ଥୋମାସ୍‌, ଉବର କପ୍‌ ଫାଇନାଲ୍ସ ପୁଣି ଘୁଞ୍ଚିଲା: ଅକ୍ଟୋବର ୩ରୁ ୧୧ ମଧ୍ୟରେ ଆୟୋଜନ ହେବ

ନୂଆଦିଲ୍ଲୀ,୨୯।୪ (ପି.ଟି.): ଦ୍ୱିତୀୟଥର ପାଇଁ ଥୋମାସ ଓ ଉବର କପ୍‌ ଫାଇନାଲ୍ସକୁ ଘୁଞ୍ଚାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଘୋଷଣା କରିଛି। ଏବେ ଏହି ଦୁଇଟି ଟିମ୍‌ ଚାମ୍ପିୟନଶିପ୍‌ ଡେନ୍‌ମାର୍କର ଆରହସରେ ଅକ୍ଟୋବର ୩ ଓ ୧୧ ତାରିଖ ମଧ୍ୟରେ ଆୟୋଜନ ହେବ ବୋଲି ବିଡବ୍ଲ୍ୟୁଏଫ୍‌ କହିଛି।
ପ୍ରଥମ ଏହି ଟୁର୍ନାମେଣ୍ଟ ମେ ୧୬ରୁ ୨୪ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ମାର୍ଚ୍ଚ ୨୦ ତାରିଖରେ ଏହାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ଏହି ଟୁର୍ନାମେଣ୍ଟକୁ ଅଗଷ୍ଟ ୧୫ରୁ ୨୩ ତାରିଖ ମଧ୍ୟରେ ଆୟୋଜନ କରାଯିବ ବୋଲି ସେତେବେଳେ ଘୋଷଣା କରାଯାଇଥିଲା। କରୋନା ଭାଇରସ ସଂକ୍ରମଣ ତଥା ମହାମାରୀ କାରଣରୁ ଏହି ଟୁର୍ନାମେଣ୍ଟଗୁଡିକୁ ସେପ୍ଟେମ୍ବର ପୂର୍ବରୁ ଆୟୋଜନ କରିବା ସମ୍ଭବ ନୁହଁ ବୋଲି ବିଡବ୍ଲ୍ୟୁଏଫ୍‌ କହିଛି।
ଇତିମଧ୍ୟରେ ଡେନ୍‌ମାର୍କ ସରକାର ଅଗଷ୍ଟ ପର୍ଯ୍ୟନ୍ତ ସର୍ବସାଧାରଣ ବହୁ ସଂଖ୍ୟାରେ ଏକାଠି ହେବା ପ୍ରକ୍ରିୟାକୁ ବାରଣ କରିଛନ୍ତି। ଫଳରେ ଅଗଷ୍ଟରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ଅସମ୍ଭବ ହୋଇପଡିଛି। ତେଣୁ ବିଡବ୍ଲ୍ୟୁଏଫ୍‌, ବ୍ୟାଡମିଣ୍ଟନ ଡେନମାର୍କ, ଟୁର୍ନାମେଣ୍ଟ ଆୟୋଜକ, ସ୍ପୋଟର୍‌ସ ଇଭେଣ୍ଟ ଡେନମାର୍କ ଓ ସ୍ଥାନୀୟ ଆରହୁସ ସରକାର ମିଳିତ ଭାବେ ଅକ୍ଟୋବରକୁ ଏହି ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଥ୍‌ଲେଟ, ଷ୍ଟାଫ୍‌, ଭଲ୍ୟୁଣ୍ଟିୟର୍ସ, ଜଜ୍‌ ଓ ପୂରା ବ୍ୟାଡମିଣ୍ଟନ ସମୁଦାୟର ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଆମେ ପ୍ରାଥମିକତା ଦେଉଛୁ ବୋଲି ବିଡବ୍ଲ୍ୟୁଏଫ୍‌ ସାଧାରଣ ସମ୍ପାଦକ ଜେନେରାଲ ଥୋମାସ ଲୁଣ୍ଡ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ), ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଆମେ ଏହି ନିଷ୍ପତ୍ତି ନେଇଛୁ । ଅକ୍ଟୋବରରେ ଏହି ଚାମ୍ପିୟନଶିପ୍‌ ଭଲରେ ଆୟୋଜନ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ପୂର୍ବରୁ ବିଡବ୍ଳ୍ୟୁଏଫ୍‌ ଅଲଇଂଲଣ୍ଡ ଚାମ୍ପିୟନଶିପ ସମେତ ଏକାଧିକ ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଏହି ମହାମାରୀ କାରଣରୁ ସ୍ଥଗିତ ରହିଛି। ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ ମାର୍ଚ୍ଚ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri