ୍ରିଟୋରିୟସ ଓ ଆଣ୍ଡିଲ ଫେଲୁକ୍ୱାଓଙ୍କୁ ଦଳରେ ନିଆଯାଇଛି। ଇଞ୍ଜୁରି ସତ୍ତ୍ୱେ ଲୁଙ୍ଗି ଏନ୍‌ଗିଡି ଓ ଅନରିଚ୍‌ ନୋରଜଙ୍କୁ ସୁଯୋଗ ଦିଆଯାଇଛି। ଫାଫ୍‌ ଡୁପ୍ଲେସି ବିଶ୍ୱକପ୍‌ରେ ଦଳର ନେତୃତ୍ୱ ନେବେ। ସେହିପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜେପି ଡୁମିନୀ ଓ ଅଭିଜ୍ଞ ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ସ୍ପିନ୍‌ ବିଭାଗରେ ଇମ୍ରାନ ତାହିରଙ୍କୁ ବାଦ୍‌ ଦେଲେ ତାବରେଜ ସାମସିଙ୍କୁ ମଧ୍ୟ ଦଳରେ ନିଆଯାଇଛି। କ୍ୱିଣ୍ଟନ ଡି କକ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ସ୍ପେଶାଲିଷ୍ଟ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରାଯାଇନାହିଁ। ପାର୍ଟଟାଇମ ଉଇକେଟକିପର ଡେଭିଡ ମିଲର ଡିକକ୍‌ଙ୍କ ବ୍ୟାକ୍‌ ରୂପେ ଦାୟିତ୍ୱରେ ରହିବେ। ଗତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ମିଲର ଉଇକେଟକିପିଂ କରିଥିଲେ ଓ ଦକ୍ଷିଣ ଆଫ୍ରିକା ୫-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ମେ ୩୦ରେ ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ତା’ର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।

ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ, ହାସିମ ଅମଲା, ଡେଭିଡ ମିଲର, ଜେ.ପି. ଡୁମିନୀ, ଏଡେନ ମାରକ୍ରାମ, ରସି ଭାନ ଡେର ଡୁସେନ, ଡ୍ବେନ ପ୍ରିଟୋରିୟସ, ଆଣ୍ଡିଲ ଫେଲୁକ୍ୱାଓ, କାଗିସୋ ରାବାଡ଼ା, ଡେଲ ଷ୍ଟୋଇନ୍‌, ଲୁଙ୍ଗି ଏନ୍‌ଗିଡି, ଆନରିଚ୍‌ ନୋରଜ, ଇମ୍ରାନ ତାହିର ଓ ତାବ୍ରେଜ ସାମସି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri