ଥୋମାସ୍‌, ଉବର କପ୍‌ ଫାଇନାଲ୍ସ ପୁଣି ଘୁଞ୍ଚିଲା: ଅକ୍ଟୋବର ୩ରୁ ୧୧ ମଧ୍ୟରେ ଆୟୋଜନ ହେବ

ନୂଆଦିଲ୍ଲୀ,୨୯।୪ (ପି.ଟି.): ଦ୍ୱିତୀୟଥର ପାଇଁ ଥୋମାସ ଓ ଉବର କପ୍‌ ଫାଇନାଲ୍ସକୁ ଘୁଞ୍ଚାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଘୋଷଣା କରିଛି। ଏବେ ଏହି ଦୁଇଟି ଟିମ୍‌ ଚାମ୍ପିୟନଶିପ୍‌ ଡେନ୍‌ମାର୍କର ଆରହସରେ ଅକ୍ଟୋବର ୩ ଓ ୧୧ ତାରିଖ ମଧ୍ୟରେ ଆୟୋଜନ ହେବ ବୋଲି ବିଡବ୍ଲ୍ୟୁଏଫ୍‌ କହିଛି।
ପ୍ରଥମ ଏହି ଟୁର୍ନାମେଣ୍ଟ ମେ ୧୬ରୁ ୨୪ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ମାର୍ଚ୍ଚ ୨୦ ତାରିଖରେ ଏହାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ଏହି ଟୁର୍ନାମେଣ୍ଟକୁ ଅଗଷ୍ଟ ୧୫ରୁ ୨୩ ତାରିଖ ମଧ୍ୟରେ ଆୟୋଜନ କରାଯିବ ବୋଲି ସେତେବେଳେ ଘୋଷଣା କରାଯାଇଥିଲା। କରୋନା ଭାଇରସ ସଂକ୍ରମଣ ତଥା ମହାମାରୀ କାରଣରୁ ଏହି ଟୁର୍ନାମେଣ୍ଟଗୁଡିକୁ ସେପ୍ଟେମ୍ବର ପୂର୍ବରୁ ଆୟୋଜନ କରିବା ସମ୍ଭବ ନୁହଁ ବୋଲି ବିଡବ୍ଲ୍ୟୁଏଫ୍‌ କହିଛି।
ଇତିମଧ୍ୟରେ ଡେନ୍‌ମାର୍କ ସରକାର ଅଗଷ୍ଟ ପର୍ଯ୍ୟନ୍ତ ସର୍ବସାଧାରଣ ବହୁ ସଂଖ୍ୟାରେ ଏକାଠି ହେବା ପ୍ରକ୍ରିୟାକୁ ବାରଣ କରିଛନ୍ତି। ଫଳରେ ଅଗଷ୍ଟରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ଅସମ୍ଭବ ହୋଇପଡିଛି। ତେଣୁ ବିଡବ୍ଲ୍ୟୁଏଫ୍‌, ବ୍ୟାଡମିଣ୍ଟନ ଡେନମାର୍କ, ଟୁର୍ନାମେଣ୍ଟ ଆୟୋଜକ, ସ୍ପୋଟର୍‌ସ ଇଭେଣ୍ଟ ଡେନମାର୍କ ଓ ସ୍ଥାନୀୟ ଆରହୁସ ସରକାର ମିଳିତ ଭାବେ ଅକ୍ଟୋବରକୁ ଏହି ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଥ୍‌ଲେଟ, ଷ୍ଟାଫ୍‌, ଭଲ୍ୟୁଣ୍ଟିୟର୍ସ, ଜଜ୍‌ ଓ ପୂରା ବ୍ୟାଡମିଣ୍ଟନ ସମୁଦାୟର ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଆମେ ପ୍ରାଥମିକତା ଦେଉଛୁ ବୋଲି ବିଡବ୍ଲ୍ୟୁଏଫ୍‌ ସାଧାରଣ ସମ୍ପାଦକ ଜେନେରାଲ ଥୋମାସ ଲୁଣ୍ଡ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ), ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଆମେ ଏହି ନିଷ୍ପତ୍ତି ନେଇଛୁ । ଅକ୍ଟୋବରରେ ଏହି ଚାମ୍ପିୟନଶିପ୍‌ ଭଲରେ ଆୟୋଜନ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ପୂର୍ବରୁ ବିଡବ୍ଳ୍ୟୁଏଫ୍‌ ଅଲଇଂଲଣ୍ଡ ଚାମ୍ପିୟନଶିପ ସମେତ ଏକାଧିକ ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଏହି ମହାମାରୀ କାରଣରୁ ସ୍ଥଗିତ ରହିଛି। ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ ମାର୍ଚ୍ଚ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri